ଝାରସୁଗୁଡ଼ ।,(ବି.ବି.ନୁ୍ୟଜ୍): କଳ୍ପନା ଦାସ ଏବଂ ଝିଅ ବବ୍ଲି ହତ୍ୟା ମାମଲାରେ ଅଧିକ ତଦନ୍ତ ଲାଗି ମାମଲାର ମୁଖ୍ୟ ଅଭିଯୁକ୍ତ ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ତିନି ଦିନ ଲାଗି ରିମାଣ୍ଡରେ ନେଇଛି ପୁଲିସ୍ । ତାଙ୍କ ଡ୍ରାଇଭରକୁ ଦିନିକିଆ ରିମାଣ୍ଡରେ ନିଆଯାଇଛି । ଏଥିସହ ଅନୁପଙ୍କ ନାର୍କୋ ଟେଷ୍ଟ ପାଇଁ ପୁଲିସ କରିଥିବା ଆବେଦନ ଉପରେ ଶୁଣାଣିକୁ ସ୍ଥଗିତ ରଖି ପରବର୍ତ୍ତୀ ଶୁଣାଣି ଲାଗି ଆସନ୍ତା ୨୦ ତାରିଖକୁ ଧାର୍ଯ୍ୟ କରାଯାଇଛି । ଅନୁପ ଓ ତାଙ୍କ ଡ୍ରାଇଭର ବର୍ମନ ଟପ୍ପୋ (ବର୍ଦ୍ଧନ)ର ରିମାଣ୍ଡ ଆବେଦନର ଶୁଣାଣି ରାୟଗଡ଼ ସିଜେଏଙ୍କ ଅଦାଲତରେ ଆଜି ହୋଇଥିଲା । ମାମଲାର ଦୁଇ ଅଭିଯୁକ୍ତଙ୍କୁ ୭ ଦିନ ଲାଗି ରିମାଣ୍ଡରେ ନେବାକୁ ରାୟଗଡ଼ ପୁଲିସ ପକ୍ଷରୁ ହୋଇଥିବା ଆବେଦନ ଉପରେ ଶୁଣାଣି କରି ଅନୁପଙ୍କୁ ତିନି ଦିନ ଲାଗି ଏବଂ ଡ୍ରାଇଭର ବର୍ମନକୁ ଗୋଟିଏ ଦିନ ପାଇଁ ରିମାଣ୍ଡରେ ନେବାକୁ କୋର୍ଟ ଅନୁମତି ପ୍ରଦାନ କରିଛନ୍ତି ।
ହତ୍ୟା ଘଟଣାରେ ବ୍ୟବହୃତ ଅନୁପଙ୍କ ଏକ ଇନୋଭା କାର୍କୁ ମଧ୍ୟ ଆଜି ଚକ୍ରଧରନଗର ପୁଲିସ ଜବତ କରିଛି । ଅନୁପ ଓ ଡ୍ରାଇଭର ବର୍ମନଙ୍କୁ ରିମାଣ୍ଡରେ ନେବା ପରେ ହତ୍ୟାକାଣ୍ଡକୁ ନେଇ ଲୁଚି ରହିଥିବା ଆଉ କିଛି ତଥ୍ୟ ସାମନାକୁ ଆସିବା ସହ ଅନ୍ୟ ଅଭିଯୁକ୍ତମାନଙ୍କ ସମ୍ପର୍କରେ ପୁଲିସ ତଥ୍ୟ ହାସଲ କରି ସେମାନଙ୍କୁ ଗିରଫ କରିବା ସମ୍ଭାବନା ଦେଖା ଦେଇଛି ।
ଆଜି ପୂର୍ବାହ୍ନରେ ଅନୁପ ଏବଂ ଡ୍ରାଇଭର ବର୍ମନକୁ ରାୟଗଡ଼ ଜେଲ୍ରୁ ରାୟଗଡ଼ କୋର୍ଟକୁ ଅଣାଯାଇଥିଲା । ଅପରାହ୍ନ ପ୍ରାୟ ୫ଟାରେ କୋର୍ଟରେ ଉଭୟଙ୍କୁ ହାଜର କରାଯିବା ପରେ ରିମାଣ୍ଡ ଆବେଦନ ଉପରେ ଶୁଣାଣି କରି ଆଜି ସନ୍ଧ୍ୟା ସାଢେ଼ ୫ଟାରୁ ଅନୁପଙ୍କୁ ତିନି ଦିନ ଏବଂ ବର୍ମନକୁ ଦିନକ ପାଇଁ ରିମାଣ୍ଡରେ ନେବାକୁ ପୁଲିସକୁ କୋର୍ଟ ଅନୁମତି ପ୍ରଦାନ କରିଥିଲେ ବୋଲି ସରକାରୀ ଓକିଲ ବେଦପ୍ରକାଶ ପଟେଲ ସୂଚନା ପ୍ରଦାନ କରିଛନ୍ତି । ଏବେ ତଦନ୍ତ ପ୍ରକ୍ରିୟାକୁ ଆଗେଇ ନେବା ସହ ଅନୁପ ଓ ବର୍ମନକୁ ମୁହାଁମୁହିଁ ଜେରା କରିବ ପୁଲିସ୍ । ହମିରପୁର ରାସ୍ତାର ସେହି ହତ୍ୟାକାଣ୍ଡ ସଂଗଠିତ ହୋଇଥିବା ସ୍ଥାନକୁ ନେଇ କିଭଳି ହତ୍ୟା କରାଯାଇଥିଲା ତାହାର ଡେମୋ ଉଭୟ ଅଭିଯୁକ୍ତ ପୁଲିସ ଆଗରେ ଦେଖାଇବେ । ଏଭଳି ବ୍ୟବସ୍ଥା ପୁଲିସ ପକ୍ଷରୁ କରାଯାଇଛି । ହତ୍ୟାକାଣ୍ଡରେ ବ୍ୟବହୃତ ଅନୁପଙ୍କ ବୋଲେରୋ ଏଯାଏ ପୁଲିସ ହାତକୁ ଲାଗି ନ ଥିବା ବେଳେ ଅନୁପଙ୍କ ଇନୋଭା କାର୍ (ଓଡି ୦୨ଭି ୯୭୪୪)କୁ ପୁଲିସ ଆଜି ଜବତ କରିଛି । ରାଜପୁର ବଘରାଚକା ସ୍ଥିତ ଅନୁପଙ୍କ ଘରକୁ ଯାଇ ଇନୋଭାକୁ ପୁଲିସ ଜବତ କରି ରାୟଗଡ଼ ଆଣିଥିଲା । ଅନୁପଙ୍କ ବୋଲେରୋକୁ ଠାବ କରିବା ଲାଗି ପୁଲିସ ଟିମ ଗୁଜରାଟ ଗସ୍ତରେ ଥିବା କୁହାଯାଉଛି । ଅନୁପଙ୍କ ସମ୍ପର୍କୀୟ ନୃପେନ୍ଦ୍ର କୁମାର ସାଏ (ପିନି)ଙ୍କୁ ଚକ୍ରଧରନଗର ଥାନାରେ ହାଜର ହୋଇ ହତ୍ୟାକାଣ୍ଡ ସମ୍ପର୍କରେ ବୟାନ ଦେବାକୁ ପୁଲିସ ପକ୍ଷରୁ ନୋଟିସ ଜାରି ହୋଇଥିଲା । ସେହି ଅନୁଯାୟୀ ଆଜି ପିନି ସାଏ ଚକ୍ରଧରନଗର ଥାନାରେ ହାଜର ହୋଇ ନିଜ ବୟାନ ରେକର୍ଡ କରିଥିବା ଜଣାପଡ଼ଛି । ମାତ୍ର ତାଙ୍କୁ ପୁଲିସ କ’ଣ ଜେରା କରିଛି ଓ ସେ କ’ଣ କହିଛନ୍ତି ତାହାର ତଥ୍ୟ ମିଳି ନାହିଁ । ପୁଲିସ ମଧ୍ୟ ତଦନ୍ତରେ ବାଧା ଦୃଷ୍ଟିରୁ ଅନେକ ତଥ୍ୟ ଗଣମାଧ୍ୟମକୁ କହିବାକୁ ମନା କରୁଛି ।
ଗତ ୧୮ ତାରିଖରେ ଅନୁପ ସାଏ ଏବଂ ବର୍ମନ ଟପ୍ପୋକୁ ରିମାଣ୍ଡରେ ନେବାକୁ ରାୟଗଡ଼ ପୁଲିସ କୋର୍ଟରେ ଆବେଦନ କରିଥିଲା । ଅନୁପଙ୍କ ଓକିଲ ଆଜି କୋର୍ଟରେ ଯୁକ୍ତି ରଖି ରିମାଣ୍ଡରେ ନ ଛାଡିÿବାକୁ କୋର୍ଟକୁ ଅନୁରୋଧ କରିଥିଲେ । ସ୍ୱାସ୍ଥ୍ୟାବସ୍ଥା ଠିକ ନ ଥିବା, ହୃଦ୍ ସମସ୍ୟା ଥିବା ଦର୍ଶାଇ ରିମାଣ୍ଡ ଓ ନାର୍କୋ ଟେଷ୍ଟ ଆବେଦନକୁ ସେ ବିରୋଧ କରିଥିଲେ । ହେଲେ କୋର୍ଟ ଶେଷରେ ରିମାଣ୍ଡରେ ନେବା ଲାଗି ଅନୁମତି ପ୍ରଦାନ କରିଥିଲେ । ଛତିଶଗଡ଼ ପୁଲିସ ବିଭିନ୍ନ ଟିମ୍ରେ ଭାଗ ହୋଇ ସାଦା ପୋଷାକରେ ଝାରସୁଗୁଡ଼ା ସମେତ ରାଜ୍ୟର ବିଭିନ୍ନ ସ୍ଥାନ ଗସ୍ତ କରି ତଦନ୍ତ ଚଳାଇଛି । ବ୍ରଜରାଜନଗର ଅଞ୍ଚଳର ଅନୁପଙ୍କ ସହ ଆଉ କେଉଁମାନେ ସମ୍ପର୍କରେ ରହିବା ସହ ଏହି ହତ୍ୟାକାଣ୍ଡରେ ତାଙ୍କୁ ସହାୟତା କରିଛନ୍ତି ତାହାର ଟିକିନିଖି ଖବର ଏବଂ ତଥ୍ୟ ସଂଗ୍ରହ କରୁଥିବାରୁ ଲୋକଙ୍କ ଭିତରେ ଭୟର ବାତାବରଣ ଦେଖାଦେଇଛି । ଛତିଶଗଡ଼ ନମ୍ବର ବିଶିଷ୍ଟ ଗାଡ଼ି ଦେଖିଲେ ଲୋକେ ଛାନିଆ ହେଉଛନ୍ତି । ଅନୁପଙ୍କ ଅନେକ ଘନିÂ ସହଯୋଗୀ ଏବେ ଅଞ୍ଚଳ ଛାଡ଼ି ବାହାରେ ଆତ୍ମଗୋପନ କରିଥିବା ଦେଖାଯାଉଛି ।
Comments are closed, but trackbacks and pingbacks are open.