ନାବାଳିକାଙ୍କୁ ଗଣବଳାକ୍ରାର ଓ ହତ୍ୟା ମାମଲା: ୩ ଘଟଣାର ୧୦ ଅଭିଯୁକ୍ତ ଗିରଫ

Get real time updates directly on you device, subscribe now.

ସୁନ୍ଦରଗଡ଼,(ବି.ବି.ନ୍ୟୁଜ୍): ସୁନ୍ଦରଗଡ଼ ଜିଲ୍ଲା ପୁଲିସ୍ ଅନ୍ତର୍ଗତ ବୀରମିତ୍ରପୁର, ରାଜଗାଙ୍ଗପୁର ଓ ହେମଗିର ଥାନା ଅଞ୍ଚଳରେ ଘଟିଥିବା ନାବାଳିକାଙ୍କୁ ଗଣବଳାକ୍ରାର ଓ ହତ୍ୟା ଘଟଣାର ପର୍ଦ୍ଦାଫାସ କରିବାରେ ପୁଲିସ୍ ସଫଳ ହୋଇଛି । ୩ଟି ପୃଥକ ପୃଥକ ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତମାନଙ୍କୁ ପୁଲିସ୍ ଗିରଫ କରିଥିବା ସୁନ୍ଦରଗଡ଼ ଏସ୍ପି ସୌମ୍ୟା ମିଶ୍ର ସୂଚନା ଦେଇଛନ୍ତି ।
ସୁନ୍ଦରଗଡ଼ ପୁଲିସ୍ ମୁଖ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସ୍ପି କହିଥିଲେ ଯେ, ବୀରମିତ୍ରପୁର ଥାନା ଅନ୍ତର୍ଗତ ହରପାଲି ଗ୍ରାମର ନାବାଳିକା ଏକ ବିବାହ ଉତ୍ସବରେ ନିଜ ସମ୍ପର୍କୀୟ ଉଭଣୀଙ୍କ ଯାଇଥିଲେ । ବିଳମ୍ବିତ ରାତି ୨ଟାରେ ସମୟରେ ନାବାଳିକା ଜଣଙ୍କ ସମ୍ପର୍କୀୟ ଭଉଣୀଙ୍କ ସହ ଘରକୁ ଯିବା ଲାଗି ରାସ୍ତାକଡ଼ରେ ଛିଡ଼ା ହୋଇଥିଲେ । ଏହି ସମୟରେ ୮ରୁ ୯ ଜଣ ଯୁବକ ଆସି ନାବାଳିକା ରାସ୍ତାକଡ଼ରୁ ନାବାଳିକାଙ୍କୁ ଉଠାଇ ନେବା ପାଇଁ ଉଦ୍ୟମ କଲେ । ଏହା ବିରୋଧ ତାଙ୍କ ଭଉଣୀ କରିବାରୁ ତାଙ୍କୁ ଧମକଚମକ ଦେଇ ନାବାଳିକାଙ୍କୁ ଟେକି ନେଇଥିଲେ । ନାବାଳିକାଙ୍କୁ ଗଣବଳାକ୍ରାର କରିବା ପରେ ଏ ବିଷୟରେ କାହାକୁ କିଛି କହିଲେ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ । ଭୟଭୀତ ଥିବା ନାବାଳିକା କାହାକୁ କିଛି ନକହି ଚୁପ ରହିଥିଲେ । ହେଲେ ବେଶି ଦିନ ଚୁପ ରହି ପାରିଲେ ନାହିଁ । ପରିବାର ଲୋକଙ୍କୁ ସମସ୍ତ କଥା ଜଣାଇବା ପରେ ଗତ ୨୨ ତାରିଖ ଦିନ ବୀରମିତ୍ରପୁର ଥାନାକୁ ଯାଇ ଲିଖିତ ଅଭିଯୋଗ ହେବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରି ଗଣବଳାକ୍ରାର କରିଥିବା ୭ ଜଣଙ୍କୁ ଗିରଫ କରିଥିଲା ।
ସେହପିରି ରାଜଗାଙ୍ଗପୁରରେ ଗତ ୨୦ ତାରିଖ ଦିନ ଜଣେ ନାବାଳିକା ସିଲେଇ ତାଲିମ ନେଇ ଘରକୁ ଫେରୁଥିବା ବେଳେ ରମେଶ ଏକ୍କା ଓ ମୁକେଶ ଏକ୍କା ଅଧରାସ୍ତାରୁ ତାଙ୍କୁ ବଳପୂର୍ବକ ନିକଟସ୍ଥ ଜଙ୍ଗଲକୁ ନେଇ ଗଣବଳାକ୍ରାର କରିଥିଲେ । ନାବାଳିକା ଘରକୁ ଫେରି ପରିବାର ଲୋକଙ୍କୁ ସମସ୍ତ କଥା କହିବା ପରେ ୨୨ ତାରିଖ ଦିନ ରାଜଗାଙ୍ଗପୁର ଥାନାରେ ରମେଶ ଓ ମୁକେଶଙ୍କ ନାମରେ ଲିଖିତ ଅଭିଯୋଗ ହୋଇଥିଲା । ପୁଲିସ ତଦନ୍ତ କରି ଅଭିଯୁକ୍ତ ଦ୍ୱୟଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି ।
ହେମଗିର ଥାନା ଅନ୍ତର୍ଗତ ଗୋପାଲପୁର ବସୁନ୍ଧରା ନଦୀକୂଳରୁ ଗତ ୨୦ ତାରିଖ ଦିନ ଜଣେ ନାବାଳିକାଙ୍କ ମୃତ ଦେହ ପୁଲିସ୍ ଉଦ୍ଧାର କରିଥିଲା । ତାଙ୍କୁ ବଳାକ୍ରାର ପରେ ହତ୍ୟା କରାଯାଇଥିବା ସ୍ପଷ୍ଟ ହେବା ପରେ ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ହେମଗିର ପୁଲିସ୍ ବେଲପାହାଡ଼ର ଜଣେ ଓ ଗୋପାଲପୁର ଅଞ୍ଚଳର ଜଣେ ନାବାଳକଙ୍କୁ ସନ୍ଦେହରେ ଥାନାକୁ ଆଣି ପଚରାଉଚୁରା କରିଥିଲା । ତେବେ ବେଲପାହାଡ଼ ଅଞ୍ଚଳରୁ ଧରାପଡ଼ିଥିବା ନାବାଳକ ଏହି ଘଟଣାରେ ସମ୍ପୃକ୍ତ ଥିବା ଜାଣିବା ପରେ ତାଙ୍କୁ ଗିରଫ କରିଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons