ପରିବାର ଲୋକଙ୍କୁ ୨ କୋଟି ସହାୟତା ପ୍ରଦାନ

Get real time updates directly on you device, subscribe now.

ଛତ୍ରପୁର, (ବି.ବି.ନୁ୍ୟଜ): କରୋନାରେ ପ୍ରାଣ ହରାଇଥିବା ଗଞ୍ଜାମ ପୁଲିସ ଜିଲ୍ଲାର ୪ ଜଣ ପୁଲିସ କର୍ମଚାରୀଙ୍କୁ କରୋନା ଯୋଦ୍ଧା ରୂପେ ମାନ୍ୟତା ପ୍ରଦାନ ସହ ସେମାନଙ୍କ ପରିବାରକୁ ସହାୟତା ରାଶି ପ୍ରଦାନ କରାଯାଇଛି । ପ୍ରତ୍ୟେକଙ୍କ ପରିବାରକୁ ୫୦ ଲକ୍ଷ ଲେଖାଏଁ ମୋଟ ୨ କୋଟି ଟଙ୍କାର ସହାୟତା ରାଶି ବାବଦ ଚେକ୍ ବୁଧବାର ଗଞ୍ଜାମ ଏସ୍ପି ବ୍ରିଜେଶ କୁମାର ରାଏ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି । ଏଥିପାଇଁ ଗଞ୍ଜାମ ପୁଲିସ ତରଫରୁ ମୁଖମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି ।
ଏସ୍ପି କାର୍ଯ୍ୟାଳୟରେ ଏ ନେଇ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଭଞ୍ଜନଗର କୋର୍ଟରେ କାର୍ଯ୍ୟରତ ଥାଇ କରୋନାରେ ମୃତୁ୍ୟବରଣ କରିଥିବା ପୁଲିସ ଏଏସ୍ଆଇ ଶିବରାମ ଦାସଙ୍କ ପନôୀ ସୁଜାତା ଦାସ, ଭଞ୍ଜନଗର କୋର୍ଟରେ କାର୍ଯ୍ୟରତ ଥାଇ ମହାମାରୀରେ ପ୍ରାଣ ହରାଇଥିବା ରବୀନ୍ଦ୍ରନାଥ ବେହେରାଙ୍କ ପନôୀ ଲକ୍ଷ୍ମୀପ୍ରିୟା ବେହେରା, ଆସିକା ଥାନା କୋଟିନଡା ପୁଲିସ ଫାଣ୍ଡି କନଷ୍ଟେବଳ ଗୋଲକ ନାୟକଙ୍କ ସ୍ତ୍ରୀ ମାଧୁରୀ ନାୟକ ଏବଂ ତାରାସିଂ ଥାନାର କନଷ୍ଟେବଳ ରଙ୍କନିଧି ପ୍ରଧାନଙ୍କ ସ୍ତ୍ରୀ ସୌଦାମିନୀ ପ୍ରଧାନ ପ୍ରମୁଖ ଗଞ୍ଜାମ ଏସ୍ପି ବ୍ରିଜେଶ ରାଏଙ୍କ ଠାରୁ ୫୦ ଲକ୍ଷ ଟଙ୍କା ଲେଖାଏଁ ଚେକ୍ ଗ୍ରହଣ କରିଥିଲେ । ପୂର୍ବରୁ ମୃତକମାନଙ୍କ ଚାକିରୀ କାର୍ଯ୍ୟକାଳ ବାବଦରେ ସରକାରୀ ନିୟମ ମୁତାବକ ୨୧ ଲକ୍ଷରୁ ଊଦ୍ଧ୍ୱର୍ ଟଙ୍କା ପ୍ରତ୍ୟେକଙ୍କ ପରିବାରକୁ ପ୍ରଦାନ କରାଯାଇ ସାରିଛି । ଏବେ ସରକାରଙ୍କ ମୃତ କୋଭିଡ୍ ଯୋଦ୍ଧାଙ୍କ ପରିବାରକୁ ସହାୟତା ଘୋଷଣା ବାବଦ ୫୦ ଲକ୍ଷ ଲେଖାଏଁ ଦିଆଯାଇଥିଲା । ଏହି ଅବସରରେ ପ୍ରୋବେସନାରୀ ଆଇପିଏସ୍ ଜି.ରାଘବେନ୍ଦ୍ର ରେଡ୍ଡି, ଏଏସ୍ପି ବିଜୟ କୁମାର ମଲିକ, ଅଶୋକ କୁମାର ମହାନ୍ତି ଏବଂ ଡିଏସ୍ପି-ଡିଆଇବି ଅଜୟ କୁମାର ମିଶ୍ର ଏବଂ ରାବଣା ରାଓ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons