କୁଜଙ୍ଗ : କୁଜଙ୍ଗ ଥାନା ଅଞ୍ଚଳରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଗର୍ଭବତୀ କରିବା ଓ ପୀଡ଼ିତା ଜଣକ ଏକ କନ୍ୟା ସନ୍ତାନ ଜନ୍ମ ଦେବା ଘଟଣାରେ ଅଭିଯୁକ୍ତ ଟ୍ୟୁସନ୍ ସାର୍ଙ୍କୁ ବୁଧବାର ଦିନ ଜେଲ୍ଯିବାକୁ ପଡ଼ିଛି । ସେ ହେଲେ ସ୍ଥାନୀୟ ମଙ୍ଗରାଜପୁର ଗ୍ରାମର ରଞ୍ଜନ ରାଉତ(୫୫) ।
ସୂଚନା ମୁତାବିକ, ମଙ୍ଗଳବାରଠୁ କୁଜଙ୍ଗ ପୁଲିସ ଅଭିଯୁକ୍ତକୁ ଗିରଫ କରି ଘଟଣାର ତଦନ୍ତ ଚଳାଇଥିଲା । କୁଜଙ୍ଗ ଥାନା ଏନେଇ କେସ ନଂ.୩୩୫/୨୦ ଏକ ମାମଲା ରୁଜୁ କରାଯାଇଛି । ପୁଲିସ ରଞ୍ଜନଙ୍କୁ ବୁଧବାର ଦିନ ଡାକ୍ତରୀମାଇନା କରିବା ପରେ ଜଗତସିଂହପୁର ସଦର ଡିଏସ୍ପି ଏସ୍ଆର ମହାପାତ୍ରଙ୍କ ନିକଟକୁ ପଠାଇଥିଲା । ପରେ ଅଭିଯୁକ୍ତକୁ ଜଗତସିଂହପୁର କୋର୍ଟରେ ହାଜର କରାଯାଇଥିଲା । ସେଠାରେ ଜାମିନ ନାମଞ୍ଜୁର ହେବାରୁ ଶ୍ରୀ ରାଉତଙ୍କୁ ଆଳିପିଙ୍ଗଳ ଜେଲ୍କୁ ପଠାଇ ଦିଆଯାଇଛି । ନାବାଳିକା ପୁଲିସକୁ ଟ୍ୟୁସନ୍ ସାର୍ ରଞ୍ଜନଙ୍କ ନାଁ କହିବା ସହ ଏନେଇ ପୀଡ଼ିତାଙ୍କ ମା’ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ତଦନ୍ତକୁ ଜୋର୍ଦାର କରି ଏଭଳି ଆଇନଗତ ପଦକ୍ଷେପ ନେଇଛି ।


Comments are closed, but trackbacks and pingbacks are open.