ଆଠଗଡ଼,(ବି.ବି.ନୁ୍ୟଜ୍୍): କଟକ ଜିଲ୍ଲା ତିଗିରିଆ ବ୍ଲକର ନୂଆପାଟଣା ଅଞ୍ଚଳକୁ ୨୪ ଘଣ୍ଟିଆ ଶଟ୍ଡାଉନ୍ ଘୋଷଣା କରାଯାଇଛି । ସୋମବାର ରାତିରୁ ଜିଲ୍ଲା ପ୍ରଶାସନ ଏହି ଅଞ୍ଚଳକୁ ଶଟ୍ଡାଉନ୍ ଘୋଷଣା କରିଛି । ଶଟ୍ଡାଉନ୍ ସମୟରେ କେବଳ ଜରୁରୀକାଳୀନ ସେବା ଜାରି ରହିବ । ଡାକ୍ତରଖାନା ଓ ମେଡିସିନ୍ ଷ୍ଟୋର ଖୋଲା ରହିବ । ହେଲେ ଅନ୍ୟ ସବୁ ସେବା ବନ୍ଦ ରହିବ । ସେହିପରି ଲୋକମାନଙ୍କୁ ଘରୁ ନ ବାହାରିବା ପାଇଁ କୁହାଯାଇଛି । ମଙ୍ଗଳବାର ସକାଳେ ସାନିଟାଇଜ୍ ଟିମ୍ ଓ ଅଗ୍ନିଶମ ବିଭାଗ କର୍ମଚାରୀମାନେ ତିଗିରିଆ, ନୂଆପାଟଣା, ନୂଆସଡ଼କ , ପାଞ୍ଚଗାଁ ବିନ୍ଧାଣିମା, ଜମାଦେଇପୁର ଓ ଅଚଳକୋଟ ଅଞ୍ଚଳକୁ ସାନିଟାଇଜ୍ କରିଛନ୍ତି । ସୂଚନାଯୋଗ୍ୟ, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୩୭ ରେ ପହଞ୍ଚିଥିବା ବେଳେ ତିଗିରିଆ ଅଞ୍ଚଳକୁ ଦୁଇ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
Comments are closed, but trackbacks and pingbacks are open.