ଡ୍ୟାନ୍ସ ବାର୍ରେ ରେଡ୍ : ଥାନାରେ ୫୦ରୁ ଅଧିକ ବାର୍ ଗର୍ଲ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ): କଟକ ରୋଡ୍ର ଚାଲିଥିବା ବେଆଇନ୍ ଡ୍ୟାନ୍ସ ବାର୍ରେ ପୁଣି କମିଶନରେଟ ପୁଲିସ ପଞ୍ଝା ପକାଇଛି । ଲକ୍ଷ୍ମୀସାଗର ଥାନାର ୧୦ଟି ଟିମ୍ ଏକକାଳୀନ ୧୦ଟି ବାର୍ ଗର୍ଲରେ ଚଢ଼ଉ କରିଛି । ବାର୍ରେ ଡ୍ୟାନ୍ସ କରି ମଦୁଆଙ୍କ ମନ ମୋହୁଥିବା ୫୦ରୁ ଅଧିକ ବାର୍ ଗର୍ଲଙ୍କୁ ଥାନାକୁ ଟାଣିଛି । ଥାନାରେ ସେମାନଙ୍କ ଡକ୍ୟୁମେଣ୍ଟ ଯାଞ୍ଚ କରାଯାଉଛି ।
ଡିସିପି ଅନୁପ ସାହୁଙ୍କ ନିର୍ଦ୍ଦେଶକ୍ରମେ ଏହି ବାର୍ଗୁଡିକରେ ଚଢ଼ଉ କରାଯାଇଛି । ଲକ୍ଷ୍ମୀସାଗର ଥାନା ଅଧିକାରୀ ଦୟାନିଧୀ ନାୟକ ଏଥିପାଇଁ ନିଳନକ୍ସା ପ୍ରସ୍ତୁତ କରିଥିଲେ । ରାତି ସାଢ଼େ ୧୧ଟା ବେଳେ ଲକ୍ଷ୍ମୀସାଗର ଥାନାରୁ ବାହାରିଥିଲା ପୁଲିସ ଭ୍ୟାନ୍ । ଏକାବେଳକେ ୧୦ଟି ଯାକ ବାର୍ରେ ପୁଲିସ ଚଢ଼ଉ କରିଥିଲା । ଚଢ଼ଉ ବେଳେ ସବୁ ବାରରେ ପୁଳା ପୁଳା ଗ୍ରାହକ ବସି ମଦ ପିଉଥିଲେ । ବାର୍ ଗର୍ଲମାନେ ଅର୍ଧନଗ୍ନ ଅବସ୍ଥାରେ ଅଶ୍ଲୀଳ ଡ୍ୟାନ୍ସ କରୁଥିଲେ । ପୁଲିସ ବାର୍ଗୁଡି଼କ ମ୍ୟାନେଜରଙ୍କୁ ପଚରାଉଚରା କରିଥିଲା । ବାର୍ଗୁଡିକର କାଗଜପତ୍ର ଯାଞ୍ଚ କରିଥିଲା । ଡ୍ୟାନ୍ସ କରୁଥିବା ବାର୍ ଗର୍ଲଙ୍କ ଅନୁମତି ଅଛି କି ନାହିଁ, ତାହା ବି ଯାଞ୍ଚ ଚାଲିଥିଲା । ସେଠାରୁ ବାର୍ ଗର୍ଲମାନଙ୍କୁ ଭ୍ୟାନ୍ରେ ବସାଇ ଥାନାକୁ ଆଣିଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons