ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ଗୁଳି ବାଜି ଜଣେ ଯୁବକ ଗୁରୁତର

Get real time updates directly on you device, subscribe now.

ବାଲେଶ୍ୱର: ଆଜି ବାଲେଶ୍ବରର ତେଲେଙ୍ଗା ସାହିର ୧୮ ବର୍ଷୀୟ ଏନ୍‌.ରୋହିତ ରାଓ ଏବଂ ଚନ୍ଦନ ପୋଖରୀ ନିକଟ ଅଞ୍ଚଳର ୨୬ ବର୍ଷୀୟ ନିତ୍ୟାନନ୍ଦ ସାହୁ ଏକ ବାଇକ ଯୋଗେ ନୂଆ ବଜାର ଆଡ଼କୁ ଯାଉଥିଲେ । ଆନନ୍ଦ ବଜାରର ଲୋକନାଥ ମାର୍କେଟ ନିକଟରେ ହଠାତ୍ ଦୁଇଟି ବାଇକରେ ଛଅ ଜଣ ଯୁବକ ସେଠାରେ ପହଞ୍ଚି ଉଭୟଙ୍କ ଉପରେ ଆକ୍ରମଣକରିଥିଲେ । ସେମାନେ ଦୁହିଁଙ୍କୁ ବନ୍ଧୁକ ଓ ତେଲେଙ୍ଗା କଟୁରିରେ ଆକ୍ରମଣ କରିବା ସମୟରେ ଏନ୍‌ ରୋହିତ ରାଓଙ୍କର ଗୋଡ଼ରେ ଗୁଳି ବାଜିଥିବା ଜଣାଯାଇଛି । ଅପର ପକ୍ଷରେ ଆକ୍ରମଣକାରୀମାନେ ନିତ୍ୟାନନ୍ଦ ସାହୁଙ୍କ ମୁଣ୍ଡରେ କଟୁରିରେ ଆକ୍ରମଣ କରିଥିଲେ । ସେମାନେ ଆକ୍ରମଣ କରି ଫେରାର ହୋଇ ଯାଇଥିଲେ । ସେଦୁହେଁ ମୁମୂର୍ଷୁ ଅବସ୍ଥାରେ ପଡ଼ିଥିବାର ଦେଖି ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଚଳାଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଘଟଣା ଘଟିଥିବା ଅନୁମାନ କରାଯାଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons