ନକଲି ଜର୍ଦ୍ଧା ବୋଝେଇ ଅଟୋ ଜବତ

Get real time updates directly on you device, subscribe now.

ଭଦ୍ରକ : ଅଟୋରେ ଯାଉଥିଲା ନକଲି ଜର୍ଦ୍ଦା , ଏବଂ ତାଙ୍କୁ ଏସ୍କଟ କରୁଥିଲା କାର୍‌ । ବିପୁଳ ପରିମାଣରେ ନକଲି ଜ଼ର୍ଦ୍ଦା ସହ ୨ଟି ଗାଡିକୁ ଜବତ କରିଛି ପୋଲିସ । ଭଦ୍ରକ ଟାଉନ ଥାନା ପୋଲିସ ଏହି ଗାଡିକୁ ଜବତ କରିଛି । ଏଥିରେ ସମ୍ପୃକ୍ତି ଥିବା ଅଭିଯୋଗରେ ୨ଜଣଙ୍କୁ ଅଟକ ରଖିଛି ପୋଲିସ ।
ଖବର ଅନୁଯାୟୀ, ଭଦ୍ରକ ଟାଉନ ଥାନା ପୋଲିସ ପକ୍ଷରୁ ପାଟ୍ରୋଲିଂ କରାଯାଉଥିଲା । ୧୬ ନମ୍ବର ଜାତୀୟ ରାଜପଥ ନିକଟରେ ଏକ ଅଟୋରେ ନକଲି ଜର୍ଦ୍ଦା ଭର୍ତ୍ତି ହୋଇ ଯାଉଥିବା ପୋଲିସ ଖବର ପାଇଥିଲା । ଯାହାପରେ ସେହି ଅଟୋକୁ ଅଟକ ରଖିଥିଲା । ସେହିପରି ଅଟୋ ଏସ୍କର୍ଟ କରି ନେଇଥିବା କାରକୁ ମଧ୍ୟ ପୋଲିସ ଜବତ କରିଛି । ଜବତ ଗାଡିକୁ ଥାନାକୁ ଆଣିବା ସହ ଏଥିରେ ସମ୍ପୃକ୍ତ ଥିବା ୨ ଜଣକୁ ପୋଲିସ ଅଟକ ରଖି ଅଧିକ ଛାନ୍‌ଭିନ୍‌ କରୁଛି । ଏମାନେ ପାଟଣା ସାହିରୁ ନକଲି ଜର୍ଦ୍ଦା ନେଇ ବାହାର ଜିଲ୍ଲାକୁ ଯାଉଥିବା ବେଳେ ଧରାପଡ଼ିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ଜବତ ନକଲି ଜର୍ଦ୍ଦାର ଆନୁମାନିକ ମୂଲ୍ୟ ୫୦,୦୦୦ ଟଙ୍କା ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons