ଦୁଇ ବିଡିଓ, ଜେଇ ସସପେଣ୍ଡ

Get real time updates directly on you device, subscribe now.

ନବରଙ୍ଗପୁର,(ବି.ବି.ନୁ୍ୟଜ): ମହଙ୍ଗା ପଡ଼ିଲା ପାଇଖାନା ଦୁର୍ନୀତି । ଏହି ମାମଲାରେ ନବରଙ୍ଗପୁର ଏବଂ ମାଲକାନଗିରି ଜିଲ୍ଲାର ୨ ଜଣ ବିଡିଓ ଏବଂ ଜଣେ ଜେଇଙ୍କୁ ନିଲମ୍ବିତ କରାଯାଇଛି । ନିଲମ୍ବିତ ହୋଇଥିବା ୨ ଜଣ ବିଡିଓ ହେଲେ ଝରିଗାଁ ବ୍ଲକର ଦେବେନ୍ଦ୍ର ବାହାଦୂର ସିଂ ଧରୁଆ ଏବଂ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକର ଲରିମନ୍ ଖରସେଲ୍ । ଏଥିସହ ସସ୍ପେଣ୍ଡ ହୋଇଥିବା କନିÂ ଯନ୍ତ୍ରୀ ଜଣଙ୍କ ହେଉଛନ୍ତି ଝରିଗାଁ ବ୍ଲକର ସୁନୀଲ ସାମଲ । ଗତ ୧୫ ତାରିଖ, ପଞ୍ଚାୟତିରାଜ ବିଭାଗର ଚିଠି ନଂ ୯୯୬ରେ ଝରିଗାଁ ବିଡିଓଙ୍କୁ ଏବଂ ଚିଠି ନମ୍ବର ୯୯୩ରେ ଜେଇଙ୍କୁ ନିଲମ୍ବିତ କରାଯାଇଥିବା ଜଣାପଡ଼ିଛି । ନିଲମ୍ବନ ଆଦେଶ ନଉଠିବା ପର୍ଯ୍ୟନ୍ତ ଉଭୟଙ୍କୁ ଡିଆର୍ଡିଏ ପ୍ରକଳ୍ପ ନିଦେ୍ର୍ଧଶକଙ୍କ କାର୍ଯ୍ୟାଳୟ ସହ ସଂଯୋଗ କରାଯାଇଛି । ବିନା ଅନୁମତିରେ ଜିଲ୍ଲା ସଦର ମହକୁମା ନ ଛାଡିବାକୁ ବିଭାଗ ପକ୍ଷରୁ ସେମାନଙ୍କୁ ନିଦେ୍ର୍ଧଶନାମା ଜାରି କରାଯାଇଛି । ଜୀବନଧାରଣ ପାଇଁ ୟୁ/ଆର-୯୦ ଓଡିଶା ସର୍ଭିସକୋଡ ଅନୁଯାୟୀ ସବସିିଟେନ୍ସ ଏଲାଉନ୍ସ ପ୍ରଦାନ କରିବାକୁ କୁହାଯାଇଛି ।
ପୂର୍ବତନ ସାଂସଦ ତଥା କଂଗ୍ରେସର ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଆଣିଥିଲେ ଏହି ସଙ୍ଗୀନ ଅଭିଯୋଗ । ଅଭିଯୋଗରେ ଦର୍ଶାଇଥିଲେ ଯେ, ଝରିଗାଁ ବିଡିଓ ଶ୍ରୀ ଧରୁଆ ଗୋଟିଏ ପାଇଖାନାର ବିଲ୍ କରିବାକୁ ୨ ହଜାର ଟଙ୍କା ଲେଖାଏଁ ନେଇଛନ୍ତି । ମୋଟ ୨୬ ହଜାର ୩୫୫ ପାଇଖାନାର ବିଲ୍ ପାଇଁ ୫ କୋଟି ୨୭ଲକ୍ଷ ଟଙ୍କା ହଡପ କରିଛନ୍ତି । ଏମିତିକି ବ୍ଲକର ଅଧିକାଂଶ ଗାଁରେ ପାଇଖାନ ନିର୍ମାଣ ହୋଇନଥିବା ବେଳେ ଫଲସ୍ ବିଲ୍ କରି ଠିକାଦାର, ସରକାରୀ କର୍ମଚାରୀ ମିଳିମିଶି ହଡପ କରିଛନ୍ତି । ୧୨ ହଜାର ଟଙ୍କାର ପାଇଖାନାକୁ ମାତ୍ର ୨ ହଜାରରୁ ୩ହଜାର ଟଙ୍କା ମଧ୍ୟରେ ନିର୍ମାଣ କରାଯାଇଛି । କେଉଁଠି ପାଇଖାନା ଥିଲେ ଟାଙ୍କି ନାହିଁ ତ ଆଉ କେଉଁଠି ହିତାଧିକାରୀ ତାଲିକାରେ ଥିବା ବେଳେ ପାଇଖାନା ନାହିଁ । ଏଭଳି ଭାବେ ବ୍ଲକରେ ୩୦ କୋଟି ଟଙ୍କା ଚଳୁ କରି ଦିଆଯାଇଥିବା ଅଭିଯୋଗ କରିଥିଲେ ପ୍ରଦୀପ । ବିଡିଓଙ୍କ ନାଁରେ ଝରିଗାଁ ଥାନାରେ ୨୦୦ରୁ ଅଧିକ ହିତାଧିକାରୀ ଏତଲା ଦେଇଥିଲେ । ପ୍ରଦୀପଙ୍କ ଅଭିଯୋଗ ପରେ ଜିଲ୍ଲା ପ୍ରଶାସନ ତଦନ୍ତ କରି ରାଜ୍ୟ ସରକାରଙ୍କୁ ରିପୋର୍ଟ ପଠାଇଥିଲା । ଏହାପରେ ସରକାରଙ୍କ ପକ୍ଷରୁ ଏଭଳି କାର୍ଯ୍ୟାନୁÂାନ ନିଆଯାଇଛି । ସେହିପରି ଚିତ୍ରକୋଣ୍ଡା ବିଡିଓ ଶ୍ରୀ ଖରସେଲ ମଧ୍ୟ ପାଇଖାନା ଦୁର୍ନୀତି ମାମଲାରେ ଛନ୍ଦି ହୋଇଯାଇଥିଲେ । ବ୍ଲକର ବିଭିନ୍ନ ପଞ୍ଚାୟତ ଏବଂ ସ୍ୱାଭିମାନ ଅଞ୍ଚଳରେ ସ୍ୱଚ୍ଛଭାରତ ମିଶନ ଯୋଜନାରେ ପାଇଖାନା ନିର୍ମାଣ ଲାଗି ଆସିଥିବା କୋଟି କୋଟି ଟଙ୍କାକୁ ବିଭିନ୍ନ ଉପାୟରେ ଦୁର୍ନୀତି କରିଥିବା ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତ୍ତିକରି କିଛିମାସ ତଳେ ଜିଲ୍ଲାପ୍ରଶାସନ ପକ୍ଷରୁ ସ୍ୱଚ୍ଛ ଭାରତ ମିଶିନର କନିÂ ଯନ୍ତ୍ରୀ ରାଜେନ୍ଦ୍ର ସିଂଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିଲା । ଏହି ଘଟଣାରେ ସରକାର ବିଡିଓ ଶ୍ରୀ ଖର୍ସେଲଙ୍କ ବିରୋଧରେ କାର୍ଯ୍ୟାନୁÂାନ ନେଇଛନ୍ତି । ନିଲମ୍ବନ ନ ଉଠିବା ପର୍ଯ୍ୟନ୍ତ ସେ ଜିଲ୍ଲାଗ୍ରାମ୍ୟ ଉନ୍ନୟନ କାର୍ଯ୍ୟାଳୟରେ ପ୍ରତିଦିନ ଉପସ୍ଥାନ ପକାଇବେ । ପିଡି ଡିଆରଡିଏଙ୍କ ବିନା ଅନୁମତିରେ ଜିଲ୍ଲା ବାହାରକୁ ଯାଇପାରିବେ ନାହିଁ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons