ପାଟକୁରାରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ସହ ବିଭିନ୍ନ ସ୍ଥାନରେ ରୋଡ୍ ସୋ

Get real time updates directly on you device, subscribe now.

କେନ୍ଦ୍ରାପଡା : ପାଟକୁରା ପାଇଁ ହାତରେ ଆଉ ମାତ୍ର ତିନି ଦିନ । ଆସନ୍ତାକାଲି ପ୍ରଚାରର ଶେଷ ଦିନ । ୨୦ ତାରିଖ ସକାଳୁ ଭୋଟିଂ ହେବ । ଏଥିପାଇଁ ନେତାଙ୍କ ଆଖିରୁ ନିଦ ହଜିଯାଇଛି । ଦଳୀୟ ପ୍ରାର୍ଥୀଙ୍କ ପାଇଁ ଜୋରଦାର ପ୍ରଚାର ଲାଗିପଡିଛନ୍ତି ୩ ପ୍ରମୁଖ ଦଳର ଷ୍ଟାର ପ୍ରଚାରକ । ସଭା, ସମାବେଶ, ରୋଡ ସୋ ଏବଂ ଘରକୁ ଘର ଯାଇ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରୁଛନ୍ତି ।
ଆଜି ପାଟକୁରାରେ ସୁପର ସୋ ଆରମ୍ଭ କରିଛନ୍ତି ବିଜେଡି ସୁପ୍ରିମୋ । ମୁଖ୍ୟମନ୍ତ୍ରୀ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କ ପାଇଁ ମାରାଥନ ପ୍ରଚାର ଆରମ୍ଭ କରିଛନ୍ତି । ପାଟକୁରା ନିର୍ବାଚନ ମଣ୍ଡଳୀର ୩ଟି ବ୍ଲକର ବିଭିନ୍ନ ସ୍ଥାନରେ ରୋଡ୍ ସୋ କରି ସାବିତ୍ରୀଙ୍କ ପାଇଁ ଭୋଟ୍ ମାଗିବେ ମୁଖ୍ୟମନ୍ତ୍ରୀ । କେନ୍ଦ୍ରାପଡା ବାରିମୁଳ ହେଲିପ୍ୟାଡରେ ପହଞ୍ଚିବା ପରେ, ଦିନ ୧୨ଟା ୪୫ ପର‌୍ୟନ୍ତ ହାଇଟେକ ବସରେ ମାରାଥନ ପ୍ରଚାର କରିବେ ବିଜେଡି ସୁପ୍ରିମୋ । ରୋଡ ସୋ’ ବେଳେ ଚାନ୍ଦୋଳ ଠାରେ ଜନ ସଭାକୁ ସମ୍ବୋଧିତ କରିବାର କାର‌୍ୟକ୍ରମ ରହିଛି । ସେହିପରି ଦିନ ୨ଟା ୧୫ ଠାରୁ ୫ଟା ୧୫ ଯାଏଁ ଗରଦପୁର ବ୍ଲକ ସମେତ ପାଟକୁରାର କିଛି ପଞ୍ଚାୟତରେ ରୋଡ୍ ସୋ’ କରିବେ ନବୀନ । ପୁଣି ୫ଟା ୩୦ରୁ ମାର୍ଶାଘାଇ ବ୍ଲକରେ ପ୍ରଚାର କରି କରିଲୋପାଟଣା ହାଟ ପର‌୍ୟନ୍ତ ରୋଡ ସୋ’ରେ ଆସିବେ ସୁପ୍ରିମୋ । ତେବେ ସନ୍ଧ୍ୟା ୭ଟାରେ ପ୍ରଚାର ଶେଷ କରି ରାତି ୯ଟାରେ ନବୀନ ନିବାସ ପହଞ୍ଚିବେ ମୁଖ୍ୟମନ୍ତ୍ରୀ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons