ନ୍ୟାୟ ଦାବିରେ ଶଯ୍ୟାଶାୟୀ ମହିଳାଙ୍କ ରାସ୍ତାରୋକ

Get real time updates directly on you device, subscribe now.

ବୁଗୁଡ଼ା, (ବି.ବି.ନୁ୍ୟଜ୍): ନ୍ୟାୟ ଦାବିରେ ଜଣେ ଶଯ୍ୟାଶାୟୀ ମହିଳା ଜଗନ୍ନାଥପ୍ରସାଦ ଥାନା ଅଧୀନ ପଞ୍ଚଭୂତି ଠାରେ ଶୁକ୍ରବାର ୬ବର୍ଷର ପୁଅକୁ ଧରି ରାସ୍ତାରୋକ କରିଥିଲେ । ସ୍ୱାମୀ ମାଡ଼ମାରି ତାଙ୍କର ଦୁଇଗୋଡ଼କୁ ଭାଙ୍ଗି ଦେଇଛନ୍ତି । ତେଣୁ ତାଙ୍କୁ ଯଥାଶୀଘ୍ର ଗିରଫ କରିବା ସହ ଚିକିତ୍ସା କରାଇବା ଦାବିରେ ସେ ରାସ୍ତାରୋକ କରିଥିଲେ । ଏହି ରାସ୍ତାରୋକ ଫଳରେ ଭଞ୍ଜନଗର-ଭୁବନେଶ୍ୱର ୨୧ନଂ ଜାତୀୟ ରାଜପଥ ଦୀର୍ଘ ଏକଘଣ୍ଟା ଧରି ବନ୍ଦ ରହିଥିଲା । ତେବେ ସ୍ଥାନୀୟ ପ୍ରଶାସନର ପ୍ରତିଶ୍ରୁତି ପରେ ରାସ୍ତାରୋକ ହଟିଥିଲା ।
ସୂଚନା ଅନୁଯାୟୀ, କରସିଂ ଗ୍ରାମର ଚୈତନ୍ୟପ୍ରସାଦରେ ରହୁଥିବା ଠିକାଦାର ପଦ୍ମ ସାହୁଙ୍କ ଘରକୁ ପଞ୍ଚଭୂତି ଦଳିତ ସାହିର ପୀଡ଼ିତା ହୀରା ନାଇକ ଦିନ ମଜୁରିଆଭାବେ କାମ କରିବାକୁ ଯାଉଥିଲେ । ଏ ସମୟରେ ହୀରା ଓ ପଦ୍ମଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା । ଦୁହେଁ ବିବାହ କରି ଉଭୟେ ପଦ୍ମଙ୍କ ନିଜ ଗାଁ ବାଙ୍କୀ ଠାରେ ଘର ଭଡ଼ାରେ ନେଇ ଦୀର୍ଘ ୭ବର୍ଷ ହେଲା ରହି ଆସୁଥିଲେ । ଏ ସମୟରେ ମଧ୍ୟରେ ଉଭୟଙ୍କର ଗୋଟିଏ ପୁତ୍ର ସନ୍ତାନ ଜନ୍ମ ହୋଇଛି । ତେବେ ପଦ୍ମ ବାରମ୍ବାର ଚରିତ୍ର ଉପରେ ସନେ୍ଦହକରି ହୀରାକୁ ମାର୍ପିଟ୍ କରିବା ସହ ଜୀବନରେ ମାରିଦେବାକୁ ଉଦ୍ୟମ କରି ଆସୁଥିବା ହୀରା ଅଭିଯୋଗ କରିଛନ୍ତି । ତେବେ କିଛିଦିନ ତଳେ ହୀରାକୁ ନେଇ ବୁଗୁଡ଼ା ସ୍ଥିତ ଅରବିନ୍ଦ ନଗରରେ ଘର ଭଡ଼ାନେଇ ପଦ୍ମ ରଖିଥିଲେ । ଏଠାରେ ରହିବା ସମୟରେ ଦିନେ ପଦ୍ମ ହୀରାକୁ ମାଡ଼ ମାରିଥିଲେ । ଏଥିରେ ତାଙ୍କର ଦୁଇଗୋଡ଼ ଭାଙ୍ଗିଯାଇଛି । ଘଟଣା ସମ୍ପର୍କରେ ଜାଣି ପଡେ଼ାଶୀ ଲୋକେ ବୁଗୁଡ଼ା ଥାନାକୁ ସୂଚନା ଦେଇଥିଲେ । ପୁଲିସ ପହଞ୍ଚôବା ବେଳେକୁ ସେଠାରୁ ପଦ୍ମ ଚମ୍ପଟ ମାରିଥିଲା । ଏନେଇ ହୀରାଙ୍କ ବାପା ତୋଫାନ ନାଇକ ବୁଗୁଡ଼ା ଥାନାରେ ଅଭିଯୋଗ କରିଥିଲେ । ପରେ ପୁଲିସ ଏହି ଘଟଣାରେ ୨୯୮/୧୨ରେ ଏକ ମାମଲା ରୁଜୁ କରି ଚୁପ୍ଥିବା ହୀରା ଅଭିଯୋଗ କରିଛନ୍ତି ।
ତେତେ ଶୁକ୍ରବାର ହୀରା ନ୍ୟାୟ ପାଇଁ ପୁଅକୁ ଧରି ପଞ୍ଚଭୂତିଠାରେ ରାସ୍ତାରୋକ କରିଥିଲେ । ଫଳରେ ଦୀର୍ଘ ଏକଘଣ୍ଟା ଧରି ଭଞ୍ଜନଗର-ଭୁବନେଶ୍ୱର ୨୧ନଂ ଜାତୀୟ ରାଜପଥରେ ଯାତାୟତ ବନ୍ଦ ରହିଥିଲା । ଖବର ପାଇ ଜଗନ୍ନାଥପ୍ରସାଦ ତହସିଲଦାର ବାସୁଦେବ ପାଣ୍ଡେ, ଅତିରିକ୍ତ ତହସିଲଦାର ବାରିଏଲ୍ ମୁର୍ମୁ ଏବଂ ଥାନା ଏସ୍ଆଇ ଅମ୍ବିକା ବେଣିଆ ଘଟଣାସ୍ଥଳରେ ପହଞ୍ଚô ହୀରା ଓ ତାଙ୍କ ପୁଅକୁ ବୁଝାଇଥିଲେ । ଫଳରେ ରସ୍ତାରୋକ ହଟିଥିଲା । ପ୍ରଶାସନ ପକ୍ଷରୁ ଚିକିତ୍ସା ପାଇଁ ହୀରାକୁ ବ୍ରହ୍ମପୁର ବଡ଼ଡାକ୍ତରଖାନାକୁ ପଠାଯିବ ଏବଂ ପଦ୍ମକୁ ଯଥାଶୀଘ୍ର ଗିରଫ କରାଯିବ ବୋଲି ତହସିଲ୍ଦାର ପ୍ରତିଶ୍ରୁତି ଦେଇଥିବା ହୀରା କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons