ଢେଙ୍କାନାଳରେ ବିଶାଳ କୃଷକ ସମାବେଶ

Get real time updates directly on you device, subscribe now.

ଢେଙ୍କାନାଳ,(ବି.ବି.ନୁ୍ୟଜ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାକୁ କୃଷି କ୍ଷେତ୍ରରେ ବିପୁଳ ଆର୍ଥିକ ଅନୁଦାନ ଓ ସହାୟତା ଯୋଗାଇ ଦେଉଛନ୍ତି । ହେଲେ ରାଜ୍ୟରେ ଚାଷୀଙ୍କୁ କେନ୍ଦ୍ର ଟଙ୍କା ଦେବାରୁ ବଞ୍ଚିତ କରାଯାଉଛି । ଏମିତି ଅଭିଯୋଗ ଉଠାଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କ ଉପରେ ବର୍ଷିବା ସହ ବିରୋଧୀ କୃଷି ଆଇନ୍କୁ ନେଇ ଚାଷୀଙ୍କ ମଧ୍ୟରେ ଭ୍ରମ ସୃଷ୍ଟି କରୁଛନ୍ତି ବୋଲି ପ୍ରକାଶ କରିଛନ୍ତି ।
ନୂଆ କୃଷି ଆଇନ୍ ଦ୍ୱାରା ଓଡ଼ିଶା ସମେତ ଭାରତବର୍ଷର ଚାଷୀ ଅଧିକ ଲାଭାନ୍ୱିତ ହେବେ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୃଢେ଼ାକ୍ତି ପ୍ରକାଶ କରିଛନ୍ତି । ଶନିବାର ଢେଙ୍କାନାଳ ମିନି ଷ୍ଟାଡ଼ିୟମ୍ଠାରେ ଆୟୋଜିତ ବିଶାଳ ଚାଷୀ ସମାବେଶରେ କେନ୍ଦ୍ର ପେଟ୍ରୋଲିୟମ୍, ପ୍ରାକୃତିକ ଗ୍ୟାସ୍ ଓ ଇସ୍ପାତ ମନ୍ତ୍ରୀ ଶ୍ରୀ ପ୍ରଧାନ ଯୋଗଦେଇ ଏହି ମନ୍ତବ୍ୟ ଦେଇଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ, ମୋଦି ସରକାର ବିଗତ ବର୍ଷରେ ଓଡ଼ିଶାକୁ ପ୍ରଦାନ କରିଥିବା କୃଷି ସହାୟତା ରାଶିର ହିସାବ ରଖିଛନ୍ତି । ପ୍ରଧାନମନ୍ତ୍ରୀ କୃଷି କ୍ଷେତ୍ରରେ ୩ଟି ସଂସ୍କାର ଆଣିଛନ୍ତି । କୃଷିକୁ ବ୍ୟବସାୟର ରୂପ ଦେବାପାଇଁ ଯୋଜନା ପ୍ରସ୍ତୁତ ହୋଇଛି । ଚାଷୀ ତାର ଉତ୍ପାଦିତ ଦ୍ରବ୍ୟକୁ ବଜାରରେ ବିକ୍ରି କରିପାରିବ । ଏଥିରେ କୌଣସି ପ୍ରତିବନ୍ଧକ ରହିବ ନାହିଁ । ଚାଷୀ ଲାଭବାନ୍ ଆଉ ଆତ୍ମନିର୍ଭରଶୀଳ ହୋଇପାରିବ । ନରେନ୍ଦ୍ର ମୋଦି ଇ-ମାର୍କେଟ୍, ଇ-କମର୍ସକୁ ଗୁରୁତ୍ୱ ଦେଉଛନ୍ତି । ବଡ଼ କମ୍ପାନୀ ଚାଷୀଙ୍କ ଉପôାଦିତ ଦ୍ରବ୍ୟକୁ ସିଧାସଳଖ କିଣିପାରିବ । ନଚେତ୍ ଚାଷୀ ନିଜ ସୁବିଧାରେ ଯେକୌଣସି ବଜାରରେ ନିଜକୁ ସୁହାଇଲା ଭଳି ବିକ୍ରି କରିପାରିବ । ନୂଆ କୃଷି ଆଇନ୍ରେ ଚାଷୀମାନେ ଏପିଏମ୍ଏସି ମଣ୍ଡିରେ ନିଜର ଉତ୍ପାଦିତ ସାମଗ୍ରୀ ବିକ୍ରି କରିବା ସହ ଦେଶର ଯେକୌଣସି ସ୍ଥାନରେ ବିକ୍ରି କରି ନିଜ ସାମଗ୍ରୀର ଉଚିତ୍ ମୂଲ୍ୟ ପାଇପାରିବ ।
ନୂଆ କୃଷି ଆଇନ୍ରେ ଗୋଟିଏ ଦେଶ ଓ ଗୋଟିଏ ବଜାର ତଥା ଇ-ନାମର ବ୍ୟବସ୍ଥା କରାଯାଇଛି । ଏହାଦ୍ୱାରା ଢେଙ୍କାନାଳର ଆମ୍ବ ବମ୍ବେ ଏବଂ ଅନୁଗୁଳର ଲିଚୁ ପଶ୍ଚିମବଙ୍ଗ ବଜାରରେ ବିକ୍ରି ହୋଇପାରିବ । ଚାଷୀଙ୍କୁ ଆତ୍ମନିର୍ଭର କରିବା ପାଇଁ ହୋଇଛି ନୂଆ କୃଷି ଆଇନ । ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି କୃଷି ଆଇନ୍ରେ ବ୍ୟବସ୍ଥା ହୋଇଛି । କୃଷି ଉତ୍ପାଦ ସଂଗଠନ (ଏଫ୍ପିଓ) ଓ ୧ ଲକ୍ଷ କୃଷି ଭିତ୍ତିଭୂମି ପାଣ୍ଠି ଓଡ଼ିଶାର ଚାଷୀମାନଙ୍କୁ ଲାଭ ଦେବ । ଚାଷୀମାନେ ନିଜ ଉତ୍ପାଦିତ ସାମଗ୍ରୀର ବଜାର ମୂଲ୍ୟ ପାଇପାରିବେ । ଏହାକୁ କାହିଁକି ବିରୋଧ କରାଯିବ ବୋଲି ଧର୍ମେନ୍ଦ୍ର ପ୍ରଶ୍ନ କରିଛନ୍ତି । କିଛି ନଖ ଘଷୁଥିବା ଗୋÂୀ, ଭାରତ ବିରୋଧୀ ଓ ପାକିସ୍ତାନର ଗୁଣ ଗାଉଥିବା ଲୋକମାନେ ପ୍ରଧାନମନ୍ତ୍ରୀଙ୍କ କୃଷି ଆଇନ୍କୁ ବିରୋଧ କରିବାର ଷଡ଼ଯନ୍ତ୍ର ରଚିଛନ୍ତି । କୃଷି ଆଇନ୍କୁ ନେଇ ଚାଷୀଙ୍କ ମଧ୍ୟରେ ଭ୍ରମ ସୃଷ୍ଟି କରାଯାଉଛି । ଏମ୍ଏସ୍ପି ଏବଂ ଜମି ଅନ୍ୟ ଜଣଙ୍କ ପାଖକୁ ଚାଲିଯିବାର ଭୟ ଚାଷୀଙ୍କ ମୁଣ୍ଡରେ ପୂରାଯାଉଛି । ତେବେ ଏହାର ଜବାବ୍ ଚାଷୀ ନିଶ୍ଚୟ ଦେବେ ବୋଲି ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି ।
ଏଥିସହ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମୋଦି ସରକାର ବିଗତ ବର୍ଷରେ ଓଡ଼ିଶାକୁ ଯୋଗାଇ ଦେଇଥିବା ସହାୟତା ରାଶିର ହିସାବ ରଖିଥିଲେ । କେନ୍ଦ୍ର ସରକାର ବିଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ବିଭିନ୍ନ କୃଷି ଯୋଜନା ତଥା ଡିବିଟି ଜରିଆରେ ମୋଟ୍ ୬୦ ହଜାର ୮୩୬ କୋଟି ୯୭ ଲକ୍ଷ ଟଙ୍କା ଦେଇଛନ୍ତି । ୨୦୧୯-୨୦ ଆର୍ଥôକ ବର୍ଷରେ ଢେଙ୍କାନାଳ ଚାଷୀଙ୍କଠାରୁ ମୋଦି ସରକାର ୧ ଲକ୍ଷ ୨୮ ହଜାର ୬୧୦ ମେଟ୍ରିକ୍ ଟନ୍ର ଖାଦ୍ୟଶସ୍ୟ କ୍ରୟ କରିଛନ୍ତି । ସେହିପରି ଏହି ଅବଧି ଭିତରେ ଅନୁଗୁଳ ଚାଷୀଙ୍କଠାରୁ ୮୬ ହଜାର ୨୯୨ ମେଟ୍ରିକ୍ ଟନ୍ର ଖାଦ୍ୟଶସ୍ୟ କ୍ରୟ କରାଯାଇଛି । ୨୦୧୩-୧୪ ଆର୍ଥôକ ବର୍ଷରେ ତ+ାଳୀନ କଂଗ୍ରେସ ସରକାର ଓଡ଼ିଶାରୁ ୨.୮ ମିଲିୟନ୍ ମେଟ୍ରିକ୍ ଟନ୍ର ଖାଦ୍ୟଶସ୍ୟ କ୍ରୟ କରିଥିବା ବେଳେ ୨୦୧୯-୨୦ ଆର୍ଥôକ ବର୍ଷରେ ମୋଦି ସରକାରରେ ଓଡ଼ିଶାରୁ ୭.୦୫ ମିଲିୟନ୍ ମେଟ୍ରିକ୍ ଟନ୍ ଖାଦ୍ୟଶସ୍ୟ କିଣାଯାଇଛି । ୨୦୧୪ରେ ଧାନର ଏମ୍ଏସ୍ପି କୁଇଣ୍ଟାଲ୍ ପିଛା ୧୩୧୦ ଟଙ୍କା ଥିବା ବେଳେ ମୋଦି ସରକାରରେ ୨୦୧୯-୨୦ ବର୍ଷରେ ହୋଇଛି ୧୮୧୫ ଟଙ୍କା । ଚଳିତବର୍ଷ ଧାନର ଏମ୍ଏସ୍ପି ୧୮୬୭ ଟଙ୍କାକୁ ବୃଦ୍ଧି ହୋଇଛି । ମୋଦି ସରକାର କୃଷି ଓ କୃଷକର ଉନ୍ନତି ପାଇଁ ଚିନ୍ତା କରୁଛନ୍ତି । ମାତ୍ର ଏଥିରେ ବିରୋଧୀ ପ୍ରତିବନ୍ଧକ ସାଜିଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ କୃଷିକୁ ବ୍ୟବସାୟରେ ରୂପ ଦେବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ । ମାତ୍ର ରାଜ୍ୟରେ ପ୍ରଶାସନ ଏବଂ ମଧ୍ୟସ୍ଥିଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଚାଲିଛି । କେବଳ ଗୋଟିଏ ପକ୍ଷ ଦଳର ସମର୍ଥକଙ୍କୁ ଟୋକନ ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ କରାଯାଉଛି । ଅପରପକ୍ଷରେ ଚାଷୀଙ୍କ କାଳିଆ ଟଙ୍କା କୁଆଡେ଼ ଗଲା ବୋଲି ରାଜ୍ୟ ସରକାରଙ୍କୁ ଧର୍ମେନ୍ଦ୍ର ପ୍ରଶ୍ନ କରିଥିଲେ । ଓଡ଼ିଶାର ବରଗଡ଼ ପରେ ଢେଙ୍କାନାଳରେ କୃଷିବର୍ଜ୍ୟରୁ ଇଥାନଲ ପ୍ରସ୍ତୁତ କରାଯିବାର ମଧ୍ୟ ଯୋଜନା କରାଯାଉଛି । ସେହିପରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆସୁଥିବା ଘରେ ବିଜୁ ପକ୍କାଘର ଯୋଜନାର ଷ୍ଟିକର ମରାଯାଉଛି । ପର ଘର ତିଅଣରେ ଅତିଥି ସ+ାର କରିବା ରାଜ୍ୟ ସରକାରଙ୍କୁ ଭଲ ଭାବେ ଜଣା । ଓଡ଼ିଶାର ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଦେଉଥିବା ଟଙ୍କା ଚାଷୀର ଘର ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ଜଗିବା ଦରକାର ବୋଲି ଦଳୀୟ କର୍ମୀମାନଙ୍କୁ ସେ ଆହ୍ୱାନ ଦେଇଥିଲେ । ୨୦୨୦ ସୁଦ୍ଧା ସମସ୍ତଙ୍କ ମୁଣ୍ଡ ଉପରେ ପକ୍କାଘର ହେବା ନେଇ ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ବେଳେ ଓଡ଼ିଶାକୁ ଘର ପାଇଁ ପ୍ରଧାନମନ୍ତ୍ରୀ ମୋଦି ପଠାଉଥିବା ଟଙ୍କାକୁ ଜଗିବାର ଆବଶ୍ୟକତା ରହିଛି ବୋଲି କହିଥିଲେ ।
କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନଙ୍କ ସମେତ ବରିÂ ବିଜେପି ନେତା ପୂର୍ବତନ ରାଜ୍ୟ ସଭାପତି କନକବର୍ଦ୍ଧନ ସିଂହଦେଓ, ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ ପ୍ରମୁଖ ଉଦ୍ବୋଧନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଢେଙ୍କାନାଳ ଜିଲ୍ଲା ପ୍ରଭାରୀ ରାଜ୍ୟ ଉପସଭାନେତ୍ରୀ ପ୍ରଭାତୀ ପରିଡ଼ା, ଅନୁଗୁଳ ଜିଲ୍ଲା ପ୍ରଭାରୀ ରାଜ୍ୟ ସଂପାଦକ ସୀମାଞ୍ଚଳ ଖଟେଇ, ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ପାତ୍ର, ପୂର୍ବତନ ଜିଲ୍ଲା ସଭାପତି ବିଭୁତି ଭୂଷଣ ପ୍ରଧାନ, କୃଷକ ମୋର୍ଚ୍ଚା ଉପସଭାପତି ରାମଚନ୍ଦ୍ର ପାତ୍ର, ଅଶୋକ ମହାନ୍ତି, କାଳନ୍ଦୀ ସାମଲ, ଶତ୍ରୁଘନ ଜେନା, ଭାଗିରଥୀ ପ୍ରଧାନ, ପ୍ରତାପ ଚନ୍ଦ୍ର ପ୍ରଧାନ, ଅଗସ୍ତି ବେହେରା, ଅଶୋକ ନାୟକ, ଯତିନ ମହାନ୍ତି, ରାଜ୍ୟ ସଂପାଦିକା ପିଙ୍କି ପ୍ରଧାନ, ବିଜେପି ଯୁବ ରାଜ୍ୟ ସଭାପତି ଟଙ୍କାଧର ତ୍ରିପାଠୀଙ୍କ ସମେତ ରାଜ୍ୟ ତଥା ଜିଲ୍ଲାର ବହୁ କାର୍ଯ୍ୟକର୍ତ୍ତା, ଢେଙ୍କାନାଳ ଏବଂ ଅନୁଗୁଳ ଜିଲ୍ଲାରୁ ଆସିଥିବା ହଜାର ହଜାର ସଂଖ୍ୟାରେ ଚାଷୀ ସମାବେଶରେ ଉପସ୍ଥିତ ଥିଲେ । ଜିଲ୍ଲା ବିଜେପି ସଭାପତି ନରେଶ ଚନ୍ଦ୍ର ମହାପାତ୍ରଙ୍କ ସଭାପତିତ୍ୱରେ ଅନୁÂିତ ସଭାରେ ପୂର୍ବତନ ସାଂସଦ ରୁଦ୍ରନାରାୟଣ ପାଣି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଅନୁଗୁଳ ଜିଲ୍ଲା ବିଜେପି ସଭାପତି ଦିଲ୍ଲେଶ୍ୱର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons