ମାଲକାନଗିରି,(ବି.ବି.ନୁ୍ୟଜ୍): ପୁଣି କନ୍ୟା ସନ୍ତାନକୁ ହତାଦର । ଏହି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ହସ୍ପିଟାଲ ପରିସରରେ । ଆଜି ହସ୍ପିଟାଲ ପରିସରରୁ ଏକ ନବଜାତ ଶିଶୁ କନ୍ୟାର ଖଣ୍ଡବିଖଣ୍ଡିତ ଶବ ଉଦ୍ଧାର କରାଯାଇଛି । ହସ୍ପିଟାଲ ପଛ ଆହାରକେନ୍ଦ୍ର ନିକଟ ଏକ ଡ୍ରେନରେ ପଡିଥିବା ଶିଶୁକନ୍ୟାର ମୃତ ଦେହକୁ ପୁଲିସ ଜବତ କରିଛି । କେତେକ ରୋଗୀ ଓ ସମ୍ପର୍କୀୟ ଶିଶୁର ଶବ ଦେଖି ମେଡିକାଲ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ । ପରେ ଥାନାକୁ ଅବଗତ କରାଯାଇଥିଲା । ପୁଲିସ ଶିଶୁକନ୍ୟାର ଖଣ୍ଡବିଖଣ୍ଡିତ ଶବ ଉଦ୍ଧାର କରି ସକ୍ରାର କରିଛି । ମୃତ ଶିଶୁର ପରିଚୟ ମିଳିପାରିନି । ଏ ସଂପର୍କରେ ହସ୍ପିଟାଲ ସୁପରିଟଣ୍ଡେଣ୍ଟ ତଥା ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡା.ଅନିଲକୁମାର ମିଶ୍ରଙ୍କୁ ପଚାରିବାରେ ତିନିଦିନ ମଧ୍ୟରେ ହସ୍ପିଟାଲରେ କୌଣସି ଶିଶୁକନ୍ୟା ଜନ୍ମ ହୋଇ ନଥିବା କହିଛନ୍ତି । କେହି ବ୍ୟକ୍ତି ଶିଶୁକନ୍ୟାର ମୃତଦେହ ହସ୍ପିଟାଲର ପରିତ୍ୟକ୍ତ ସ୍ଥାନରେ ପକାଇ ଥାଇପାରନ୍ତି । ତାକୁ କୁକୁର ଟାଣି ହସ୍ପିଟାଲ ପରିସରେ ପକାଇ ଥାଇପାରେ ବୋଲି ସେ ସନେ୍ଦହ କରିଥିବା କହିଛନ୍ତି । ମାଲକନଗିରି ଥାନା ଅଧିକାରୀ ରାମପ୍ରସାଦ ନାଗଙ୍କୁ ପଚାରିବାରେ ଗୁରୁବାର ରାତିରେ ଏକ ଶିଶୁକନ୍ୟାର ଖଣ୍ଡବିଖଣ୍ଡିତ ଶବ ଡାକ୍ତରଖାନା ପରିସର ନାଳରେ ପଡିଥିବା ସୂଚନା ମିଳିଥିଲା । ପାଖଆଖର କେହି ବ୍ୟକ୍ତି ମୃତ ଶିଶୁଟିକୁ ହସ୍ପିଟାଲ ପଛପାଖ ପରିତ୍ୟକ୍ତ ସ୍ଥାନରେ ପକାଇ ଦେଇଥିଲା । ତାକୁ କୁକୁରମାନେ କାମୁଡି ଗୋଡକୁ ଛିଣ୍ଡାଇ ନାଳରେ ପକାଇଥାଇ ପାରନ୍ତି ବୋଲି ଶ୍ରୀ ନାଗ କହିଛନ୍ତି । ଶିଶୁର ପରିଚୟ ନମିଳିବାରୁ ତାର ସଂସ୍କାର କରଯାଇ ତଦନ୍ତ ଚାଲିଥିବା ସେ କହିଛନ୍ତି ।
Comments are closed, but trackbacks and pingbacks are open.