ନୀଳଗିରି: ବାଲେଶ୍ୱର ଜିଲ୍ଲା ଟାଙ୍ଗଣା ନଦୀରେ ବୁଡ଼ି ଜଣେ ନାବାଳକ ପ୍ରାଣ ହରାଉଛନ୍ତି।ମୃତକ ହେଲେ ନୀଳଗିରି ବ୍ଲକ ଜାମୁନା ଗାଁର ଗୋବିନ୍ଦ କିସ୍କୁଙ୍କ ୧୫ ବର୍ଷୀୟ ପୁଅ ବୁଦ୍ଧିରାମ ।
ବୁଦ୍ଧିରାମ ଶୁକ୍ରବାର ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ଗୋଡ଼ ଖସିଯିବାରୁ ବୁଡିଯାଇଥିଲେ। ରବିଘୁଟ ଅଂଚଳରେ ଥିବା ଏକ ଡ୍ୟାମରେ କିଛି ଯୁବକ ମାଛ ଧରୁଥିବାବେଳେ ବୁଦ୍ଧିରାମକୁ ଭାସିଭାସି ଆସୁଥିବା ଦେଖିବାକୁ ପାଇଥିଲେ। ତାଙ୍କୁ ସଙ୍ଗେସଙ୍ଗେ ପାଣିରୁ ଉଦ୍ଧାର କରି ଉଦଳା ହସ୍ପିଟାଲକୁ ନେଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ଅକାଳ ବିୟୋଗରେ ଗାଁରେ ଶୋକାକୁଳ ପରବେଶ ସୃଷ୍ଟି ହୋଇଛି।
Comments are closed, but trackbacks and pingbacks are open.