ଡକାୟତି ଯୋଜନା କରୁଥିବା ବେଳେ ୪ ଦୁର୍ବୃତ୍ତଙ୍କୁ ଧରିଲା ବଳଙ୍ଗା ପୋଲିସ

Get real time updates directly on you device, subscribe now.

ବଳଙ୍ଗା, (ମାନସ ଦାସଙ୍କଠାରୁ): ପିପିଲି ଅନ୍ତର୍ଗତ ବଳଙ୍ଗା ଥାନା ନିକଟସ୍ଥ ସାଳଜଙ୍ଗ ପ୍ରଧାନ ସାହି ମସାଣି ପଡ଼ିଆରେ ଏକ ଡକାୟତି ଦଳ ଡକାୟତି ଯୋଜନା କରୁଥିବା ବେଳେ କୌଣସି ସୂତ୍ରରୁ ଖବର ପାଇଁ ବଳଙ୍ଗା ପୋଲିସ ବିଳମ୍ବିତ ରାତିରେ ୪ ଜଣ ର୍ଦୁବୃତ୍ତଙ୍କୁ ଧରିବାରେ ସଫଳ ହୋଇଛି ।

ସେମାନଙ୍କଠାରୁ ଦୁଇଟି ଖଣ୍ଡା, ବୋମା ଓ ମୋବାଇଲ ଜବତ କରାଯାଇଛି ବୋଲି ଥାନାର ଆଇଆଇସି ସୁଶାନ୍ତ କୁମାର ସାହୁ ପ୍ରକାଶ କରିଛନ୍ତି । ଡକାୟତମାନେ ଉକ୍ତ ଅଞ୍ଚଳରେ ଏକ ବଡ଼ ଧରଣର ଡକାୟତି କରିବାର ଯୋଜନା କରୁଥିଲେ ବୋଲି ପୋଲିସ ପ୍ରକାଶ କରିଛି । ଧରାପଡିଥିବା ଆସାମୀମାନଙ୍କ ନାମରେ ବିଭିନ୍ନ ଥାନାରେ ଅପରାଧୀକ ମାମଲା ଅଛି ବୋଲି ଜାଣିବାକୁ ମିଳିଛି । ଏମାନେ ପୁରୀ ସଦର, ପେଣ୍ଠକଟା ମେରାଇନ ଓ ସାବେଳିସାହି ଥାନା ଅଞ୍ଚଳର ବୋଲି ଜଣାପଡିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons