ପତ୍ନୀର ପ୍ରେମିକକୁ ହାଣି ମାରିଲା ସ୍ୱାମୀ

Get real time updates directly on you device, subscribe now.

କଟକ: ପରକୀୟା ପ୍ରୀତିକୁ ନେଇ କଟକ କଲେଜ ଛକ ଅଞ୍ଚଳରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ପତ୍ନୀର ପ୍ରେମିକକୁ ଖଣ୍ଡାରେ ହାଣି ହତ୍ୟା କରିଛି ସ୍ୱାମୀ । କେବଳ ସେତିକି ନୁହେଁ, ପତ୍ନୀଙ୍କୁ ମଧ୍ୟ ହାଣି ଗୁରୁତର କରିଛି । ଶନିବାର ବିଳମ୍ବିତ ରାତିରେ ଘଟିଥିବା ଏହି ହତ୍ୟାକାଣ୍ଡର ମାତ୍ର ୧୨ ଘଣ୍ଟା ଭିତରେ ପୁଲିସ ମୁଖ୍ୟ ଅଭିଯୁକ୍ତ କାଳିଆ ବିଶ୍ୱାଳକୁ ଗିରଫ କରିବା ସହ ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ କରିଛି ।
ହତ୍ୟାର ଶିକାର ହୋଇଥିବା ଯୁବକ ଜଣକ ହେଉଛନ୍ତି ସନାତନ ଦାସ । ସେ ଜଣେ ଶ୍ରମିକ । ତାଙ୍କର ପ୍ରକୃତ ଠିକଣା ଏଯାବତ ଜଣାପଡ଼ିନି । ଅନ୍ୟପକ୍ଷରେ କାଳିଆ ଖଣ୍ଡା ଚୋଟରେ ଗୁରୁତର ହୋଇଥିବା ତାର ପତ୍ନୀ ମାଳତୀ ବିଶ୍ୱାଳ ସଂକଟାପନ୍ନ ଅବସ୍ଥାରେ ଏସ୍ସିବିରେ ଭର୍ତ୍ତି ହୋଇଛନ୍ତି । ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ କାଳିଆକୁ ସିଡିଏ ସେକ୍ଟର-୧୩ ନିକଟ ମହାନଦୀକୂଳ ବସ୍ତିରୁ ପୁଲିସ କାବୁ କରିନେଇଥିଲାବେଳେ ଅନ୍ୟତମ ଅଭିଯୁକ୍ତ କାଳିଆର ସଢୁ ତଥା ସେହି ବସ୍ତିରେ ରହୁଥିବା ରାଜୁ ଗିରି ଫେରାର୍ ହୋଇଯାଇଛି ।
ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, କାଳିଆ ବିଶ୍ୱାଳ ଓ ପନôୀ ମାଳତୀ ବିଶ୍ୱାଳ ମହାନଦୀକୂଳ ବସ୍ତିରେ ରହୁଥିଲେ । ସେମାନଙ୍କର ଦୁଇ ବର୍ଷର ପୁଅଟିଏ ଅଛି । କାଳିଆର ସଢୁ ରାଜୁ ଗିରି ମଧ୍ୟ ସେହି ବସ୍ତିରେ ପରିବାର ସହିତ ରହେ । ତେବେ କାଳିଆ ଓ ମାଳତୀ ମଧ୍ୟରେ ବିଭିନ୍ନ ସମୟରେ ଗଣ୍ଡଗୋଳ ହେଉଥିଲା । ୧୫/୨୦ ଦିନ ହେବ ମାଳତୀ ତାର ପିଲା ଓ ସ୍ୱାମୀଙ୍କୁ ଛାଡ଼ି ଘରୁ ପଳାଇ ଆସିଥିଲେ । କାଳିଆ ବହୁ ଖୋଜାଖୋଜି ପରେ ବି ମାଳତୀଙ୍କର ଖୋଜଖବର ପାଉନଥିଲା । ଦୁଇ ଦିନ ତଳେ କାଳିଆ ଜାଣିବାକୁ ପାଇଲା କି ତାର ପନôୀ ମାଳତୀ କଲେଜଛକ ଅଞ୍ଚଳରେ ସନାତନ ଦାସ ନାମକ ଜଣେ ଯୁବକ ସହ ରହୁଛି । ଉଭୟ ଦିନରେ ସାଙ୍ଗ ହୋଇ କାମ କରୁଛନ୍ତି ଓ ରାତି ହେଲେ ରାସ୍ତା କଡ଼ରେ ଶୋଉଛନ୍ତି । ଉଭୟଙ୍କ ପ୍ରେମ ସଂପର୍କ ନେଇ ପୂର୍ବରୁ ଉତ୍କ୍ଷିପ୍ତ ଥିବା କାଳିଆ ଦୁହିଁଙ୍କୁ ଜୀବନରୁ ମାରିଦେବା ପାଇଁ ମନସ୍ଥିର କରିନେଲା । ପୂର୍ବ ଯୋଜନା ମୁତାବକ ଗତକାଲି ରାତି ପ୍ରାୟ ୩ଟାରେ କାଳିଆ ଓ ତାର ସଢୁ ରାଜୁ କଲେଜ ଛକରେ ପହଞ୍ଚିଥିଲେ । ଏହି ସମୟରେ ମାଳତୀ ଓ ସନାତନ ଏକ ଦୋକାନ ସାମ୍ନାରେ ଶୋଇଥିଲେ । ଦୁହିଁଙ୍କୁ ଏକାଠି ଦେଖି କାଳିଆ ନିଜ ସହ ଆଣିଥିବା ଖଣ୍ଡାରେ ଅତର୍କିତ ଭାବେ ସେମାନଙ୍କୁ ହାଣି ପକାଇଲା । ସନାତନଙ୍କ ଛାତି, ପେଟ ଓ ମୁଣ୍ଡକୁ ଚୋଟ ବସିଥିଲାବେଳେ ମାଳତୀଙ୍କର ପେଟରେ ଚୋଟ ପଡିଥିଲା । ଦୁହେଁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିବା ପରେ ସେମାନଙ୍କର ମୃତୁ୍ୟ ହୋଇଗଲା ଭାବ କାଳିଆ ଓ ରାଜୁ ସେଠାରୁ ଫେରାର୍ ହୋଇଗଲେ । ଭୋର୍ ସମୟରେ ପିସିଆର୍ ଭ୍ୟାନ୍ ଆସି ବୀଭତ୍ସ ଅବସ୍ଥା ଦେଖିବା ପରେ ତୁରନ୍ତ ଦୁଇ ଜଣଙ୍କୁ ଏସ୍ସିବି ନେଇଥିଲେ । ମାତ୍ର ସନାତନର ମୃତୁ୍ୟ ହୋଇଯାଇଥିବା ଡାକ୍ତର ସୂଚନା ଦେଲେ । ହେଲେ ଗୁରୁତର ଥିବା ମାଳତିକୁ ଚିକିତ୍ସା କରାଯାଉଛି ।
ଏହି ହତ୍ୟାକାଣ୍ଡ ନେଇ ପୁଲିସ ତପôରତା ଦେଖାଇ ତୁରନ୍ତ ତଦନ୍ତ ଆରମ୍ଭ କରିଥିଲା । ଡିସିପି ପ୍ରତୀକ ସିଂହ, ଜୋନ୍ ଏସିପି ଅମରେନ୍ଦ୍ର ପଣ୍ଡା ଓ ଥାନା ଅଧିକାରୀ ତ୍ରୁପ୍ତିରଂଜନ ନାୟକ ଘଟଣାସ୍ଥଳ ଯାଞ୍ଚ୍ କରିବା ସହ ମୃତକ ଓ ଗୁରୁତର ଆହତ ମାଳତୀଙ୍କର ପରିଚୟ ପାଇଁ ଖୋଳତାଡ଼ କରିଥିଲେ । ଉଭୟଙ୍କ ପରିଚୟ ଜଣାପଡିବା ପରେ ମହିଳାଙ୍କ ସ୍ୱାମୀକୁ ପୁଲିସ ସଂଦେହ କରିବା ସହ ଖୋଜାଖୋଜି ଆରମ୍ଭ କରିଥିଲା । କିଛି ପୁଲିସ କର୍ମଚାରୀ ସାଦା ପୋଷାକରେ ମହାନଦୀକୂଳ ବସ୍ତିରେ ଛକି ରହିଥିଲେ । ସେଠାରେ ଅଭିଯୁକ୍ତ କାଳିଆ ଆସିବା ମାତ୍ରେ ପୁଲିସ କର୍ମଚାରୀ ତାକୁ ମାଡ଼ି ବସିଲେ । ପରେ ଥାନାକୁ ଆସି ଜେରା କରିବାରୁ ସେ ହତ୍ୟା କରିଥିବା ମାନିଯାଇଥିଲା । ତେବେ ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ଅନ୍ୟତମ ଅଭିଯୁକ୍ତ କାଳିଆର ସଡୁ ରାଜୁ ଫେରାର୍ ଥିବାରୁ ତାକୁ ଗିରଫ ପାଇଁ ପୁଲିସ ଜୋରଦାର ତଦନ୍ତ କରୁଛି । କାଳିଆର ଦୁଇ ବର୍ଷର ପୁଅକୁ ତାର ଶାଳୀ ଅର୍ଥାତ୍ ରାଜୁର ପନôୀ ପାଖରେ ଛଡ଼ାଯାଇଛି । ମାଳତୀ ଏବେ ସଂକଟାପନ୍ନ ଅବସ୍ଥାରେ ଚିକିତ୍ସିତ ହେଉଥିବା ପୁଲିସ କହିଛି । ଗିରଫ ପରେ ସଂପୂର୍ଣ୍ଣ ଘଟଣାର ସିନ୍ ରିକ୍ରିଏଟ୍ କରାଯାଇଛି । ପରେ କାଳିଆକୁ ନିଆଯାଇ ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା ଖଣ୍ଡାକୁ ଜବତ କରାଯାଇଛି । ସେ ଉକ୍ତ ଖଣ୍ଡାକୁ ପିଲ୍ଗ୍ରୀମ୍ ରୋଡ୍ ଦାସସାହି ପାଖରେ ଥିବା କେନାଲ୍ କଡ଼ରେ ଫିଙ୍ଗି ଦେଇଥିଲା । ଘଟଣା ନେଇ ତଦନ୍ତ ଜାରି ରହିଥିବା ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons