ପର୍ଯ୍ୟାୟକ୍ରମେ ହୋଇପାରେ ଅନଲକ

Get real time updates directly on you device, subscribe now.

ଭୁବନେଶ୍ୱର: ରାଜ୍ୟରେ ସଂକ୍ରମଣ ଗ୍ରାଫ୍ ଦ୍ରୁତ ଗତିରେ ତଳକୁ ଖସୁଛି । ଗତକାଲି ୬୦୯୭ ଆକ୍ରାନ୍ତ ବାହାରିଥିଲେ । ଆଜି ୫୨୩୫ ଆକ୍ରାନ୍ତ ବାହାରିଛନ୍ତି । ସେହିଭଳି ସଂକ୍ରମଣ ହାର ଦିନକରେ ୮.୭୬ %ରୁ ୭.୯୭% କୁ ଖସିଆସିଛି । ୧୨ଟି ଜିଲ୍ଲାରେ ସଂକ୍ରମଣ ୫% ତଳେ ରହିଛି । ସଂକ୍ରମଣ କମୁଥିବା ଜିଲ୍ଲାରେ ଲକଡାଉନ୍ କଟକଣା କୋହଳ କରିବାକୁ ରାଜ୍ୟ ସରକାର ଯୋଜନା କରୁଛନ୍ତି । ପ୍ରଥମ ପର୍ଯ୍ୟାୟରେ ଏହି ୧୨ଟି ଜିଲ୍ଲାରେ ଅନ ଲକ୍ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଏକ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି । ରାଜଧାନୀରେ ସଂକ୍ରମଣ ଲଗାତର ଭାବେ କମୁଥିବାରୁ ଏଠାରେ ମଧ୍ୟ କଟକଣା ସାମାନ୍ୟ କୋହଳ କରିବାକୁ ବିଚାରବିମର୍ଷ ଚାଲିଛି ।
ରାଜ୍ୟରେ ସଂକ୍ରମଣ ଟ୍ରେଣ୍ଡ୍ ଏବେ ତଳମୁହାଁ ରହିଛି । ଝାରସୁଗୁଡାରେ ସଂକ୍ରମଣ ହାର ବା ଟେଷ୍ଟ୍ ପଜିଟିଭିଟି ରେଟ୍(ଟିପିଆର୍) ସବୁଠୁ କମ୍ ରହିଛି । ଏଠାରେ ଟିପିଆର୍ ୧.୩୩ %ରହିଛି । ନୂଆପଡ଼ାର ସଂକ୍ରମଣ ହାର ୧.୪% ରହିଛି । ବଲାଙ୍ଗୀରରେ ୨.୧ ଧ, ସୋନପୁରରେ ୨.୦୧%, ସମ୍ବଲପୁରରେ ୨.୩୬%, କଳହାଣ୍ଡିରେ ୨.୮୨ %, ବରଗଡ଼ରେ ୪.୧୯%, ସୁନ୍ଦରଗଡ଼ରେ ୪.୯୩ %, କନ୍ଧମାଳରେ ୪.୫୯ %, ଗଞ୍ଜାମରେ ୩.୩୪ %, ଗଜପତିରେ ସଂକ୍ରମଣ ହାର ୩.୭୨ ରହିଛି । ତେବେ ୧୯ ଜିଲ୍ଲାରେ ସଂକ୍ରମଣ ହାର କମୁଥିବା ରାଜ୍ୟ ସରକାର ଦର୍ଶାଇଛନ୍ତି ।
ମିଳିଥିବା ସୂଚନା ଅନୁସାରେ ଲକଡାଉନ୍କୁ ସମ୍ପୂର୍ଣ୍ଣ କୋହଳ କରାଯିବନି । ପର୍ଯ୍ୟାୟକ୍ରମେ କିଛି କିଛି କଟକଣା ହଟିବ । ଏବେ ଦିନ ୧୧ଟା ଯାଏ ଦୋକାନ ଖୋଲିପାରିବ ବୋଲି ନିୟମ ରହିଛି । ୧୭ ତାରିଖ ପରେ କିଛି ଜିଲ୍ଲାରେ ଏହି ନିୟମ କୋହଳ ହୋଇପାରେ । ବିଭିନ୍ନ ସରକାରୀ ଓ ଘରୋଇ ଅଫିସ୍ରେ କର୍ମଚାରୀଙ୍କ କ୍ଷମତା ବଢ଼ାଯିବ । ତେବେ ଆଗକୁ ବି ନାଇଟ୍ କର୍ଫୁ୍ୟ ନିୟମ ବଳବତ୍ତର ରହିବ ଓ ଏଥିରେ କିଛି ପରିବର୍ତ୍ତନ ହେବନି । ଯେଉଁ ଜିଲ୍ଲାରେ ସଂକ୍ରମଣ ହାର ୫% ତଳେ ରହୁଛି ଓ ସକ୍ରିୟ ରୋଗୀ କମ୍ ସେଠାରେ ପ୍ରଥମେ କଟକଣା କୋହଳ ହେବ । କେଉଁ କେଉଁ କଟକଣା କୋହଳ ହେବ ତାକୁ ନେଇ ବ୍ୟାପକ ବିଚାରବିମର୍ଷ ଚାଲିଛି । ରାଜ୍ୟ ସରକାର ଗଢ଼ିଥିବା କୋଭିଡ୍ ପରାମର୍ଶଦାତା କମିଟିକୁ ମଧ୍ୟ ଅନ ଲକ୍ ନେଇ ପରାମର୍ଶ ମଗାଯାଇଛି । ଖୁବ୍ଶୀଘ୍ର ଏହା ଉପରେ ଘୋଷଣା ହେବ ବୋଲି ସ୍ୱାସ୍ଥ୍ୟ ବିଭାଗର ଜଣେ ବରିÂ ଅଧିକାରୀ ସୂଚନା ଦେଇଛନ୍ତି ।
ରାଜ୍ୟରେ ଏବେ ୫୭୭୧୦ ସକ୍ରିୟ ରୋଗୀ ଅଛନ୍ତି । ଗୁରୁବାର ରାଜ୍ୟରେ ମୋଟ ୬୫୬୩୫ ନମୁନା ପରୀକ୍ଷା ହୋଇଥିଲା । ଏଥିରୁ ୬୦୪୦୦ ନମୁନା ରିପୋର୍ଟ ନେଗେଟିଭ୍ ଆସିଛି । ବାକି ୫୨୩୫ ପଜିଟିଭ୍ ହୋଇଥିବାବେଳେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୨୬ ଆକ୍ରାନ୍ତ ବାହାରିଛନ୍ତି । କଟକରୁ ୫୭୫, ଯାଜପୁରରୁ ୩୯୪, ବାଲେଶ୍ୱରରୁ ୩୨୦, କେନ୍ଦ୍ରାପଡ଼ାରୁ ୨୩୭, ମୟୂରଭଞ୍ଜରୁ ୨୮୫, ଅନୁଗୁଳରୁ ୨୭୭, ସୁନ୍ଦରଗଡ଼ରୁ ୨୫୧, ଭଦ୍ରକରୁ ୨୧୭, ନବରଙ୍ଗପୁରରୁ ୧୮୬, ଜଗତସିଂହପୁରରୁ ୧୪୮, ଢେଙ୍କାନାଳରୁ ୧୩୭, ବରଗଡ଼ରୁ ୧୧୮ ଆକ୍ରାନ୍ତ ବାହାରିଛନ୍ତି । ୮ ଜିଲ୍ଲାକୁ ଛାଡି ବାକି ୨୨ ଜିଲ୍ଲାରେ ଦୈନିକ ସଂକ୍ରମଣ ୨୦୦ ତଳେ ରହିଛି ।
ତେବେ ସଂକ୍ରମଣ କମୁଥିଲେ ବି ମୃତୁ୍ୟ ହାର କମୁନି । ଦିନକୁ ଦିନ ଦୈନିକ ମୃତୁ୍ୟ ସଂଖ୍ୟା ବଝିଚାଲିଛି । ଆଜି ପୁଣି ୪୩ ଆକ୍ରାନ୍ତଙ୍କ ମୃତୁ୍ୟ ହୋଇଛି । ଭୁବନେଶ୍ୱରରୁ ୪, କଟକରୁ ୪, ସୁନ୍ଦରଗଡ଼ରୁ ୪, କଳାହାଣ୍ଡିରୁ ୩, ବରଗଡ଼ରୁ ୪,ଅନୁଗୁଳରୁ ୪ ଜଣ ଆକ୍ରାନ୍ତ ଆଖି ବୁଜିଛନ୍ତି ।
ସେପଟେ ଆଜି ଦିନକରେ ୮୫୧୬ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୧୧୧୮ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କଟକରୁ ୭୩୮, ବାଲେଶ୍ୱରରୁ ୫୬୪, ମୟୂରଭଞ୍ଜରୁ ୫୫୬, ଯାଜପୁରରୁ ୫୧୪, ଢେଙ୍କାନାଳରୁ ୪୮୫, ସୁନ୍ଦରଗଡ଼ରୁ ୪୭୩ ଓ ପୁରୀରୁ ୪୩୭ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ୮ଲକ୍ଷ ୪୨ହଜାର ୪୬୧ରେ ପହଞ୍ଚିଲାଣି । ଏଥିରୁ ୭ଲକ୍ଷ ୮୧ହଜାର ୪୮୮ ସୁସ୍ଥ ହୋଇ ସାରିଛନ୍ତି । ଆଜିସୁଦ୍ଧା ମୋଟ ୩୨୧୦ଜଣ କୋଭିଡ୍ରେ ପ୍ରାଣ ହରାଇ ସାରିଲେଣି ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons