ନୟାଗଡ଼,(ବି.ବି.ନ୍ୟୁଜ୍): ନୟାଗଡ ଜିଲ୍ଲା ଫତେଗଡ ଥାନା ପାର୍ବତୀପୁର ଗ୍ରାମରେ ଜଣେ ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ଖବର ପାଇ ବାପଘର ଲୋକେ ଫତେଗଡ଼ ଥାନାରେ ପହଞ୍ôଚ ତାଙ୍କ ଝିଅକୁ ହତ୍ୟା କରାଯାଇଛି ବୋଲି ଲିଖିତ ଅଭିଯୋଗ କରିଛନ୍ତି । ଅପରପକ୍ଷରେ ନବବଧୂଙ୍କ ମୃତ୍ୟୁ ପରେ ତାଙ୍କ ସ୍ୱାମୀ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ତାଙ୍କର ଅବସ୍ଥା ଉଦ୍ବେଗଜନକ ରହିଛି । ପୁଲିସ ନବବଧୂଙ୍କ ଶାଶୂ ଓ ଶ୍ୱଶୁରଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି । ଏ ନେଇ ପୁଲିସ ଏକ ହତ୍ୟା ମାମଲା (କେସ୍ ନଂ.୧୩୩/୧୯) ରୁଜୁ କରିବା ସହ ଶବ ବ୍ୟବଚ୍ଛେଦ ନିମନ୍ତେ ଖଣ୍ଡପଡ଼ା ଡାକ୍ତରଖାନାକୁ ପଠାଇଛି ।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ଭାପୁର ବ୍ଲକ ଫତେଗଡ଼ ପଞ୍ଚାୟତ ପାର୍ବତୀପୁର ଗ୍ରାମର ବିକ୍ରମ ସ୍ୱାଇଁଙ୍କ ସାନ ପୁଅ ଅକ୍ରୁର (୨୬) ସେହି ବ୍ଲକ୍ର ଶାସନ ପଞ୍ଚାୟତ କାଚରାଟାଙ୍ଗୀ ଗ୍ରାମର କାଳନ୍ଦୀ ଗୋଛିଙ୍କ ଝିଅ କଲ୍ୟାଣୀ(୨୨)ଙ୍କୁ ଗତ ମେ ମାସ ୧୨ ତାରିଖରେ ଭାପୁର ବାଇପାସ ରାସ୍ତାର ଶୀରାମ ମନ୍ଦିର ଠାରେ ବିବାହ କରିଥିଲେ । ବିବାହ ସମୟରେ କନ୍ୟାଘର ପକ୍ଷରୁ ନଗଦ ୨୦ ହଜାର ଟଙ୍କା,ଦେଢ଼ଭରି ଓଜନର ଼ସୁନାଚେନ ସହିତ ସମସ୍ତ ଆସବାବପତ୍ର ଦିଆଯାଇଥିଲା । ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ କଲ୍ୟାଣୀ ତାଙ୍କ ବଡ଼ ମାଇଁଙ୍କ ସହିତ କଥା ହୋଇଥିଲେ । ତେବେ ରାତି ପ୍ରାୟ ୧ଟା ସମୟରେ ଅକ୍ରୁର ଚିଲିକା ଠାରେ କାମ କରୁଥିବା ତାଙ୍କ ସାନ ମାମୁଁ ଶ୍ୱଶୁର ସରୋଜ ନାୟକଙ୍କୁ ଫୋନ କରି ତୁମ ଭାଣିଜୀ ମରି ଯାଇଛି ବୋଲି କହିଥିଲେ । ଏଭଳି ଦୁଃଖଦ ଖବର ଶୁଣି ସରୋଜ ଖଣ୍ଡପଡ଼ା ଥାନା ଅନ୍ତର୍ଗତ ମର୍ଦ୍ଦରାଜପୁରରେ ରହୁଥିବା ତାଙ୍କ ମଝିଆ ଭାଇଙ୍କୁ ଖବର ଦେଇଥିଲେ । ମଝିଆ ଭାଇ କାର୍ତ୍ତିକ ନାୟକ ରାତି ପ୍ରାୟ ୪ଟା ସମୟରେ ଫତେଗଡ ଥାନାରେ ପହଞ୍ଚି ତାଙ୍କ ଭାଣିଜୀକୁ ତା’ର ସ୍ୱାମୀ ମାରିଦେଇଛି ବୋଲି ଲିଖିତ ଅଭିଯୋଗ କରିଥିଲେ । ଫତେଗଡ ଥାନା ଅଧିକାରୀ ନିରଞ୍ଜନ କିଶୋର ଧିର, ଏସ୍ଆଇ ନିରଞ୍ଜନ କିଶୋର ବଡ଼ଜେନା, ରଇବାରୀ ତିରିଆ, ଏଏସ୍ଆଇ ଅପର୍ତ୍ତି ସାହୁ, ସଞ୍ଜିବ ମହାନ୍ତି ପ୍ରମୁଖ ଘଟଣା ସ୍ଥଳରେ ପହଞ୍ôଚ ଶବ ଜବତ କରିଥିଲେ । ଖବର ପାଇ ନୟାଗଡ ଜିଲ୍ଲା ଏସ୍ପି ଶଶିଭୂଷଣ ଶତପଥୀ, ସାଇଣ୍ଟିଫିକ ଟିମ୍ର ଡ. ଦୀପକ ରଞ୍ଜନ ସାହୁ ପ୍ରମୁଖ ସେଠାରେ ପହଞ୍ଚି ବିଭିନ୍ନ ନମୁନା ସଂଗ୍ରହ କରିବା ସହିତ ତଦନ୍ତ କରିଥିଲେ । କଲ୍ୟାଣୀ ଘର ଭିତରେ ଖଟ ଉପରେ ଶୋଇ ରହିଥିବା ବେଳେ ତାଙ୍କ ନାକରୁ ଫେଣ ବାହାରିବା ସହ ସେ ଜିଭ କାମୁଡ଼ି ଦେଇଥିବା ଦେଖାଯାଇଥିଲା । ଅତିରିକ୍ତ ତହସିଲଦାର ବିରଞ୍ôଚ ନାରାୟଣ ବେହେରା ପହଞ୍ôଚବା ପରେ ଶବ ବ୍ୟବଛେଦ ପାଇଁ ପଠା ଯାଇଥିଲା । ଅପରପକ୍ଷରେ ସ୍ତ୍ରୀର ମୃତ୍ୟୁ ପରେ ଅକ୍ରୁର କୀଟନାଶକ ଔଷଧ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାଯାଇଛି । ତାଙ୍କୁ ଚିକିତ୍ସା ନିମନ୍ତେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ତାଙ୍କ ଅବସ୍ଥା ଉଦ୍ବେଗଜନକ ରହିଛି । ତେବେ କଲ୍ୟାଣୀଙ୍କ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ । ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି । ସୂଚନାଯୋଗ୍ୟ ଯେ, ଅକ୍ରୁର ଜଣେ ରାଜମିସ୍ତ୍ରୀ ଭାବେ କାର୍ଯ୍ୟ କରନ୍ତି ।
Comments are closed, but trackbacks and pingbacks are open.