ଦାଦା ସମେତ ୨ ଗିରଫ

Get real time updates directly on you device, subscribe now.

ଜୟପୁର: ପାରିବାରିକ ଗଣ୍ଡଗୋଳ ଏବଂ ଜମିଜମା ଲାଗି ପୁତୁରାକୁ ହତ୍ୟା ମାମଲାରେ ଅଭିଯୁକ୍ତ ଦାଦା ସମେତ ଆଉ ଜଣକୁ ଗିରଫ କରିଛି ବୈପାରିଗୁଡ଼ା ପୁଲିସ । ମୃତକଙ୍କ ଦାଦା କୁହାଯାଉଥିବା ମୁଖ୍ୟ ଅଭିଯୁକ୍ତ ହେଉଛି ଚିପାକୁର ପଞ୍ଚାୟତ କିର୍ସାଲ ଗାଁର ଘାସି କିର୍ଷାନୀ(୪୫) ଏବଂ ତାର ସହଯୋଗୀ ଘଡୁଆ କିର୍ଷର୍ାନୀ(୩୫) । ସେମାନଙ୍କ ପାଖରୁ ହତ୍ୟାକାଣ୍ଡରେ ବ୍ୟବହୃତ ମାରଣାସ୍ତ୍ର ଜବତ କରାଯାଇଛି । ମାମଲାରେ ଜଡ଼ିତ ଅନ୍ୟ ୨ ଅଭିଯୁକ୍ତ ଫେରାର ଅଛନ୍ତି । ଗିରଫ ପରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ ପଠାଇ ଦିଆଯାଇଥିବା ଏସଡିପିଓ ଅରୂପ ଅଭିଶେକ ବେହେରା ଏକ ସମ୍ବାଦିକ ସମ୍ମିଳନୀରେ କହିଛନ୍ତି ।
ସ୍ଥାନୀୟ ଏସଡିପିଓ କାର୍ଯ୍ୟାଳୟ ପରିସରରେ ଅନୁÂିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବେହେରାଙ୍କ ସହ ବୈପାରିଗୁଡ଼ା ଆଇଆଇସି ଈଶ୍ୱର ତାଣ୍ଡି ଏବଂ ଏସ୍ଆଇ ଅସିତକୁମାର ବଳବନ୍ତରାୟ ଉପସ୍ଥିତ ଥିଲେ । ପୁଲିସ ସୂଚନା ଅନୁଯାୟୀ, କିରସାଳର ଲଛୁ କିର୍ସାନିଙ୍କ ପୁଅ ହେଉଛନ୍ତି ଅର୍ଜୁନ କିର୍ସାନି । ଲଛୁଙ୍କ ଭାଇ ହେଉଛି ଅଭିଯୁକ୍ତ ଘାସି । ଉଭୟ ପରିବାର ମଧ୍ୟରେ ଜମିଜମା ଏବଂ ପାରିବାର କଳହ ଥିଲା । ଏହାକୁ ନେଇ ସେମାନଙ୍କ ମଧ୍ୟରେ ମନାନ୍ତର ଥିଲା । ସମସ୍ୟା ସମାଧାନ ଲାଗି ଉଭୟ ପରିବାର ମଧ୍ୟରେ ଆଲୋଚନା ହେବାର ଥିଲା । ଗତ ୨୦ ତାରିଖ ଅପରାହ୍ନରେ ଘାସି କୌଣସି କାରଣରୁ ଉତ୍ୟକ୍ତ ହୋଇ ଅର୍ଜୁନଙ୍କୁ ମାରିବାକୁ ଗୋଡ଼ାଇଥିଲା । ଘଡୁଆ ସହ ଅନ୍ୟ ୨ ସହଯୋଗୀ ଏଥିରେ ସହଯୋଗ କରିଥିଲେ । ୩ ଜଣ ମିଶି ଅର୍ଜୁନକୁ ଧରିଥିବା ବେଳେ ଏକ ଧାରୁଆ ଛୁରୀରେ ଘାସି ଅର୍ଜୁନକୁ ମରଣାନ୍ତକ ଆକ୍ରମଣ କରିଥିଲା । ବେକ, ମୁହଁ ଏବଂ ଶରୀରର ବିଭିନ୍ନ ଅଂଶକୁ ଆଘାତ କରିଥିଲା । ଆକ୍ରମଣରେ ଅର୍ଜୁନଙ୍କ ମୃତୁ୍ୟ ହୋଇଥିଲା । ଏ ସମ୍ପର୍କରେ ମୃତକଙ୍କ ବାପା ଲଛୁ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ୨୩ ତାରିଖରେ ମୁଖ୍ୟ ଅଭିଯୁକ୍ତ ଘାସି ଏବଂ ଘଡୁଆକୁ ଗିରଫ କରାଯାଇଥିଲା । ଆଜି ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି । ଆଇଆଇସି ଶ୍ରୀ ତାଣ୍ଡି ମାମଲାର ତଦନ୍ତକାରୀ ଅଧିକାରୀ ଅଛନ୍ତି ।

ରିପୋର୍ଟ ସତ୍ୟ ନାରାୟଣ ସାହୁଙ୍କଠାରୁ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons