ନକଲି ମୋବିଲ୍ ତିଆରି କାରଖାନା ଠାବ

Get real time updates directly on you device, subscribe now.

ବାଲେଶ୍ୱର,(ବି.ବି.ନ୍ୟୁଜ୍): ସହଦେବଖୁଣ୍ଟା ଆଦର୍ଶ ଥାନା ଅଧୀନସ୍ଥ ଅରଡ଼ବଜାର ଅଞ୍ଚଳରେ ଶୁକ୍ରବାର ଏକ ନକଲି ମୋବିଲ୍ ତିଆରି କାରଖାନା ଠାବ କରାଯାଇଛି । ବେଆଇନ୍ ଭାବେ କାରଖାନା ଚଳାଉଥିବା ଅଭିଯୋଗରେ ୨ ଜଣଙ୍କୁ ପୁଲିସ୍ ଗିରଫ କରିଛି । ପରେ ଦୁହିଁଙ୍କୁ କୋର୍ଟ ଚାଲାଣ କରାଯାଇଛି । ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ଅରଡ଼ବଜାର ମସ୍ଜିଦ୍ ଗଳି ଅଞ୍ଚଳର ୟୁସୁଫ୍ ଖାଁନ (୩୦) ଓ ଇର୍ସାଦ୍ ଖାଁନ୍(୧୮) । ସେମାନଙ୍କ ନିକଟରୁ ୧୦ ଲକ୍ଷରୁ ଊଦ୍ଧ୍ୱର୍ ଟଙ୍କାର ନକଲି ମୋବିଲ ଜବତ ହୋଇଛି । ତେବେ ଏହି ଘଟଣାରେ ଉଭୟ ୟୁସୁଫ ଓ ଇରସାଦ୍ଙ୍କ ବାପା ଇବ୍ରିଶ ଖାନ୍ ଫେରାର ଅଛନ୍ତି ।
ପୁଲିସ୍ ସୂଚନା ମୁତାବକ, ଏଠାରେ ଦୀର୍ଘ ବର୍ଷ ହେବ ନକଲି ମୋବିଲ ପ୍ରସ୍ତୁତ ହେଉଥିଲା । ପରେ ତାହାକୁ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ଦୋକାନରେ ବିକ୍ରି କରାଯାଉଥିଲା । କେବଳ ବାଲେଶ୍ୱର ନୁହେଁ, ବାହାର ରାଜ୍ୟକୁ ମଧ୍ୟ ଚାଲାଣ ହେଉଥିଲା । ଏଥି ପାଇଁ ଏକ ର‌୍ୟାକେଟ୍ ମଧ୍ୟ କାମ କରୁଥିଲା । ଏହି ର‌୍ୟାକେଟ୍ର ସଦସ୍ୟମାନେ ବିଭିନ୍ନ ଦୋକାନରୁ ପୁରୁଣା ଓ ପୋଡ଼ା ମୋବିଲ୍ କିଣି ଆଣୁଥିଲେ । ସେଥିରେ ବିଭିନ୍ନ କେମିକାଲ ରଙ୍ଗ ମିଶାଇ ଏହି ନକଲି ମୋବିଲ ପ୍ରସ୍ତୁତ କରୁଥିଲେ । ପରେ ବଜାରରେ ଉପଲବ୍ଧ କାଷ୍ଟ୍ରୋଲ, ସର୍ଭୋ, ଗଲଫ୍, ପ୍ରାଇଡ୍ ଭଳି ବିଭିନ୍ନ ନାମିଦାମୀ କମ୍ପାନୀର ଡବାରେ ଭର୍ତ୍ତି କରି ତାହାକୁ ସିଲ୍ କରୁଥିଲେ । ବଜାରରେ ମିଳୁଥିବା ବିଭିନ୍ନ କମ୍ପାନୀର ମୋବିଲ ଭଳି ଅବିକଳ ଦେଖା ଯାଉଥିବା ଏହି ମୋବିଲ୍କୁ ସେମାନେ ଚଢ଼ା ଦାମ୍ରେ ବିକ୍ରି କରୁଥିଲେ । ନକଲି କାରଖାନା ଚଳାଇବା ପାଇଁ ସେମାନେ ମସ୍ଜିଦ୍ ଗଳିର ସେକ୍ ଅବଦୁଲ ମଜିଦ୍ (୬୦)ଙ୍କ ଘର ଭଡ଼ା ସୂତ୍ରରେ ନେଇଥିଲେ । ପ୍ରାୟ ୨୫ ବର୍ଷ ହେବ ସେମାନେ ଭଡ଼ା ଘର ନେଇ ଏହି କାରବାର ଚଳାଇ ଆସୁଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons