ନିଶାଦେଇ ଯୁବକଙ୍କୁ ଲୁଟିଲେ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ): ଭୁବନେଶ୍ୱର ରେଳ ଷ୍ଟେସନରେ ନିଶାଦିଆ ଲୁଟେରା ଆଜି ପୁଣି ଜଣେ ଯାତ୍ରୀଙ୍କୁ ଲୁଟ୍ପାଟ କରିଛନ୍ତି । ଲୁଟ୍ର ଶିକାର ହୋଇଛନ୍ତି ଯାଜପୁର ବିରୁଆର ମହେନ୍ଦ୍ର ସାହୁ(୨୫) । ମିଳିଥିବା ସୂଚନା ଅନୁଯାୟୀ, ମହେନ୍ଦ୍ର ଚେନ୍ନାଇରେ ଏକ କମ୍ପାନୀରେ କାମ କରନ୍ତି । ଆଜି ଭୋରରେ ସେ ଟ୍ରେନ୍ରେ ଆସି ଭୁବନେଶ୍ୱର ରେଳ ଷ୍ଟେସନରେ ଓହ୍ଲାଇଥିଲେ । ଏଠାରେ ଜଣେ ଅଟୋ ଚାଳକ ତାଙ୍କୁ ବରମୁଣ୍ଡା ବସ୍ଷ୍ଟାଣ୍ଡରେ ଛାଡ଼ିଦେବ ବୋଲି କହିଥିଲା । ମହେନ୍ଦ୍ର ଅଟୋରେ ବସିବା ପରେ ଚାଳକ ଜଣଙ୍କ ତାଙ୍କୁ ମାଷ୍ଟର କ୍ୟାଣ୍ଟିନ ଛକରେ ଚା’ ପିଇବାକୁ ଦେଇଥିଲା । ତା’ପରେ ମହୋନ୍ଦ୍ର କିଛି ଜାଣିପାରି ନଥିଲେ । ମାଉସୀ ମା’ ଛକରୁ ତାଙ୍କୁ ପିସିଆର ପୁଲିସ ଅଚେତ ଅବସ୍ଥାରେ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲା । ମହେନ୍ଦ୍ରଙ୍କ ଠାରୁ ୭ ହଜାର ଟଙ୍କା ଓ ମୋବାଇଲ ଫୋନ୍ ଲୁଟ୍ ହୋଇଥିବା ଜଣାପଡ଼ିଛି । ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ସହାୟ’ର କର୍ମଚାରୀ ମହେନ୍ଦ୍ରଙ୍କ ଚିକିତ୍ସାରେ ସହଯୋଗ କରିବା ସହ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons