ତିନି ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ): ରାଜଧାନୀରେ ଜମି ଦଖଲ ଦେବା ଠାରୁ ଆରମ୍ଭ କରି ଦାଦାବଟି ଆଦାୟ ଆଦି ମାମଲାରେ ସଂପୃକ୍ତ ୩ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ କମିଶନରେଟ୍ ପୁଲିସ ଗିରଫ କରିଛି । କୁଇକ୍ ଆକ୍ସନ୍ ଟିମ୍(କ୍ୟୁଏଟି) ଓ କ୍ୟାପିଟାଲ ଥାନା ପୁଲିସ ଗତକାଲି ବିଳମ୍ବିତ ରାତିରେ ଶିଶୁଭବନ ଛକରୁ ୩ ଅପରାଧୀଙ୍କୁ ଗିରଫ କରି ସେମାନଙ୍କ ଠାରୁ ଦୁଇଟି ବନ୍ଧୁକ, ୩ଟି ଗୁଳି, ଦୁଇଟି ବାଇକ୍ ଓ ୨ଟି ମୋବାଇଲ୍ ଫୋନ ଜବତ କରିଛି । ଗିରଫ ଅପରାଧୀମାନେ ହେଲେ ଶ୍ରୀଲିଙ୍ଗରାଜ ଥାନା ଅନ୍ତର୍ଗତ କପିଳେଶ୍ୱରର ରୋମନ ମଲିଆ ଓରଫ ସୁଜିତ ପଣ୍ଡା(୧୯), ଗୋସାଗରେଶ୍ୱର ଛକରେ ରହୁଥିବା ହାପି ଓରଫ ସ୍ୱରାଜ ବେହେରା(୧୯) ଓ ଶ୍ରୀଲିଙ୍ଗରାଜ ଥାନା ଅନ୍ତର୍ଗତ ବେହେରା ସାହିର ବବୁଲୁ ଓରଫ ରାଜା ଓରଫ ବିଶ୍ୱଜିତ ବେହେରା(୨୦) ।
ପୁଲିସ ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ୩ ବନ୍ଧୁକଧାରୀ ଯୁବକ ଦୁଇଟି ବାଇକ୍ରେ ଶିଶୁଭବନ ଛକ ନିକଟରେ ଠିଆ ହୋଇଥିବା ବିଶ୍ୱସ୍ତ ସୂତ୍ରରୁ କ୍ୟୁଏଟି ଖବର ପାଇଥିଲା । କ୍ୟୁଏଟି ସଙ୍ଗେ ସଙ୍ଗେ କ୍ୟାପିଟାଲ ଥାନା ପୁଲିସ ସହ ମିଶି ଶିଶୁଭବନ ଛକରେ ଚଢ଼ଉ କରି ୩ ଜଣଙ୍କୁ କାବୁ କରିବା ସହ ସେମାନଙ୍କ ନିକଟରୁ ଗୋଟିଏ ଦେଶୀ ପିସ୍ତଲ, ଗୋଟିଏ ଦେଶୀ ସିଙ୍ଗଲ ସଟ୍ ବନ୍ଧୁକ, ୩ ରାଉଣ୍ଡ ଗୁଳି, ଦୁଇଟି ମୋବାଇଲ୍ ଫୋନ୍, ଦୁଇଟି ବାଇକ୍(ଓଡି୦୨-ଏଏଚ୍-୨୬୭୯) ଓ (ଓଆର୦୨-ବିଡବ୍ଲ୍ୟୁ-୦୫୧୦) ଜବତ କରିଥିଲା । ୩ ଜଣଙ୍କୁ ପୁଲିସ ଥାନାକୁ ଆଣି ଜେରା କରିବାରେ ସେମାନେ ବିଭିନ୍ନ ଅପରାଧୀକ କାର୍ଯ୍ୟରେ ଲିପ୍ତ ଥିବା ଜଣା ପଡ଼ିଥିଲା । ସେମାନେ ମୋଟା ଅଙ୍କର ଟଙ୍କା ନେଇ ରାଜଧାନୀରେ ଜମି ଦଖଲ ଦେବା ଠାରୁ ଆରମ୍ଭ କରି ଦାଦାବଟି ଆଦାୟ ଆଦି କାମ କରନ୍ତି । ଏଥିସହ ସେମାନେ ବ୍ରାଉନ୍ସୁଗର କାରବାର କରୁଥିବା ପୁଲିସ ଜାଣିବାକୁ ପାଇଥିଲା । ଆଜି ୩ ଜଣଙ୍କୁ ପୁଲିସ କୋର୍ଟ ଚାଲାଣ କରିଥିଲା । ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି । ତେବେ ସେମାନଙ୍କ ନାମରେ ରାଜଧାନୀର ଅନ୍ୟ କେଉଁ ଥାନାରେ ମାମଲା ରହିଛି ସେ ନେଇ ପୁଲିସ ତଦନ୍ତ ଚଳାଇଛି । ଆବଶ୍ୟକ ପଡ଼ିଲେ ୩ ଜଣଙ୍କୁ ରିମାଣ୍ଡରେ ଅଣାଯାଇ ଜେରା କରାଯିବ ବୋଲି ପୁଲିସ କହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons