ନିଖୋଜ ଶିକ୍ଷକଙ୍କ ମୃତଦେହ ଉଦ୍ଧାର

Get real time updates directly on you device, subscribe now.

ଆନନ୍ଦପୁର: ନିଖୋଜ ଶିକ୍ଷକଙ୍କ ମୃତଦେହ ଉଦ୍ଧାର। ସେ ଦୀର୍ଘ ୨ ହେବ ନିଖୋଜ ଥିଲେ। ମିଳିଥିବା ସୂଚନା ମୁତାବକ, ଏକ ନଦୀପଠାରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି। ସେ ଆନନ୍ଦପୁର ବ୍ଲକ୍ ସନ୍ତୋଷପୁର ପ୍ରାଥମିକ ବିଦ୍ୟାଳୟରେ କାର୍ୟ୍ୟରତ ଥି​‌ଲେ। ମୃତ ଶିକ୍ଷକ ହେଲେ ତନେଇପାଳ ଗାଁର ମାଧବାନନ୍ଦ ମହାନ୍ତ।
ସୂଚନାଥାଉକି ଗତ ୨୨ ତାରିଖ ଦିନ ସାଢେ ୩ଟାରୁ ଘରୁ ବାଇକ୍ ଧରି ବାହାରି ଯାଇଥିଲେ। ହେଲେ ସେ ଆଉ ଫେରି ନଥିଲେ। ବହୁ ଖୋଜାଖୋଜି ପରେ ପରିବାର ଲୋକେ ଥାନାରେ ନିଖୋଜ ଅଭିଯୋଗ ଦାୟର କରିଥିଲେ। ଗତକାଲି ତାଙ୍କ ବାଇକ୍‌ ରାସ୍ତାରେ କଡରେ ପଡିଥିବା ଦେଖିବାକୁ ମିଳିଥିଲା।
ଏହାପରେ ପରିବାର ଏବଂ ସ୍ଥାନୀୟ ଲୋକଙ୍କ ମନରେ ସନ୍ଦେହ ଘନେଇ ଥିଲା। ବାଇକ ମିଳିଥିବା ସ୍ଥାନରୁ ମାତ୍ର ୧୦୦ ମିଟର ଦୂରେ ଶିକ୍ଷକଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଏପଟେ ଶିକ୍ଷକଙ୍କ ହତ୍ୟା କରି ଫିଙ୍ଗି ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons