ନିଶିଭଅଁର ଗାଁରେ ବୋମାମାଡ଼, ଜଣେ ଗୁରୁତର

Get real time updates directly on you device, subscribe now.

ବ୍ରହ୍ମଗିରି,(ବି.ବି.ନୁ୍ୟଜ୍): ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ୍ ରାହାଡ଼ମଲ୍ଲ ପଞ୍ଚାୟତ ନିଶିଭଅଁର ଗାଁରେ କରୋନା ଆକ୍ରାନ୍ତଙ୍କୁ ନେଇ ଫୁଟିଛି ବୋମା । ବୋମାମାଡ଼ ଯୋଗୁଁ ଜଣେ ବୃଦ୍ଧ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗାଁରେ ଦୁଇ ଗୋÂୀ ମଧ୍ୟରେ ଉତ୍ତେଜନା ଜାରି ରହିଛି । ଅଧିକ ଗଣ୍ଡଗୋଳ ଆଶଙ୍କାରେ ଗ୍ରାମରେ ୩ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । ପୁରୀ ଏସ୍ପି ଅଖିଳେଶ୍ୱର ସିଂ ଘଟଣାସ୍ଥଳ ପରିଦର୍ଶନ କରି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି । ଗିରଫ ଭୟରେ ଗାଁ ପୁରୁଷଶୂନ୍ୟ ଥିବା ଜଣାଯାଇଛି । ରାତିରେ ସଦର ଥାନା ପୁଲିସ ଉଭୟ ଗୋÂୀର ୧୫ ଜଣ ମହିଳା ଓ ଜଣେ ପୁରୁଷଙ୍କୁ ଧରି ନେଇ ବଳିଆପଣ୍ଡା ସ୍ଥିତ କ୍ୱାରେଣ୍ଟାଇନ ସେଣ୍ଟରରେ ଅଟକ ରଖିଛି ।
ଖବରରୁ ପ୍ରକାଶ ଯେ, ଗୁରୁବାର ନିଶିଭଅଁର ଗାଁରେ ଜଣେ ଯୁବକ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହାକୁ ନେଇ ଆରମ୍ଭ ହୋଇଥିଲା ଗଣ୍ଡଗୋଳ । ଏଥିରେ ଗ୍ରାମ ପାଲଟିଥିଲା ରଣକ୍ଷେତ୍ର । ଗାଁର ଦୁଇ ଗୋÂୀ ମଧ୍ୟରେ କଥା କଟାକଟି, ଟେକାପଥର ମାଡ଼ ଘଟିବା ପରେ ଏହା ଉଗ୍ରରୂପ ଧାରଣ କରିଥିଲା । ଉଭୟ ପକ୍ଷରୁ ପ୍ରାୟ ୪୦ରୁ ୫୦ଟି ବୋମାମାଡ଼ ହୋଇଥିଲା । ଏଥିରେ ଜଣେ ବୃଦ୍ଧ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ପୁରୀ ସଦର ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।
ଗାଁରେ ଉତ୍ତେଜନା ଲାଗି ରହିଥିବାରୁ ୨ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି । ଘଟଣାସ୍ଥଳରେ ଏସ୍ପି ଅଖିଳେଶ୍ୱର ସିଂ, ଏସ୍ଡିପିଓ କିଶୋର କୁମାର ମୁଣ୍ଡ୍, ପୁରୀ ସଦର ଥାନା ଆଇଆଇସି ସ୍ମୃତିକୁମାରୀ ମହାନ୍ତି, ବ୍ରହ୍ମଗିରି ଥାନା ଆଇଆଇସି ମନୋଜ କୁମାର ଶତପଥୀ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି ।
ପୁଲିସ ସୂଚନା ଅନୁସାରେ ଗୁରୁବାର ନିଶିଭଅଁର ଗ୍ରାମରୁ ଜଣେ କରୋନା ରୋଗୀ ଚିହ୍ନଟ ହୋଇଥିଲେ । ତାଙ୍କୁ କୋଭିଡ ହସ୍ପିଟାଲ ପଠାଯିବା ପୂର୍ବରୁ ସଂକ୍ରମିତଙ୍କ ଜଣେ ସମ୍ପର୍କୀୟ ନିଜକୁ କ୍ୱାରେଣ୍ଟାଇନ୍ରେ ରଖିବା ପାଇଁ ପିଲାଛୁଆ ଧରି ଗମ୍ଭାରୀ ଗ୍ରାମସ୍ଥିତ ଶ୍ୱଶୁର ଘରକୁ ଯାଇଥିଲେ । ଗମ୍ଭାରୀ ଗାଁ ଲୋକେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗାଁରେ ପୂରାଇ ଦେଇନଥିଲେ । ଏଥିରେ ଅପମାନିତ ହୋଇ ବ୍ୟକ୍ତି ଜଣକ ଗାଁକୁ ଫେରି ତାଙ୍କ ଶ୍ୱଶୁର ଘର ଗାଁ ଲୋକଙ୍କୁ ଖବର ଦେଇଥିବା ବ୍ୟକ୍ତିଙ୍କୁ ଗାଳିଗୁଲଜ କରିଥିଲେ । ଏହାକୁ ନେଇ ଉଭୟ ପକ୍ଷରୁ କିଛି ଯୁବକ ଏକାଠି ହୋଇଥିଲେ ଓ ହାତାହାତି ପର୍ଯ୍ୟନ୍ତ କଥା ଯାଇଥିଲା । ପରେ ଆରମ୍ଭ ହୋଇଥିଲା ଟେକାପଥର ବର୍ଷା ।
ଖବର ପାଇ ପୁରୀ ସଦର ଥାନା ପୁଲିସ ଗାଁରେ ପହଞ୍ଚିଥିଲା । ଘଟଣାରେ ସମ୍ପୃକ୍ତ ନିରଞ୍ଜନ ବାରିକଙ୍କୁ ପୁଲିସ ଧରି ନେଇ ଥାନାରେ ଅଟକ ରଖିବା ପରେ କିଛି ସମୟ ପାଇଁ ଉତ୍ତେଜନା ଥମିଥିଲା । ହେଲେ ପରେ ବିଳମ୍ବିତ ରାତିରେ ଉଭୟ ଗୋÂୀ ପକ୍ଷରୁ ବୋମାମାଡ଼ ହୋଇଥିଲା ।
ଶୁକ୍ରବାର ସକାଳେ ତାହା ଉଗ୍ରରୂପ ଧାରଣ କରିଥିଲା । ଗାଁ ଦାଣ୍ଡ ପାଲଟିଥିଲା ରଣକ୍ଷେତ୍ର । ଉଭୟ ପକ୍ଷରୁ ପ୍ରାୟ ୪୦ରୁ ୫୦ ବୋମାମାଡ଼ ହୋଇଥିଲା । ଏଥିରେ ବିଚିତ୍ର ପ୍ରଧାନ(୬୦) ଗୁରୁତର ଆହତ ହୋଇଥିଲେ । ତାଙ୍କୁ ଚିକିତ୍ସା ନିମନ୍ତେ ପ୍ରଥମେ ରେବଣାନୂଆଗାଁ ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ପୁରୀ ସଦର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ଘଟଣାସ୍ଥଳରେ ପୁଲିସ ଅଧିକାରୀମାନେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଥିଲେ । ପରେ ଗ୍ରାମରେ ୨ ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିଲେ । ଗିରଫ ଭୟରେ ଗାଁ ପୁରୁଷ ଶୂନ୍ୟ ରହିଛି । ତେବେ ରାତିରେ ସଦର ଥାନା ପୁଲିସ ଗାଁରେ ଚଢ଼ଉ କରି ଉଭୟ ଗୋÂୀର ୧୫ ଜଣ ମହିଳା ଓ ଜଣେ ପୁରୁଷଙ୍କୁ ଧରି ନେଇ ପୁରୀ ବଳିଆପଣ୍ଡା ସ୍ଥିତ କ୍ୱାରେଣ୍ଟାଇନ ସେଣ୍ଟରରେ ଅଟକ ରଖିଛି ।
ଏସ୍ପି ଶ୍ରୀ ସିଂ ଏ ସମ୍ପର୍କରେ କହିଛନ୍ତି ଯେ, ଘଟଣାକୁ ନେଇ ମାମଲା ରୁଜୁ ହୋଇଛି । ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁÂାନ ଗ୍ରହଣ କରାଯିବ । ସୂଚନାଯୋଗ୍ୟ ଯେ, ଗତ ଜୁନ ୪ ତାରିଖରେ ଏକ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାର ଋଣ ଟଙ୍କାକୁ କେନ୍ଦ୍ର କରି ଉଭୟ ଗୋÂୀ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇବା ସହ ୧୦ରୁ ଅଧିକ ବୋମା ଫୁଟିଥିଲା । ଏଥିରେ କେହି ମୃତାହତ ହୋଇ ନଥିଲେ ହେଁ କିଛି ଲୋକଙ୍କର ଘରର ଆଜବେଷ୍ଟସ୍ ଭାଙ୍ଗିଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons