
ରାୟଗଡ଼ା,(ବି.ବି.ନୁ୍ୟଜ): ଷÂ ଦିନରେ ପହଞ୍ଚିଛି ଟ୍ରାକ୍ଟର ମାଲିକଙ୍କ ଧାରଣା । ରାୟଗଡ଼ା ଜିଲ୍ଲାର ବିଭିନ୍ନ ନଦୀରୁ ବାଲି ଉଠାଣ ସମୟରେ ନାନା ଅନିୟମିତତା ଚାଲିଥିବା ଅଭିଯୋଗ କରି ଟ୍ରାକ୍ଟର ମାଲିକମାନେ ଗତ ୨୨ ତାରିଖରୁ ଧାରଣାରେ ବସିଛନ୍ତି । ତହସିଲ କର୍ତ୍ତୃର୍ପକ୍ଷ ଏବଂ ବାଲି ଲିଜ୍ଧାରୀ ଅନିୟମିତତା କରୁଥିବା ପ୍ରତିବାଦରେ ଟ୍ରାକ୍ଟର ମାଲିକ ଏହି ଧାରଣା ଦେଇଛନ୍ତି । ଫଳରେ ସହର ଓ ଏହାର ଆଖପାଖ ଅଞ୍ଚଳରେ ନିର୍ମାଣ କାମ ଠପ୍ ହୋଇଯାଇଛି । ଟ୍ରାକ୍ଟର ମାଲିକଙ୍କ ଆନେ୍ଦାଳନକୁ ବିଭିନ୍ନ ରାଜନୈତିକ ଦଳ ସମେତ ମୋଟର ୟୁନିଅନ ପକ୍ଷରୁ ସମର୍ଥନ କରାଯାଇଛି । ଅନ୍ୟପକ୍ଷେ ତହସିଲ କାର୍ଯ୍ୟାଳୟରେ ବାଲି ଓ ଇଟା ପରିବହନ କରୁଥିବା ଟ୍ରାକ୍ଟର ମାଲିକଙ୍କ ଠାରୁ ଲାଞ୍ଚ ନେବା ବେଳେ ଏକ ଭିଡ଼ିଓ ଭାଇରାଲ ହୋଇଛି । ଜଣେ ଟ୍ରାକ୍ଟର ଡ୍ରାଇଭର ଓ ଜଣେ ମାଲିକ କିଭଳି ତହସିଲ କାର୍ଯ୍ୟାଳୟରେ ବାଲି ଟ୍ରାକ୍ଟର ପିଛା ୩୦୦ ଟଙ୍କା ଲେଖାଏଁ ଉକ୍ରୋଚ ଦେଉଛନ୍ତି ଭିଡିଓରେ ରହିଛି ।
ଟ୍ରାକ୍ଟର ମାଲିକମାନେ ଅଭିଯୋଗ କରିଛନ୍ତି ଯେ, ବେକାରୀମାନେ ବ୍ୟାଙ୍କ ଋଣ ଜରିଆରେ ଟ୍ରାକ୍ଟର ଆଣି ବ୍ୟବସାୟ କରୁଛନ୍ତି । ଏଥିପାଇଁ ବାଲି ଏକ ପ୍ରମୁଖ ମାଧ୍ୟମ । ହେଲେ ନାଗାବଳୀ ଓ ଝଞ୍ଜାବତୀ ନଦୀକୂଳରୁ ବାଲି ଉଠାଣ ପାଇଁ ଯେଉମାନେ ଲିଜ ନେଇଛନ୍ତି ସେମାନେ ମନଇଚ୍ଛା କାରବାର ଚଳାଇଛନ୍ତି । ବାଲି ଉଠାଣ ସମୟରେ ଟ୍ରାକ୍ଟରକୁ ୱାଇ-ଫର୍ମ ପ୍ରଦାନ ନକରି ହଇରାଣ କରାଯାଉଛି । ବିଶେଷକରି ରାୟଗଡା ତହସିଲ କର୍ତ୍ତୃର୍ପକ୍ଷ ସେମାନଙ୍କ ସହ ହାତ ମିଶାଇ ଟ୍ରାକ୍ଟରଗୁଡ଼ିକରୁ ମନଇଚ୍ଛା ଜରିମନା ଆଦାୟ କରୁଛନ୍ତି । ବାଲି ଲୋଡ଼ ପିଛା ୩୦୦ ଟଙ୍କା ଲେଖାଏଁ ଦୈନିକ ୧୦ ହଜାର ଟଙ୍କା ଦଲାଲଙ୍କ ଜରିଆରେ ଉକ୍ରୋଚ ଆଦାୟ କରାଯାଉଥିବା ମାଲିକମାନେ ଅଭିଯୋଗ କରିଛନ୍ତି । ବାଲି ଲିଜଧାରୀମାନେ ବେଆଇନ ଭାବେ ଟ୍ରକ ଓ ଟିପର ଜରିଆରେ ଆନ୍ଧ୍ରପ୍ରଦେଶକୁ ବାଲି ଚାଲାଣ କରୁଛନ୍ତି । ସେମାନଙ୍କ ବାଲି ଚାଲାଣରେ ବ୍ୟାଘାତ ସୃଷ୍ଟିହେବା ନେଇ ଟ୍ରାକ୍ଟର ମାଲିକଙ୍କୁ ହଇରାଣ କରାଯାଉଛି । ଏହାର ପ୍ରତିବାଦରେ ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ଆଗରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣା ଦେଇଥିବା ମାଲିକମାନେ କହିଛନ୍ତି । ଏଥିସହ ଟ୍ରାକ୍ଟର ଚଳାଚଳ ମଧ୍ୟ ଗତ ୨୨ ତାରିଖରୁ ବନ୍ଦ ରଖାଯାଇଛି । ଯେତେଦିନ ପର୍ଯ୍ୟନ୍ତ ସମସ୍ୟାର ସମାଧାନ ହୋଇନାହିଁ ସେତେଦିନ ପର୍ଯ୍ୟନ୍ତ ଧାରଣା ଜାରି ରହିବ ଓ ଟ୍ରାକ୍ଟର ଚଳାଚଳ ବନ୍ଦ ରହିବ ବୋଲି ଚେତାବନୀ ଦିଆଯାଇଛି । ଅନ୍ୟପକ୍ଷେ ଟ୍ରାକ୍ଟର ଚଳାଚଳ ବନ୍ଦଥିବାରୁ ନିର୍ଭରଶୀଳ ଡ୍ରାଇଭର ଏବଂ ଶ୍ରମିକମାନେ କାମଧନ୍ଦା ହରାଇଛନ୍ତି । ଆସନ୍ତାକାଲି ସୁଦ୍ଧା ସମାଧାନର ବାଟ ନବାହାରିଲେ ଦାଦନ ଖଟିବା ପାଇଁ ଆନ୍ଧ୍ରପ୍ରଦେଶ ଚାଲିଯିବୁ ବୋଲି ଶ୍ରମିକମାନେ କହିଛନ୍ତି । ରାୟଗଡ଼ା ସହର ଠାରୁ ଆରମ୍ଭ କରି ଜେକେପୁର, କୁମୁଟିପେଣ୍ଠ, ପିତାମହଲ, ସିରିଗୁଡ଼ା, ବାରିଝୋଲା ଅଞ୍ଚଳରେ ନିର୍ମାଣ କାର୍ଯ୍ୟ ଉପରେ ଏହାର ପ୍ରଭାବ ପଡ଼ିଛି । ବାଲି, ଇଟା, ପଥର, ଚିପ୍ସ ନିର୍ମାଣସ୍ଥଳୀକୁ ଆସୁନାହିଁ । ଆନେ୍ଦାଳନ ଯୋଗୁଁ ଶତାଧିକ ଗୃହ ନିର୍ମାଣ ସାଙ୍ଗକୁ ସରକାରୀ ନିର୍ମାଣ କାର୍ଯ୍ୟ ମଧ୍ୟ ବନ୍ଦ ହୋଇଯାଇଛି । ସୂଚନା ଥାଉ କି ଗତ ୬ ଦିନ ହେଲା ଆନେ୍ଦାଳନ ଚାଲିଥିବା ବେଳେ ଟ୍ରାକ୍ଟର ମାଲିକଙ୍କ ସହ ଆଲୋଚନା ପାଇଁ କୌଣସି ପ୍ରଶାସନିକ ଅଧିକାରୀ ଆଗ୍ରହ ପ୍ରକାଶ କରିନାହାନ୍ତି । ଫଳରେ ନିର୍ମାଣ କାର୍ଯ୍ୟ ଉପରେ ଆଗାମୀଦିନରେ ଆହୁରି ପ୍ରଭାବ ପକାଇବା ଆଶଙ୍କା ରହିଛି । ଟ୍ରାକ୍ଟର ମାଲିକଙ୍କ ପକ୍ଷରୁ ବିବେକାନନ୍ଦ ସାହୁ, ବି.ଜନାର୍ଦ୍ଧନ ରାଓ, ଗୋବିନ୍ଦ ସେନାପତି, ରନôାକର ନାୟକ, ପି.ଶ୍ରୀନୁ, ଦୀପକ ସାହୁ, ଏନ.ବୁଜି, କ୍ଷୀରୋଦ କୁମାର ମିଶ୍ର ପ୍ରମୁଖଙ୍କ ସହ ଅନ୍ୟମାନେ ଧାରଣାରେ ବସିଛନ୍ତି ।


Comments are closed, but trackbacks and pingbacks are open.