ଦୁଇ ଅଟୋ ମୁହାଁମୁହିଁ ଧକ୍କା: ୨ଗୁରୁତର

Get real time updates directly on you device, subscribe now.

ସୁନ୍ଦରଗଡ଼: ୨ଟି ଅଟୋ ମୁହାଁମୁହିଁ। ସୁନ୍ଦରଗଡ଼ ହାତିବାରି ଥାନା କବି ବସ୍ତି ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ନୂଆଗାଁରୁ ବୀରମିତ୍ରପୁର ଅଭିମୁଖେ ଯାଉଥିଲା। ଠିକ ସେହି ସମୟରେ ବିପରୀତ ଦିଗରେ ଆସୁଥିବା ଆଉ ଅଟୋ ସହ ମୁହାଁମୁହିଁ ଧକ୍କା ହୋଇଥିଲା।
ଏହି ଦୁର୍ଘଟଣାରେ ଉଭୟ ଅଟୋରେ ଯାତ୍ରା କରୁଥିବା ଯାତ୍ରୀ ଆହତ ହୋଇଥିଲେ। ୨ଟି ଅଟୋରେ ବସିଥିବା ଯାତ୍ରୀଙ୍କ ମଧ୍ୟରୁ ୮ ଜଣ ଆହତ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ଏବଂ ଗୁରୁତରଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons