ନିଜର ସ୍ଵାସ୍ଥ୍ୟବସ୍ଥାକୁ ନେଇ ହେଉଥିବା ଗୁଜବ ଉପରେ କହିଲେ ଅମିତ୍ ଶାହା- ମୁଁ ସଂପୂର୍ଣ୍ଣ ସୁସ୍ଥ ଅଛି, ମୋର କିଛି ହୋଇ ନାହିଁ
ନୂଆଦିଲ୍ଲୀ : କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହା ନିଜର ସ୍ଵାସ୍ଥ୍ୟବସ୍ଥାକୁ ନେଇ ଜାରି ରହିଥିବା କଳ୍ପନା ଜଳ୍ପନା ଉପରେ ବିରାମ ଲଗାଇଛନ୍ତି। ସେ କହିଛନ୍ତି ତାଙ୍କ ସ୍ଵାସ୍ଥ୍ୟବସ୍ଥା ସଂପୂର୍ଣ୍ଣ ଠିକ୍ ଅଛି। ତାଙ୍କୁ କୌଣସି ପ୍ରକାରର ରୋଗ ହୋଇ ନାହିଁ, ସେ ସୁସ୍ଥ ଅଛନ୍ତି। ସେ ଟୁଇଟ୍ କରି କହିଛନ୍ତି, ଗତ ଅନେକ ଦିନ ହେବ କିଛି ମିତ୍ର ସାମାଜିକ ଗଣମାଧ୍ୟମରେ ମୋର ସ୍ଵାସ୍ଥ୍ୟ ବିଷୟରେ ମନଗଢା ଗୁଜବ ପ୍ରଚାର କରୁଛନ୍ତି। ଏପରିକି ଅନେକ ଲୋକ ମୋର ମୃତ୍ୟୁ ପାଇଁ ମଧ୍ୟ ଟୁଇଟ୍ କରି ଦୁଆ ମାଗୁଛନ୍ତି।
ସେ କହିଛନ୍ତି, ଦେଶ ସଂପ୍ରତି ମହାମାରୀ କରୋନା ପରି ସଙ୍କଟ ସହ ସଂଘର୍ଷ କରୁଛି। ଦେଶର ଗୃହ ମନ୍ତ୍ରୀ ହୋଇଥିବାରୁ ବିଳମ୍ବିତ ରାତ୍ରି ସୁଦ୍ଧା କାର୍ୟ୍ୟବ୍ୟସ୍ତତା କାରଣରୁ ମୁଁ ନିଜର ସ୍ଵାସ୍ଥ୍ୟ ଉପରେ ଧ୍ୟାନ ଦେଇ ପାରି ନାହିଁ। ଯେବେ ମୁଁ ଜାଣିଲି ମୋର ସ୍ଵାସ୍ଥ୍ୟବସ୍ଥାକୁ ନେଇ ଗୁଜବ ପ୍ରଚାର ହେଉଛି, ମୁଁ ଚିନ୍ତା କଲି ଏହି ସବୁ ଲୋକ ନିଜର କାଳ୍ପନିକ ଚିନ୍ତାର ମଜା ନେଉଛନ୍ତି, ଏଥିପାଇଁ ମୁଁ କୌଣସି ସ୍ପୋଷ୍ଟକ୍ତି ଦେବାକୁ ଉଚିତ୍ ମନେ କଲି ନାହିଁ।
Comments are closed, but trackbacks and pingbacks are open.