ତତଲା ପିଚୁ ପଡ଼ି ଶ୍ରମିକ ଗୁରୁତର

Get real time updates directly on you device, subscribe now.

ରାୟଗଡ(ଗଜପତି),(ବି.ବି.ନ୍ୟୁଜ୍): ରାୟଗଡ଼ ନିକଟସ୍ଥ ମହେନ୍ଦ୍ରତୟନା ନଦୀ ଉପରେ ଥିବା ବ୍ରିଜ୍ ମରାମତି କରୁଥିବା ବେଳେ ତତଲା ପିଚୁ ପଡିଯିବାରୁ ଜଣେ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି । ସେ ହେଉଛନ୍ତି ଶିବରାମ ଆନ୍ଦ୍ରାପ୍(୫୦) ଘର, ରାଜସୀତାପୁରରେ ବୋଲି ଜଣାପଡିଛି । ତାଙ୍କୁ ପ୍ରଥମେ ଚିକିତ୍ସା ପାଇଁ ରାୟଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।
ସୂଚନା ଅନୁସାରେ, ରାୟଗଡ଼ ନିକଟ ମହେନ୍ଦ୍ରତନୟା ନଦୀ ଉପରେ ଥିବା ବ୍ରିଜ ଉପରେ ଦୀର୍ଘଦିନ ହେଲା ଲୁହାଛଡ଼ ବାହାରି ରହିଥିବାରୁ ଲୋକେ ଯାତାୟରେ ସମସ୍ୟା ଦେଖା ଯାଉଥିଲା । ଏହାର ମରାମତି ପାଇ ବାରମ୍ବାର ଦାବି କରାଯିବା ପରେ ବତ୍ତିମାନ ଏହାର ମରାମତି ଚାଲିଛି । ଶନିବାର ମଧ୍ୟାହ୍ନ ୧ ଟା ବେଳେ ଶ୍ରମିକ ମାନେ କାମ କରୁଥିଲେ । ଶିବରାମ ତରଳ ପିଚୁ ଆଣିବା ପାଇଁ ଯାଇଥିଲେ । ପିଚୁ ନେଇ ଆସୁଥିବାବେଳେ କୌଣସି କାରଣରୁ ଏହା ହାତରୁ ଖସି ପଡ଼ିଥିଲେ । ଫଳରେ ତତଲା ପିଚୁ ତାଙ୍କ ବାମ ଗୋଡ଼ରେ ପଡ଼ି ଯାଇଥିଲା । ସାଥୀ ଶ୍ରମିକମାନେ ଆମ୍ବୁଲାନ୍ସ୍କୁ ଫୋନ୍ କରିଥିଲେ ହେଲେ, ଅନେକ ସମୟ ଧରି ଏହା ପହଞ୍ôଚନଥିଲା । ପରେ ସ୍ଥାନୀୟ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ôଚ ତାଙ୍କୁ ରାୟଗଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଶରୀରର ପ୍ରାୟ ୪୦ଭାଗ ପୋଡ଼ି ଯାଇଥିବା ଡାକ୍ତର ଅଜିତ ସାହୁ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons