ଧରାପଡ଼ିଲା ୨୨ ଲକ୍ଷ ଟଙ୍କାର ଗଞ୍ଜେଇ

Get real time updates directly on you device, subscribe now.

ନନ୍ଦପୁର,(ବି.ବି.ନୁ୍ୟଜ): ପାଟ୍ରୋଲିଂ ବେଳେ କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ୍ ପାଡୁଆ ପୁଲିସ୍ ହାତରେ ଧରାପଡିଛି ୪ କୁଇଣ୍ଟାଲ ୩୨ କେଜି ଗଞ୍ଜେଇ । ଏହି କାରବାରରେ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ଲମତାପୁଟ ବ୍ଲକ୍ ଅଞ୍ଚଳର ଚନ୍ଦ୍ର ପାଙ୍ଗି । ଚାଲାଣରେ ବ୍ୟବହୃତ ଏକ ଟିପ୍ପରକୁ ଜବତ କରାଯାଇଛି । ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ୨୨ ଲକ୍ଷ ଟଙ୍କା ହେବ ବୋଲି ପୁଲିସ୍ ଆକଳନ କରିଛି । ଏହି ସୂଚନା ଦେଇଛନ୍ତି ନନ୍ଦପୁର ଏସ୍ଡିପିଓ ସଞ୍ଜୟ କୁମାର ମହାପାତ୍ର ।
ଏସ୍ଡିପିଓ ଶ୍ରୀ ମହାପାତ୍ରଙ୍କ ସୂଚନା ଅନୁଯାୟୀ, ମଙ୍ଗଳବାର ରାତିରେ ଥାନା ଅଧିକାରୀ ସରୋଜ କୁମାର ମଲ୍ଲିକଙ୍କ ନିଦେ୍ର୍ଧଶରେ ଏସ୍ଆଇ ଶୁକ୍ରା ମାଢିଙ୍କ ନେତୃତ୍ୱରେ ଏକ ଟିମ୍ ପାଟ୍ରୋଲିଂ କରୁଥିଲା । ଏହି ସମୟରେ ପାଡୁଆରୁ ସେମିଳିଗୁଡା ଅଭିମୁଖେ ଦ୍ରୁତଗତିରେ ଆସୁଥିଲା ବାଲି ବୋଝେଇ ଟିପ୍ପର(ଓଆର୍-୧୮ସି-୨୬୧୬) । ସନେ୍ଦହରେ କର୍ମଚାରୀମାନେ ଅଟକାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ଗାଡିÿଟି ନଅଟକି ଚାଲିଯାଇଥିଲା । ପୁଲିସ୍ ପିଛା କରି ପୂର୍ତ୍ତ ବିଭାଗ ଡାକବଙ୍ଗଳା ନିକଟ ବୁଲାଣିରେ ଏହାକୁ ଅଟକାଇବାରେ ସକ୍ଷମ ହୋଇଥିଲା । ଅନ୍ଧାରର ସୁଯୋଗ ନେଇ ଅନ୍ୟ ଅଭିଯୁକ୍ତମାନେ ଫେରାର୍ ହୋଇଯାଇଥିବା ବେଳେ ଚନ୍ଦ୍ରକୁ କାବୁ କରିବାରେ ପୁଲିସ୍ ସଫଳ ହୋଇଥିଲା । ଯାଞ୍ଚ ବେଳେ ଗାଡି ଡାଲାରେ ବାଲି ତଳେ ଜରିବସ୍ତାରେ ଗଞ୍ଜେଇ ରହିଥିବା ଜଣାପଡିଥିଲା । ଗଞ୍ଜେଇ ବୋଝେଇ ଗାଡି ସହ ଚନ୍ଦ୍ରକୁ ଥାନାକୁ ଆଣିଥିଲା ପୁଲିସ୍ ।
ବୁଧବାର ସକାଳେ ମାଜିଷ୍ଟେ୍ରଟ ତଥା ତହସିଲଦାର ନରସିଂହ ଗାଦବାଙ୍କ ଉପସ୍ଥିତିରେ ଗଞ୍ଜେଇ ଓଜନ କରାଯାଇଥିଲା । ଏଥିରେ ମୋଟ ୪ କୁଇଣ୍ଟାଲ ୩୨ କେଜି ଥିବା ଜଣାପଡିଥିଲା । ଏ ସମ୍ପର୍କରେ ଥାନାରେ ଏକ ମାମଲା ରୁଜୁ ହୋଇଛି । ଅନ୍ୟ ଅଭିଯୁକ୍ତମାନଙ୍କୁ ଖୁବ୍ଶୀଘ୍ର ଗିରଫ କରାଯିବ ବୋଲି ପୁଲିସ୍ କହିଛି । ଏହି ଚଢଉରେ ଏଏସ୍ଆଇ ଗୌରାଙ୍ଗ ସାହୁ, ହାବିଲଦାର ସିଏଚ୍ ତ୍ରିନାଥ, କନେଷ୍ଟବଲ ମନୋଜ କୁମାର ନିମାଲପୁରୀ ପ୍ରମୁଖ ସାମିଲ ହୋଇଥିବା ଥାନା ଅଧିକାରୀ ଶ୍ରୀ ମଲ୍ଲିକ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons