ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର: ହତ୍ୟା ସନେ୍ଦହ

Get real time updates directly on you device, subscribe now.

ରାଉରକେଲା: ସନ୍ଦେହଜନକ ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ରାଉରକେଲା ଟାଙ୍ଗରପଲ୍ଲୀ ଥାନା ଅଞ୍ଚଳରୁ ୨୩ ବର୍ଷ ବୟସ୍କ ଯୁବକଙ୍କ ମୃତଦେହ ମିଳିଛି । ଗତ ସୋମବାରଠାରୁ ଯୁବକ ଜଣଙ୍କ ନିଖୋଜ ଥିଲେ ।
ସୂଚନାଯୋଗ୍ୟ ଯେ, ରାଉରକେଲା ଟାଙ୍ଗରପଲ୍ଲୀ ଥାନା ଅଞ୍ଚଳରୁ ଶନିବାର ଉଲଗ୍ନ ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା । ଫର୍ଟିଲାଇଜର କଲୋନୀ ନିକଟ ଡମ୍ପିଂୟାର୍ଡରେ ମୃତଦେହଟି ଦେଖି ପରିବାରଲୋକ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କ ମୃତଦେହ ଉଦ୍ଧାର କରିଥିଲା ।
ମୃତ ଯୁବକ ଜଣଙ୍କ ହେଉଛନ୍ତି ଲାଲଟାଙ୍କି ଅଞ୍ଚଳର ବିନୋଦ କୈବର୍ତ୍ତ । ଗତ ସୋମବାରଠାରୁ ସେ ନିଖୋଜ ଥିଲେ । ତାଙ୍କୁ କେହି ହତ୍ୟାକରି ଫିଙ୍ଗି ଦେଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons