ତରବୋଡ଼,(ବି.ବି.ନୁ୍ୟଜ୍): ମୃତୁ୍ୟ ଗୋଡେ଼ଇଲେ ଜୀବନ ବଞ୍ଚାଇବା ସା%ାରଣତଃ ଅସମ୍ଭବ ହୋଇପଡେ଼ । ଏହି ଉକ୍ତିଟି ଆଜି ସତ ପ୍ରମାଣିତ ହୋଇଛି ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ବେଲରଦନାରେ ଗାଁରେ । ନିଅାଁରୁ ବର୍ତ୍ତିବାକୁ ଯାଇ ପାଣିକୁ ଡେଇଁ ଗାଁର ଜଣେ ବୃଦ୍ଧ ମୃତୁ୍ୟମୁଖରେ ପଡ଼ିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ମୃତ ବୃଦ୍ଧ ଜଣକ ହେଲେ ଗାଁର ନିରନ ମାଝୀ (୬୬) ।
ସୂଚନାମତେ ଆଜି ସକାଳ ପ୍ରାୟ ୬ଟାରେ ନିରନ ନିଜ ଚାଷଜମି ପଟେ ଯାଇଥିଲେ । ଅ%ôକ ଥଣ୍ଡା ହେବାରୁ ସେ ଜଳାଶୟ ହିଡ଼ରେ ନିଅାଁ ଜାଳି ପୋଉଁଥିଲେ । ପୂର୍ବାହ୍ନ ୧୦ଟାରେ ପୁଅ ଓକିଲ ମାଝୀ ବାପା ପାଇଁ ପଖାଳ ନେଇ ଯାଇଥିଲେ । ହେଲେ ବାପାଙ୍କୁ ବିଲରେ ପାଇ ନଥିଲେ । ତେବେ ପୋଖରୀ ହିଡ଼ରେ ନିଅାଁ ପୋଇବା ପରର ଅଙ୍ଗାର ଏବଂ ପୋଖରୀରେ ବାପାଙ୍କ ପିନ୍ଧାଲୁଗା ଭାସୁଥିବା ଦେଖି ଭୟଭୀତ ହୋଇ ପଡ଼ିଥିଲେ । ବାପା ପାଣିରେ ବୁଡ଼ି ଯାଇଥିବା ସନେ୍ଦହ କରି ଗାଁଲୋକଙ୍କୁ ଖବର ଦେଇଥିଲେ । ଖବରପାଇ ତରବୋଡ଼ ଫାଣ୍ଡି ଅ%ôକାରୀ ଲଛିନ୍ଦ୍ର ଚଲାନ ଘଟଣାସ୍ଥଳରେ ପହଞ୍ଚି ପାଣି ଭିତରୁ ଶବ ଠାବ କରି ଉଦ୍ଧାର କରିଥିଲେ । ବୃଦ୍ଧ ଜଣକର ଶରୀରର ବିଭିନ୍ନ ଅଂଶ ପୋଡ଼ିଯାଇଥିଲା ଦେଖିବାକୁ ମିଳିଥିଲା । ତେବେ ନିଅାଁ ପୋଇଁବା ବେଳେ ନିରନଙ୍କ ଶରୀରରେ ଅଗ୍ନି ସଂଯୋଗ ହୋଇଥିଲା ଏବଂ ଏଥିରୁ ନିଜକୁ ରକ୍ଷା କରିବା ପାଇଁ ସେ ପାଣି ଭିତରକୁ ଡେଇଁ ପଡ଼ିଥାଇପାରନ୍ତି ବୋଲି ଅନୁମାନ କରାଯାଉଛି । ହେଲେ ପାଣିକୁ ଡେଇଁବା ପରେ ବୋ%ହୁଏ ସେ ଆଉ ବାହାରି ପାରି ନଥିଲେ । ଫଳରେ ତାଙ୍କର ମୃତୁ୍ୟ ହୋଇଥିବା ପୁଲିସ ସନେ୍ଦହ କରୁଛି । ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ପୁଲିସ ଏକ ଅପମୃତୁ୍ୟ ମାମଲା ରୁଜୁ କରି ବର୍ତ୍ତମାନ ଘଟଣାର ତଦନ୍ତ ଚଲାଇଛି । ତଦନ୍ତ ପରେ ଆଉ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ବୋଲି ଅନୁମାନ କରାଯାଉଛି ।
Comments are closed, but trackbacks and pingbacks are open.