ସୋନପୁର : ଭିଜିଲାନ୍ସ ପଞ୍ଝାରେ କାର୍ୟ୍ୟନିର୍ବାହୀ ଅଧିକାରୀ । ସୋନପୁର ଜିଲ୍ଲା ଡୁଙ୍ଗୁରୀପାଲୀ ବ୍ଲକ ଚେରୁପାଲି ଗ୍ରାମ ପଞ୍ଚାୟତ କାର୍ୟ୍ୟନିର୍ବାହୀ ଅଧିକାରୀ ଦୁର୍ୟ୍ୟୋଧନ ମେହେରଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଛି । ଘର ଓ ପଞ୍ଚାୟତ ଅଫିସ୍ରେ ସମ୍ବଲପୁର ଭିଜିଲାନ୍ସର ଚଢ଼ାଉ ଜାରି ରହିଛି।
ମିଳିଥିବା ସୂଚନାନୁସାରେ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କାର୍ୟ୍ୟନିର୍ବାହୀ ଅଧିକାରୀ ଦୁର୍ୟ୍ୟୋଧନ ମେହେରଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଛି । ଭିଜିଲାନ୍ସ ପକ୍ଷରୁ ଏକାସାଙ୍ଗେ ତାଙ୍କ ଅଫିସ, ସୋନପୁର ସହରର ସ୍ଥିତ ମଣିକେଶ୍ୱରୀ ପଡ଼ାରେ ଥିବା ତାଙ୍କ ଘରେ ଚଢାଉ ଜାରି ରହିଛି । ସମ୍ବଲପୁର ଭିଜିଲାନ୍ସ ଡିଏସ୍ପିଙ୍କ ନେତୃତ୍ୱରେ ୧୮ଜଣିଆ ଟିମ୍ ଚଢାଉ ସାମିଲ ଅଛନ୍ତି ।


Comments are closed, but trackbacks and pingbacks are open.