ନଦୀ ପଠା ମୁର୍ମୁଷ ଅବସ୍ଥାରେ ଯୁବତୀ ଉଦ୍ଧାର, ଏସସିବିକୁ ସ୍ଥାନାନ୍ତର

Get real time updates directly on you device, subscribe now.

ଧାମନଗର: ଭଦ୍ରକ ଜିଲ୍ଲା ଧାମନଗର କୋଚିଳା ନଦୀ ପଠାରୁ ଶନିବାର ଜନୈକା ଯୁବତୀଙ୍କୁ ମୁର୍ମୁଷ ଅବସ୍ଥାରେ ଉଦ୍ଧାର କରାଯାଇଛି। ନଦୀପଠାରେ ଯୁବତୀଙ୍କୁ ଦେଖି ୨ ଜଣ ଯୁବକ ତାଙ୍କୁ ଉଦ୍ଧାର କରି ପ୍ରଥମେ ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ତାଙ୍କ ଅବସ୍ଥା ଜଟିଳ ଥିବାରୁ ତାଙ୍କୁ ଆମ୍ବୁଲାନ୍ସ ଯେଗେ ଭଦ୍ରକ ଜିଲ୍ଲା ହସ୍ପିଟାଲ ଓ ପରେ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି।
ଯୁବତୀଙ୍କୁ ନଦୀ ପଠାରୁ ଆଣି ମେଡିକାଲରେ ଭର୍ତ୍ତି କରିଥିବା ଦୁଇଜଣ ଯୁବକ ଫେରାର ହୋଇଯିବା ଘଟଣାକୁ ଏବେ ନୂଆମୋଡ ଦେଇଛି। ପ୍ରାଥମିକ ସୂଚନା ଅନୁସାରେ ଯୁବତୀ ଜଣକ ଯାଜପୁର ଜିଲ୍ଲା ଅହିୟାସ ଆଞ୍ଚଳର ହୋଇଥିବାର କୁହାଯାଉଛି। ତାଙ୍କୁ ନଦୀପଠାରୁ ଉଦ୍ଧାର କରିଥିବା ୨ ଯୁବକ ଦୁର୍ଘଟଣାରେ ଆହତ ହୋଇ ନଦୀ ପଠାରେ ପଡିଥିଲେ ବୋଲି କହିଥିଲେ। ହେଲେ ପରେ ସେମାନେ ଲୋକ ଗହଳିରେ ଖସି ପଳାଇଥିଲେ।
ସ୍ଥାନୀୟ ଲୋକେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଏସସିବି ସ୍ଥାନାନ୍ତର କରିଛନ୍ତି । ଯୁବତୀ ଜଣକ ଅଚେତ ଥିବାରୁ ତାଙ୍କ ସମ୍ପର୍କରେ ଅଧିକ କିଛି ସୂଚନା ମିଳିପାରି ନାହିଁ। ତେବେ ସଜ୍ଞା ଫେରିଲେ ହୁଏତ ସବିଶେଷ ସୂଚନା ମିଳିପାରିବ ବୋଲି ଆଶା କରାଯାଉଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons