ଆନନ୍ଦପୁର: ଦିନ ଦିପହରେ ମହିଳାଙ୍କ ଲୁଟି ନେଲେ ଦୁର୍ବୃତ୍ତ। ରାସ୍ତାରେ ଦହିବରା ଖାଇବା ବେଳେ ତାଙ୍କଠାରୁ ଲୁଟି ନେଇଥିବା ଅଭିଯୋଗ କରିଛନ୍ତି ମହିଳା। ମହିଳା ଜଣଙ୍କ ଦହିବରା ଖାଇବା ସମୟରେ ଟିକେ ଅନ୍ୟ ମନସ୍କ ହେବାରୁ ସୁଯୋଗ ଦେଖି ତାଙ୍କ ଭ୍ୟାନିଟି ବ୍ୟାଗ୍କୁ ଝାମ୍ପି ନେଇଥିଲେ ଦୁର୍ବୃତ୍ତ। ଘସିପୁରା ସୁଡୁସୁଡିଆ ବାଇପାସ୍ ନିକଟରେ ଏହି ଘଟଣା ଘଟିଛି। ମହିଳାଙ୍କ କହିବା ଅନୁସାରେ ତାଙ୍କ ବ୍ୟାଗ୍ରେ ସୁନା ଗହଣା ଥିଲା। ଏହି ଲୁଟ୍ ଘଟଣାରେ ଘଷିପୁରା ପୋଲିସ୍ ତଦନ୍ତ କରୁଛି।
Comments are closed, but trackbacks and pingbacks are open.