ବାଙ୍କୀ ଡବଲ ମର୍ଡର, ଗିରଫ ହେଲେ ଆଉ ୨ ଅଭିଯୁକ୍ତ

Get real time updates directly on you device, subscribe now.

ବାଙ୍କୀ: ବାଙ୍କୀରେ ବହୁଚର୍ଚ୍ଚିତ ଡବଲ ମର୍ଡର ଘଟଣାରେ ପୋଲିସ ଆଉ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ଫଳରେ ଗିରଫଦାରୀ ସଂଖ୍ୟା ୪କୁ ବୃଦ୍ଧି ପାଇଛି।
ସୂଚନାନୁସାରେ, ଗତ ୧୫ ତାରଖିରେ କଟକ ବାଙ୍କୀ ଅଞ୍ଚଳରେ ଏକ ଛାତିଥରା ହତ୍ୟାକାଣ୍ଡ ଘଟିଥିଲା। ଜଣେ ମହିଳା ସରପଞ୍ଚଙ୍କ ସ୍ୱାମୀ ଓ ଆଉ ଜଣ ଓ୍ୱେବ ପୋର୍ଟାଲର ସାମ୍ବାଦିକଙ୍କୁ ବାଙ୍କୀ ଜୋକଳାଞ୍ଜିରେ ଗୋଡାଇ ଗୋଡାଇ ଦୁର୍ବୃତ୍ତମାନେ ହାଣି ଅତି ନିର୍ମମ ଭାବେ ହତ୍ୟା କରିଥିଲେ। ଉଭୟଙ୍କୁ ରାସ୍ତାରେ ତାର ଟାଣି ଅଟକାଇ ଏହି ହତ୍ୟା କରିଥିଲେ। ଆରମ୍ଭରୁ ହିଁ ଏହି ହତ୍ୟାକାଣ୍ଡ ପଛରେ ରାଜନୈତିକ ଶତ୍ରୁତା ଥିବା ପୋଲିସ ସନ୍ଦେହ କରିଥିଲା। ମୃତକ ଥିଲେ ଭଗବାନ ସ୍ୱାଇଁ ଓ ଆଦିତ୍ୟ ରଣସିଂହ।
ଏହି ଘଟଣାରେ ପୋଲିସ ତତ୍ପରତା ପ୍ରକାଶ କରିଥିଲା। ମୃତ ଭଗବାନଙ୍କ ଶେଷ ବୟାନକୁ ଆଧାର କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା। ସେ ମୃତ୍ୟୁ ପୂର୍ବରୁ ଅଭିଯୁକ୍ତଙ୍କ ନାମ ନେଇଥିଲେ। ତାଙ୍କ ପତ୍ନୀ ତଥା ମହିଳା ସରପଞ୍ଚ ମଧ୍ୟ ସମାନ ଅଭିଯୋଗ ଆଣିଥିଲେ। ଏହାପରେ ପୋଲିସ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଏଥିରେ ଆହୁରି ଅନେକ ଜଣଙ୍କ ସଂପୃକ୍ତି ଥିବା ପୋଲିସ ସୁରାକ ପାଇବା ସହ ୧୫ଜଣଙ୍କୁ ସ୍କାନରରେ ରଖିଥିଲା। ତେବେ ଆଜି ଆଉ ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୪ରେ ପହଁଚିଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons