
ତରଭା,(ବି.ବି.ନୁ୍ୟଜ): ସୋନପୁର ଜିଲ୍ଲା ତରଭା ଥାନା ଅନ୍ତର୍ଗତ ଶିବତୁଲା ପଞ୍ଚାୟତ ଅତାସିଂହା ଗାଁରେ ଜଣେ ଯୁବକ ପଙ୍ଖାରେ ଝୁଲି ଆତ୍ମହତ୍ୟା କରିଥିବା ଜଣାପଡିଛି । ମୃତ ଯୁବକ ଜଣକ ହେଲେ କ୍ଷୀରୋଦ୍ର ଗୁରୁଙ୍କ ପୁଅ କୈଳାଶ(୨୯) । ଗତକାଲି ରାତି ୯ଟାରେ ଖାଇ ସାରିବା ପରେ ନିଜ ଶୋଇବା କୋଠରୀରେ ଭିତରପଟୁ କବାଟ ବନ୍ଦ ଟେପ ଲଗାଇ ଶୋଇଥିଲେ । ପାଖ ଘରେ ତାଙ୍କ ବଡଭାଇ ତରଣୀ ଗୁରୁ ସପରିବାର ରହୁଥିଲେ । ସକାଳୁ ଉକ୍ତ ଘରେ ଟେପ ବାଜୁଥିବା ସହ ସକାଳ ୮ଯାଏ କବାଟ ନଖୋଲିବାରୁ ତାଙ୍କ ବଡଭାଇ କବାଟ ବାଡେଇ ଡାକିଥିଲେ । କବାଟ ନଖୋଲିବାରୁ ସନେ୍ଦହରେ ଘରର ସ୍କାଇଲାଇଟ ଦେଇ ଭିତରକୁ ଦେଖିଥିଲେ । ସେତେବଳେ କୈଳାଶ ପଙ୍ଖାରେ ଝୁଲିଥିବା ଦେଖିବାକୁ ପାଇଥିଲେ । ଖବର ପାଇ ତରଭା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ଶବ ବ୍ୟବଚ୍ଛେଦ ପରେ ତାଙ୍କର ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଥିଲା । ପ୍ରକାଶ ଯେ କୈଳାଶ ବିବାହ କରିଥିଲେ ମଧ୍ୟ ଦୀର୍ଘ ୧ବର୍ଷ ହେଲା ସ୍ତ୍ରୀ ତାଙ୍କୁ ଛାଡି ତାଙ୍କ ବାପଘରେ ରହୁଥିବା ପୁଲିସ ସୂତ୍ରରୁ ପ୍ରକାଶ । ତେବେ ଆତ୍ମହତ୍ୟାର କାରଣ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଥିବା ବେଳେ ପୁଲିସ ତଦନ୍ତ ଜାରି ରଖିଥିବା ଆଇଆଇସି ଡୋଳାମଣି ଭୋଇ ପ୍ରକାଶ କରିଛନ୍ତି ।
Comments are closed, but trackbacks and pingbacks are open.