ନଖରା ପାଖରୁ ଲୁଟିନେଲେ ୩୫ ଲକ୍ଷ ଟଙ୍କା ଲୁଟ୍

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ): ବାଲିଅନ୍ତା ଥାନା ପାହଳ ଫାଣ୍ଡି ଅଧୀନ ନଖରା ଛକ ନିକଟରେ ଏକ ବଡ଼ ଧରଣର ଲୁଟ୍ ହୋଇଛି । ମୁଖା ପିନ୍ଧା ଲୁଟେରାମାନେ ଗନ୍ ପଏଣ୍ଟରେ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ୩୫ ଲକ୍ଷ ଟଙ୍କା ଭର୍ତ୍ତି ବ୍ୟାଗ୍ ଛଡ଼ାଇ ନେଇଛନ୍ତି । ଏନେଇ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ନିଆଳି ଶାଖାର କିରାଣି କାହ୍ନୁ ଚରଣ ବେହେରା ପାହାଳ ଫାଣ୍ଡିରେ ଏତଲା ଦେଇଛନ୍ତି । ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଆରମ୍ଭ କରିଛି ତନାଘନା । ହେଲେ ଲୁଟେରାଙ୍କ କିଛି ଟେର ପାଇନି । ତେବେ ଟଙ୍କା ଆଣୁଥିବା କାର୍ ଚାଳକ ଉପରେ ପୁଲିସ୍ ସନ୍ଦେହ କରିଛି । ପୁଲିସ୍ ଚାଳକକୁ ଅଟକ ରଖି ପଚରାଉଚରା କରୁଛି ।
ସୂଚନା ମୁତାବକ, ନିଆଳି ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଶାଖାର କିରାଣି କାହ୍ନୁ ଚରଣ ୩୫ ଲକ୍ଷ ଟଙ୍କା ନଗଦ ନେଇ ଭୁବନେଶ୍ୱର ମୁଖ୍ୟ ଅଫିସ୍କୁ ଆସୁଥିଲେ । ଏକ କାର୍ ଭଡ଼ା କରି ସେ ଟଙ୍କା ନେଇ ଭୁବନେଶ୍ୱର ଆସୁଥିଲେ । ନଖରା ଛକ ପୂର୍ବରୁ ହଠାତ୍ ଏକ ଇନୋଭା କାର୍ ତାଙ୍କ କାରକୁ ସାଇଡ୍ ମାରିଥିଲା । ତେବେ ଚାଳକ ଜଣଙ୍କ ଗାଡ଼ିକୁ ଖାରବେଳ ଇଷ୍ଟେଟ୍ ଗଡ଼ାରେ ପୂରାଇ ଦେଇଥିଲେ । ଇନୋଭା ଗାଡ଼ି ମଧ୍ୟ ତାଙ୍କୁ ପିଛା କରିଥିଲା । ଆଗକୁ ରାସ୍ତା ନଥିବାରୁ ଦୁଇ ଜଣ କିଛି ଉପାୟ ନ ପାଇ କାର ଅଟକାଇ ଥିଲେ । ଏହି ସମୟରେ ଇନୋଭାରୁ ୫ ଜଣ ଲୁଟେରା ବାହାରିଥିଲେ । ସମସ୍ତେ ମୁଖା ପିନ୍ଧିଥିଲେ । ହାତରେ ଥିଲା ବନ୍ଧୁକ ଖଣ୍ଡା । ପ୍ରଥମେ କାର୍ର ସାମନା କାଚ ଭାଙ୍ଗିଥିଲେ । କାହ୍ନୁ ଓ କାର୍ ଚାଳଙ୍କୁ ମାଡ଼ ମାରି ଟଙ୍କା ବ୍ୟାଗ୍ ନେଇ ଚମ୍ପଟ ମାରିଥିଲେ । ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଆରମ୍ଭ କରିଥିଲା ଯାଞ୍ଚ ।
ଏନେଇ ବାଲିଅନ୍ତା ଥାନା ପୁଲିସ୍ କହିଛି, ଟଙ୍କା ଯେଉଁ କାର୍ରେ ଆସୁଥିଲା ସେ କାର୍ ଚାଳକଙ୍କ ଉପରେ ସନ୍ଦେହ ହେଉଛି । କାରଣ ଲୁଟେରାଙ୍କ କାର୍ ତାଙ୍କୁ ମୁଖ୍ୟ ରାସ୍ତାରେ ସାଇଡ୍ ମାରିଥିଲା । ସେଠାରେ ଗାଡ଼ି ନ ରଖି ସଂପୃକ୍ତ ଡ୍ରାଇଭର କ’ଣ ପାଇଁ ଗଳି ଭିତରେ ଗାଡ଼ି ପୂରାଇଥିଲେ ତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ମୁଖ୍ୟରାସ୍ତାରେ ଗାଡ଼ି ରଖିଥିଲେ ହୁଏତ ଟଙ୍କା ବ୍ୟାଗ୍ ଲୁଟ ହୋଇ ପାରିନଥାନ୍ତା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons