ଦିଲ୍ଲୀରେ ଓଡ଼ିଆ ଝିଅଙ୍କ ଚମକ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ): ଓଡ଼ିଆ ଝିଅ ଲାବଣ୍ୟା ଦାସ ନୂଆଦିଲ୍ଲୀରେ ଅନୁଷ୍ଠିତ ମିସ୍ ଟିନ୍ ଡିଭା ଇଣ୍ଡିଆ ଇଣ୍ଟରନ୍ୟାସନାଲ ୨୦୧୯ ଟାଇଟଲ୍ ବିଜୟୀ ହୋଇଛନ୍ତି । ରବିବାର ରାତିରେ ଆୟୋଜିତ ହୋଇଥିବା ଏହି ପ୍ରତିଯୋଗିତାରେ ଓଡ଼ିଶାରୁ ଏକମାତ୍ର ପ୍ରତିଯୋଗୀ ଭାବେ ଲାବଣ୍ୟା ଅଂଶଗ୍ରହଣ କରିଥିଲେ । ଓଡ଼ିଶା ସମେତ ଛତିଶଗଡ଼, ରାଜସ୍ଥାନ, ଆସାମ, ଦିଲ୍ଲୀ ଓ ହାଇଦ୍ରାବାଦରୁ ୪୦ ଜଣ ପ୍ରତିଯୋଗୀ ଫାଇନାଲ୍ ରାଉଣ୍ଡକୁ ଯାଇଥିଲେ । ହେଲେ ଏହି ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ଛାଡ଼ି ଲାବଣ୍ୟା ଟାଇଟଲ ହାସଲ କରିବାରେ ସଫଳ ହୋଇଛନ୍ତିି । ପୂର୍ବରୁ ମାଲେସିଆରେ ଅନୁଷ୍ଠିତ ହୋଇଥିବା ମିସ୍ ଟୁରିଜିମ୍ ଆମ୍ବାସାଡର ୟୁନିଭର୍ସ ୨୦୧୮ ପ୍ରତିଯୋଗିତାରେ ସେ ମିସ୍ ଟୁରିଜିମ୍ ଆମ୍ବାସାଡର ୟୁନିଭର୍ସ ଟିନ୍ ଟାଇଟଲ ହାସଲ କରିଥିଲେ ।
ଓଡ଼ିଶାର ପାରମ୍ପରା, କଳା ଓ ସଂସ୍କୃତିର ଝଲକ ତାଙ୍କ ପୋଷାକରେ ଝଲସୁଥିଲା । ସେଥିପାଇଁ ଏହି ପ୍ରତିଯୋଗିତାରେ ପିନ୍ଧିଥିବା ଗାଉନ୍ ପାଇଁ ସେ ‘ବେଷ୍ଟ କଷ୍ଟ୍ୟୁମ’୍ ଟାଇଟଲ ଜିତିଥିଲେ । ଥାଇଲାଣ୍ଡରେ ଅନୁଷ୍ଠିତ ‘ପ୍ରିନ୍ସ ଆଣ୍ଡ ପ୍ରିନ୍ସେସ୍ ଇଣ୍ଟରନ୍ୟାସନାଲ’ରେ ସେ ‘ବେଷ୍ଟ ଫାଣ୍ଟାସୀ ନ୍ୟାସନାଲ କଷ୍ଟ୍ୟୁମ୍’ , ‘ବେଷ୍ଟ ଆଉଟ୍ଷ୍ଟାଣ୍ଡିଂ ଆଚିଭର ୨୦୧୮’ ଏବଂ ‘ବେଷ୍ଟ ଫୋକ୍ ଡ୍ୟାନ୍ସର’ ପଦକ ଜିତି ଓଡ଼ିଶା ପାଇଁ ଗୌରବ ଆଣିଥିଲେ । ଲାବଣ୍ୟା ଭୁବନେଶ୍ୱର ୟୁନିଟ-୮ ଡିଏଭିର ଦଶମ ଶ୍ରେଣୀର ଛାତ୍ରୀ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons