ବଅଁରପାଳ,(ବି.ବି.ନୁ୍ୟଜ): ରାଷ୍ଟ୍ରାୟତ ଉଦ୍ୟୋଗ ନାଲ୍କୋ (ଏସ୍ଏଣ୍ଡ୍ପି)ର ନୂତନ କାର୍ଯ୍ୟନିର୍ବାହୀ ନିଦେ୍ର୍ଧଶକ (ଇଡି) ଭାବରେ ସୋମବାର ଦାୟିତ୍ୱ ଗ୍ରହଣ କରିଛନ୍ତି ଅମ୍ବିକା ପ୍ରସାଦ ପଣ୍ଡା । ଶ୍ରୀ ପଣ୍ଡା ସିପିପି ଜେନେରାଲ୍ ମ୍ୟାନେଜର୍ ଭାବରେ କାର୍ଯ୍ୟରତ ଥିବା ବେଳେ ତାଙ୍କୁ ନିର୍ବାହୀ ନିଦେ୍ର୍ଧଶକ ଭାବରେ ପଦୋନ୍ନତି ମିଳିଛି ।
୧୯୮୪ ମସିହାରେ ବୁର୍ଲା ଇଞ୍ଜିନିୟରିଂ କଲେଜରୁ ବିକେଟ୍ (ମେକାନିକାଲ) ଉତ୍ତୀର୍ଣ୍ଣ ହେବା ପରେ ନାଲ୍କୋରେ ପ୍ରଥମ ବ୍ୟାଚ୍ ଗ୍ରାଜୁଏଟ ଟ୍ରେନିଂ (ଜିଇଟି) ଭାବରେ ଯୋଗଦାନ କରିଥିଲେ । ନିରବଚ୍ଛିନ୍ନ ଭାବରେ ଗତ ୩୬ ବର୍ଷ ଧରି ସେ ଦକ୍ଷତାର ସହ କାମ ନାଲ୍କୋରେ ବିଭିନ୍ନ ଦାୟିତ୍ୱ ନିର୍ବାହ କରିବା ପରେ ୨୦୧୯-୨୦ରେ ଭାରପ୍ରାପ୍ତ ଜେନେରାଲ୍ ମ୍ୟାନେଜର୍ ଭାବରେ ସିପିପିରେ ଅବସ୍ଥାପିତ ହୋଇଥିଲେ । କ୍ୱାଲିଟି ସର୍କଲ ନିର୍ମାଣ, ରକ୍ଷଣାବେକ୍ଷଣ କାର୍ଯ୍ୟରେ କମ୍ପୁ୍ୟଟରୀକରଣ, ଜାତୀୟସ୍ତରୀୟ ପ୍ରଶିକ୍ଷଣ ଶିବିର ଆୟୋଜନ କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଭୂମିକା ରହିଛି । ଆଜି ନିର୍ବାହୀ ନିଦେ୍ର୍ଧଶକ ଦାୟିତ୍ୱ ଗ୍ରହଣ କରିବା ପରେ ଏସ୍ଆଣ୍ଡ୍ପି କମ୍ପେ୍ଲକ୍ସର ବିଭିନ୍ନ ସଙ୍ଗଠନର ପ୍ରତିନିଧି, ଅଫିସର ସଂଘ କର୍ମକର୍ତା ଶ୍ରୀ ପଣ୍ଡାଙ୍କୁ ସ୍ୱାଗତ ଜଣାଇଥିଲେ । ସେହିପରି ଏଠାରେ କାର୍ଯ୍ୟରତ କାର୍ଯ୍ୟନିର୍ବାହୀ ନିଦେ୍ର୍ଧଶକ ମନସା ପ୍ରସାଦ ମିଶ୍ର ଭୁବନେଶ୍ୱରସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ନିଦେ୍ର୍ଧଶକ ( ‘ପ୍ରକଳ୍ପ’ ଓ ‘ବୈଷୟିକ’) ଭାବରେ ଆଜି କାର୍ଯ୍ୟରେ ଯୋଗଦାନ କରିଥିବା ଜଣାପଡ଼ିଛି । ଏଥିସହିତ ସିପିପି ମହାପ୍ରବନ୍ଧକ ଭାବେ ସରୋଜ ମିଶ୍ର ଏବଂ ସୁଧିର ପ;ନାୟକ ମହାପ୍ରବନ୍ଧକ (ଅପରେସନ୍ ଓ ମେଣ୍ଟେନାନ୍ସ) ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ।


Comments are closed, but trackbacks and pingbacks are open.