ପାଖଡ଼ରେ ବିଜେଡି କର୍ମୀ ସମ୍ମିଳନୀ

Get real time updates directly on you device, subscribe now.

ପାଟକୁରା,(ବି.ବି.ନ୍ୟୁଜ୍): ପାଖଡ଼ ସ୍କୁଲ ନିକଟରେ ବିଜେଡି କର୍ମୀ ସମ୍ମିଳନୀ ଅନୁଷ୍ଠିତ ହେଇଯାଇଛି । ପାଖଡ଼ ସରପଞ୍ଚ ଗୌରାଙ୍ଗ ପରିଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କର୍ମୀ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ସମ୍ମାନୀତ ଅତିଥି ଭାବେ କଟକର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାଏ, ଚଳଚ୍ଚିତ୍ର ନିଗମର ଅଧ୍ୟକ୍ଷ କୁନା ତ୍ରିପାଠୀ ପ୍ରମୁଖ ଯୋଗଦେଇ ସରକାରଙ୍କର ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିବା ସହିତ ବିଗତ ଦିନରେ ପାଟକୁରା ଅଞ୍ଚଳରେ ହୋଇଥିବା ବିକାଶମୂଳକ କାର୍ଯ୍ୟ ଉପରେ ଆଲୋକପାତ କରିଥିଲେ । ବିଗତ ନିର୍ବାଚନ ଓ ଚଳିତ ସାଂସଦ ନିର୍ବାଚନର ବୁଥ୍ୱାରୀ ଫଳାଫଳକୁ ଟିକିନିଖି ସମୀକ୍ଷା କରିବା ସହିତ ଯେଉଁମାନେ କାଳିଆ ଯୋଜନାରୁ ବଞ୍ଚିତ ହୋଇଛନ୍ତି, ରେସନ କାର୍ଡ ପାଇନାହାନ୍ତି ବା କଳାକାର ଭତ୍ତା ପାଇନାହାନ୍ତି ସେ ଦିଗରେ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି କହିଥିଲେ । ମହିଳାମାନଙ୍କପାଇଁ ବିଭିନ୍ନ ଯୋଜନା ସମ୍ପର୍କରେ ସୂଚନା ଦେଇ ସେମାନଙ୍କୁ ଉତ୍ସାହିତ କରିଥିଲେ । ତେବେ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲାଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରିବା ସହିତ ପାଟକୁରା ମାଟିର ବିକାଶ ଧାରାକୁ ଅବ୍ୟାହିତ ରଖିବା ପାଇଁ ଭୋଟରମାନଙ୍କୁ ନିବେଦନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପ୍ରାର୍ଥିନୀ ସାବିତ୍ରୀ ଅଗ୍ରୱାଲ, ସଞ୍ଜୟ ଅଗ୍ରୱାଲ, ବ୍ଲକବିଜେଡି ସଭାପତି ଶୈଳେନ୍ଦ୍ର ମହାନ୍ତି, ସାମାଜସେବୀ ନରୋତ୍ତମ ପରିଡା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦିଲ୍ଲୀପ ସାହୁ, ବ୍ଲକ ଅଧ୍ୟକ୍ଷା ସ୍ୱର୍ଣ୍ଣପ୍ରଭା ସେଠୀ, ପୂର୍ବତନ ପ୍ରଧାନଶିକ୍ଷକ ଦ୍ୱାରିକାନାଥ ସେନାପତି, ବିଧାୟକଙ୍କ ପ୍ରତିନିଧି ରାଜେଶ ଦାସ ପ୍ରମୁଖ ଉଦ୍ବୋଧନ ଦେଇ ଦଳୀୟ ପ୍ରାର୍ଥିନୀ ସାବିତ୍ରୀଙ୍କୁ ବିପୁଳ ଭୋଟ୍ରେ ବିଜୟୀ କରିବାକୁ ନିବେଦନ କରିଥିଲେ । ଏହି ସଭାରେ ପାଖଡ ପଞ୍ଚାୟତର ଦଳୀୟ କର୍ମୀ ଓ ସମର୍ଥକଙ୍କ ସହିତ ଶତାଧିକ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନେ ଯୋଗ ଦେଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons