ଦୁଷ୍କର୍ମ ଘଟଣା: ଫେରାର ଅଭିଯୁକ୍ତକୁ ଗିରଫ

Get real time updates directly on you device, subscribe now.

ନୀଳଗିରି: ଜଙ୍ଗଲରେ ବିବାହିତା ମହିଳାଙ୍କୁ ଦୁଷ୍କର୍ମ କରି ଫେରାର ହୋଇଥିବା ଅଭିଯୁକ୍ତକୁ ଗିରଫ କଲା ପୋଲିସ। ସାନ ଭାଇ ସହ ଜଙ୍ଗଲକୁ କାଠ ଆଣିବା ପାଇଁ ଯାଇଥିବା ଜଣେ ମହିଳାଙ୍କୁ ଦୁଷ୍କର୍ମ କରି ଫେରାର ହୋଇଥିବା ଅଭିଯୁକ୍ତକୁ ନୀଳଗିରି ପୋଲିସ ଗିରଫ କରିଛି। ମିଳିଥିବା ସୂଚନା ମୁତାବକ, ନୀଳଗିରି ଥାନା ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ପଞ୍ଚାୟତର ଜଣେ ମହିଳା ତାଙ୍କ ସାନ ଭାଇ ସହ ପାଖ ପାହାଡ଼କୁ ଜାଳେଣି କାଠ ସଂଗ୍ରହ କରିବାକୁ ଯାଇଥିଲେ।
ଏକୁଟିଆ ଦେଖି ମୂଳବାଡିସାହି ଗ୍ରାମର ଚେମା ରାଉତଙ୍କ ପୁଅ ବୁଦ୍ଧିରାମ ରାଉତ ମହିଳାଙ୍କୁ ଦୁଷ୍କର୍ମ କରିଥିଲେ।ଏ ନେଇ ପୀଡିତା ଜଣଙ୍କ ନୀଳଗିରି ଥାନାରେ ଅଭିଯୋଗ ପରେ ଗତ ଏପ୍ରିଲ ମାସ ୨୭ ତାରିଖରେ ଧାରା ୩୭୬(୨),୫୦୬,୩୪୧,୨୯୪ ରେ ୧୩୬ ନମ୍ବର ପୋଲିସ ମାମଲା ରୁଜୁକରିଥିଲା। ଅଭିଯୁକ୍ତ ଫେରାର ହୋଇଯିବାରୁ ନୀଳଗିରି ଆଇଆଇସି ମିନତୀ ବିଶ୍ବାଳ ଜାଲ ବିଛାଇଥିଲେ। ଶେଷରେ ଗତକାଲି ରାତିରେ ବୁଦ୍ଧିରାମକୁ କାବୁ କରିବାରେ ସଫଳ ହୋଇଥିଲେ ପୋଲିସ୍‌। ଗୁରୁବାର ଅଭିଯୁକ୍ତର ଡାକ୍ତର ମାଇନା କରାଯିବା ସହ ତଦନ୍ତ ପରେ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ସୂଚନା ଦେଇଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons