ନାବାଳିକାକୁ ବଳାକ୍ରାର, ଅଭିଯୁକ୍ତ ଗିରଫ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ): ନାବାଳିକାକୁ ବଳାକ୍ରାର ଅଭିଯୋଗରେ ମହିଳା ଥାନା ପୁଲିସ ଅଭିଯୁକ୍ତ ଯୁବକକୁ ଗିରଫ କରିଛି । ତାଙ୍କ ନାମ ଦାଶରଥି ଓରଫ ଚାଇନା ରେଡ୍ଡୀ(୨୧) । ଘର ଇନ୍ଫୋସିଟି ଥାନା ଅନ୍ତର୍ଗତ ଶିଖରଚଣ୍ଡୀ ବସ୍ତି ।
ପୁଲିସ ସୂଚାନା ଅନୁଯାୟୀ, ଶିଖରଚଣ୍ଡୀ ବସ୍ତି ଅଞ୍ଚଳରେ ରହୁଥିବା ଜଣେ ନାବାଳିକା (୧୬ବର୍ଷ) ଶୁକ୍ରବାର ମଧ୍ୟାହ୍ନରେ ଘରେ ଏକୁଟିଆ ଥିଲା । ଏହାର ସୁଯୋଗ ନେଇ ଚାଇନା ଘରେ ପଶି ସଂପୃକ୍ତ ନାବାଳିକାକୁ ବଳାକ୍ରାର କରିଥିଲେ । ନାବାଳିକା ଚିକ୍ରାର କରିବାରୁ ଚାଇନା ସେଠାରୁ ଖସି ପଳାଇଥିଲେ । ପରିବାର ଲୋକେ ଫେରି ଘଟଣା ବିଷୟରେ ନାବାଳିକା ଠାରୁ ଜାଣିବା ପରେ ଏନେଇ ମହିଳା ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଏକ ମାମଲା ରୁଜୁକରି ଗତକାଲି ରାତିରେ ଚାଇନାଙ୍କୁ ଗିରଫ କରିଥିଲା । ଆଜି ଚାଇନା ଓ ନାବାଳିକାକୁ ନେଇ ପୁଲିସ କ୍ୟାପିଟାଲ୍ ହସ୍ପିଟାଲରେ ଡାକ୍ତରୀ ମାଇନା କରାଇଥିଲା । ନାବାଳିକାକୁ ତାଙ୍କ ପରିବାର ଲୋକଙ୍କ ଜିମା ଦେବା ସହ ପୁଲିସ ଚାଇନାଙ୍କୁ ପୋକ୍ସୋ କୋର୍ଟରେ ହାଜର କରାଇଥିଲା । ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons