ସମ୍ବଲପୁର,(ବି.ବି.ନୁ୍ୟଜ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଥିବା ଅତିରିକ୍ତପିସିସିଏଫ୍ ତଥା ଆଇଏଫ୍ଏସ୍ ଅଭୟକାନ୍ତପାଠକଙ୍କ ସମ୍ବଲପୁର ଲିଙ୍କ୍ ନେଇ ଆଜି ଖୋଳଡାଡ ଆରମ୍ଭ କରିଛି ଭିଜିଲାନ୍ସ । ଭିଜିଲାନ୍ସର ଏକ ସ୍ପେଶାଲ ଟିମ୍ ସମ୍ବଲପୁର ଫରେଷ୍ଟ କାର୍ଯ୍ୟାଳୟ ସମେତ ୪ଟି ବ୍ୟାଙ୍କ୍ରେ ଛାନଭିନ୍ ଆରମ୍ଭ କରିଛି ।ପାଠକ୍ ୧୯୯୦-୯୧ ମସିହାରେ ସାମାଜିକ ବନୀକରଣପ୍ରକଳ୍ପର ଏସିଏଫ୍ ଦାୟିତ୍ୱରେ ରହିଥିଲେ । ଏହି ସମୟରେ ଆର୍ଥିକ ଅନିୟମିତତା ହୋଇଛି କି ନାହିଁ ଏବଂ କେଉଁ ବ୍ୟାଙ୍କ୍ ମାଧ୍ୟମରେ ସେ ଟଙ୍କା କାରବାର କରିଥିଲେ ସେ ନେଇ ଖୋଳତାଡ ଆରମ୍ଭ ହୋଇଛି । ଏହାସହ ଆସନ୍ତାକାଲି ଭିଜିଲାନ୍ସର ଏକ ସ୍ପେଶାଲ ଟିମ୍ ସମ୍ବଲପୁର ଅନ୍ୟ ୩ପ୍ରମୁଖ ବ୍ୟାଙ୍କ୍ ଏବଂ ରାଉରକେଲା ଆରସିସିଏଫ୍ ଅଫିସ ଯାଇ ଘଟଣାର ଖୋଲତାଡ କରିବ ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି ।
ସୂଚନା ଅନୁସାରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତ ୨୬ ତାରିଖ ଦିନ ଅତିରିକ୍ତପ୍ରିନସିପାଲ ଚିଫ୍ କନଜରଭେଟର ଅଭୟକାନ୍ତପାଠକଙ୍କ ସରକାରୀ ବାସଭବନ ସମେତ ରାଜ୍ୟ ବାହାରେ ମୋଟ ୧୨ଟି ଜାଗାରେ ଭିଜିଲାନ୍ସ ଚଢଉ କରିଥିଲା । ଭିଜିଲାନ୍ସ ତାଙ୍କପାଖରୁ ଆଖି ଖୋସିଲା ଭଳି ସମ୍ପତ୍ତି ଠାବ କରିବା ସହପୁଅ ଆକାଶ ସହ ଉଭୟଙ୍କୁ ଗିରଫ କରିଥିଲା । ସେ ରାଜ୍ୟର ବିଭିନ୍ନ ସ୍ଥାନରେ ଚାକିରି କରିବା ସମୟରେ ଆର୍ଥିକ ଦୁର୍ନୀତି ହୋଇଥିବା ସନେ୍ଦହ କରି ଆଜି ରାଜ୍ୟ ବ୍ୟାପି ଚଢଉ ଆରମ୍ଭ ହୋଇଛି ।
ଏହି କ୍ରମରେ ସମ୍ବଲପୁରରେ ଶ୍ରୀପାଠକ ୧୯୯୦-୯୧ ମସିହାରେ ସାମାଜିକ ବନୀକରଣପ୍ରକଳ୍ପର ଏସିଏଫ୍ ଦାୟିତ୍ୱରେ ରହିଥିଲେ । ଏହି ଗୋଟିଏ ବର୍ଷ ସେ ଦାୟିତ୍ୱରେ ଥିବା ସମୟରେ ବନୀକରଣରେ ଦୁର୍ନୀତି ହୋଇଛି କି ନାହିଁ ସେ ନେଇ ଖୋଳତାଡ ଆରମ୍ଭ କରିଛି ଭିଜିଲାନ୍ସର ଏକ ସ୍ପେଶାଲ ଟିମ୍ । ଭିଜିଲାନ୍ସ ଡିଏସ୍ପିଙ୍କ ନେତୃତ୍ୱରେ ଏକ ୪ ଜଣିଆ ଟିମ୍ ଆଜି ସମ୍ବଲପୁର ଡିଏଫ୍ଓଙ୍କ କାର୍ଯ୍ୟାଳୟରେପହଞ୍ଚି କାଗଜପତ୍ର ଯାଞ୍ଚ କରିଛନ୍ତି । ଏହାସହ ସେ ସମୟରେ ସେ କେଉଁ ବ୍ୟାଙ୍କ୍ରେ ଟଙ୍କା କାରବାର କରିଥିଲେ, କେତେ ଟଙ୍କା ଦରମା ଆକାରରେପାଇଥିଲେ ସେ ନେଇ ତଦନ୍ତ ଆରମ୍ଭ ହୋଇଛି । ଭିଜିଲାନ୍ସ ଆଜି ଏସ୍ବିଆଇ ମୁଖ୍ୟ ଶାଖା, ଆନ୍ଧ୍ର ବ୍ୟାଙ୍କ୍, ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଏବଂ ୟୁନିଅନ୍ ବ୍ୟାଙ୍କରେପହଞ୍ଚି ଖୋଳତାଡ ଆରମ୍ଭ କରିଛି । ଏହି ସବୁ ଶାଖାରେପାଠକଙ୍କ ଜମା ଖାତା ଥିଲା କି ନାହିଁ ସେ ନେଇ ବିସ୍ତୃତ ସୂଚନା ଦେବାପାଇଁ ବ୍ୟାଙ୍କ୍ ମାନଙ୍କୁ ଭିଜିଲାନ୍ସ ନିଦେ୍ର୍ଧଶ ଦେଇଛି । ଆସନ୍ତାକାଲି ମଧ୍ୟ ସହରର ୩ଟି ବ୍ୟାଙ୍କ୍ରେ ଖୋଳତାଡ ହେବା ନେଇ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି ।
ଅପରପକ୍ଷେ, ୧୯୯୧ ମସିହାରେ ମାତ୍ର ମାସକପାଇଁପାଠକ ଏଠାରେ ଡିଏଫ୍ଓ ଦାୟିତ୍ୱରେ ଥିବା ବେଳେ ବିବାଦୀୟ ସ୍ଥିତି ସୃଷ୍ଟି ହୋଇଥିଲା । ସେହି ସମୟରେ ଏଠାରେ ଡିଏଫ୍ଓ ଦାୟିତ୍ୱରେ ଥିଲେ ଏ.କେ. ଜୟସ୍ୱାଲ । ତେବେ,ପାଠକ ରାଜ୍ୟ ନିଦେ୍ର୍ଧଶନାମାପାଇ ଏଠାକୁ ବଦଳି ହୋଇଆସିଥିଲେ ହେଁ ଜୟସ୍ୱାଲ ତାଙ୍କ ଆସନ ଛାଡିନଥିଲେ । ଫଳରେପାଠକ ବଳପୂର୍ବକ ଏଠାରେ ଯୋଗଦାନ କରିଥିବା ବେଳେ ଏହାକୁ ନେଇ ଅପ୍ରୀତିକରପରିସ୍ଥିତି ସୃଷ୍ଟି ହୋଇଥିଲା । ତେବେ, ମାସକପରେପୁଣିପାଠକଙ୍କ ଅନ୍ୟତ୍ର ବଦଳି ହୋଇଯାଇଥିଲା । ହେଲେ ଏଠାରୁ ସେ ମାସକର ଦରମା ନେଇଥିବା ସୂଚନା ମିଳିଛି ।
ସେହିପରି ସାମାଜିକ ବନୀକରଣପ୍ରକଳ୍ପ ୨୦୦୩ ମସିହାରେ ବନ୍ଦ ହୋଇଥିବା ବେଳେ ଅଧିକ ବିବରଣୀପାଇଁ ସମ୍ବଲପୁର ଭିଜିଲାନ୍ସର ଏକ୍ ଟିମ୍ ଆସନ୍ତାକାଲି ରାଉରକେଲା ଯିବା ନେଇ ସୂଚନା ମିଳିଛି ।
Comments are closed, but trackbacks and pingbacks are open.