ସୋର: ଟ୍ରକ ଡାଲାରେ ୧୧ କେଭିର ବିଦ୍ୟୁତ ତାର ଲାଗି ଡ୍ରାଇଭରଙ୍କ ମୃତ୍ୟୁ।ସିମେଣ୍ଟ୍ ଅନଲୋଡ କରିବା ବେଳେ ୧୧ କେଭି ତାର ଲାଗିଥିଲା। ଘଟଣାସ୍ଥଳରେ ହିଁ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ସୂଚନା ମୁତାବକ ଭଦ୍ରକରୁ ସୋର ଥାନା ଅନ୍ତର୍ଗତ ନଦିଗାଁ ବଜାରକୁ ଏକ ସିମେଣ୍ଟ୍ ବୋଝେଇ ଟ୍ରକ ଆସିଥିଲା। ଏହି ଟ୍ରକ ଅନଲୋଡ କରୁଥିବା ବେଳେ ରାସ୍ତାରେ ଝୁଲିଥିବା ୧୧ କେଭିର ବିଦ୍ୟୁତ ତାର ଟ୍ରକ ଡାଲାରେ ଲାଗି ଯାଇଥିଲା। ଫଳରେ ଘଟଣାସ୍ଥଳରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହାପରେ କାଳେ ବଞ୍ଚିଥାଇ ପରେ ଭାବି ସ୍ଥାନୀୟ ଲୋକ ତାଙ୍କୁ ସୋର ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଏହା ପରେ ସୋର ପୁଲିସ୍ ଡ୍ରାଇଭରଙ୍କ ମୃତଦେହ ଜବତ କରି ଶବ ବ୍ୟବଛେଦ ଲାଗି ପଠାଇଛି । ତେବେ ଏହି ମୃତ ଡ୍ରାଇଭର୍ ଭଦ୍ରକ ଚରମ୍ପା ଅଞ୍ଚଳର ରାଜକିଶୋର ପରିଡା ବୋଲି ଜଣାପଡିଛି ।


Comments are closed, but trackbacks and pingbacks are open.