
ସୋନପୁର,(ବି.ବି.ନୁ୍ୟଜ): ସୋନପୁର ମୁ୍ୟନିସିପାଲିଟି ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ପକ୍ଷରୁ ସୋନପୁର ସହର ଏବଂ ମାର୍କେଟ ଏରିଆରେ ବେଆଇନ ପଲିଥିନ ଯାଞ୍ଚ କରାଯାଇଛି । ଗତକାଲି ସହରର ବଡବଜାର, ମଝିପଡା ଓ ଘୋଡାଘାଟ ପଡାର ୧୦ଟି ଦୋକାନରେ ଯାଞ୍ଚ କରି ମୋଟ ୬୩୦୦ ଟଙ୍କା ଜରିମାନା ଆଦାୟ କରାଯାଇଥଲା । ସେହିପରି ଆଜି ଦୈନିକ ବଜାରରେ ଯାଞ୍ଚ କରି ମୋଟ ୨୫୩୦ଟଙ୍କା ଜରିମାନା ଆଦାୟ କରାଯାଇଛି । ମୁ୍ୟନିସିପାଲିଟି ଇଓ ସୂର୍ଯ୍ୟାଂଶୁ ରୁଟ, ନୋଡାଲ ଅଧିକାରୀ ଅଜିତ ନାଏକ, ଶିବନାରାୟଣ ପଟ୍ଟନାୟକ, କିଶୋର ତରିଆ, ବନମାଳୀ ନାୟକ, ଅଶୋକ ଚିନ୍ଦା ପ୍ରମୁଖ ଚଢାଉରେ ସାମିଲ ଥିଲେ ।
Comments are closed, but trackbacks and pingbacks are open.