ଭଦ୍ରକ,(ବି.ବି.ନୁ୍ୟଜ୍): ଭଦ୍ରକ ଜିଲ୍ଲା ବନ୍ତ ନିଳୋକ ପଞ୍ଚାୟତକୁ ସରପଞ୍ଚ ଅଶୋକ କୁମାର ମହାନ୍ତି ୧୨ ଘଣ୍ଟିଆ ଶଟ୍ଡାଉନ୍ ଘୋଷଣା କରିଛନ୍ତି । ଶନିବାର ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ଏହି ଶଟ୍ଡାଉନ୍ କଟକଣା ବଳବତ୍ତର ରହିବ । ଶଟ୍ଡାଉନ୍ ଯୋଗୁ ୧୧ଟି ୱାଡ୍ର ବିଭିନ୍ନ ଗାଁ ଲୋକେ ଘରୁ ବାହାରି ନାହାନ୍ତି । ଏଥିସହ ସମସ୍ତେ ଦୋକାନ ବଜାର ବନ୍ଦ ରହିଛି । ନିଳୋକ ପଞ୍ଚାୟତରେ କରୋନା ସଂକ୍ରମଣକୁ ରୋକିବା ଉଦେ୍ଧଶ୍ୟରେ ସରପଞ୍ଚ ଶଟ୍ଡାଉନ୍ କରିଛନ୍ତି । ସୂଚନାଯୋଗ୍ୟ, ବନ୍ତ ବ୍ଲକରେ ୨ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେଣୁ ପାଶ୍ୱବର୍ତ୍ତୀ ପଞ୍ଚାୟତଗୁଡିକରେ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି । ତେବେ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୬ରେ ପହଞ୍ଚିଛି । ସେଥିମଧ୍ୟରୁ ୨୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ୨୫ ଜଣ ଚିକିତ୍ସାଧୀନ ଅଛନ୍ତି ।
Comments are closed, but trackbacks and pingbacks are open.