ଭୁବନେଶ୍ୱର,(ବିବିବ୍ୟୁରୋ): ପାଟକୁରା ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୀତି ସେତିକି ତତଲା ଧରୁଛି । ବିଜୁ ଜନତା ଦଳ ପକ୍ଷରୁ ପୂର୍ବତନ ବିଧାୟକ ଉକ୍ରଳ କେଶରୀ ପରିଡ଼ାଙ୍କୁ ନିର୍ବାଚନ ସଂଯୋଜକ ଭାବେ ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ ନିଯୁକ୍ତି ଦେଇଛନ୍ତି । ଉଲ୍ଲେଖଯୋଗ୍ୟ, ଉକ୍ରଳ ଏକଦା ବିଜୟଙ୍କ ଘନିଷ୍ଠ ସହଯୋଗୀ ଥିଲେ । ସେ ବିଜୟଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଥିବା ଓଡ଼ିଶା ଗଣ ପରିଷଦର କେନ୍ଦ୍ରାପଡ଼ା ଜିଲ୍ଲା ସଭାପତି ଥିଲେ । ଏହି ଦଳର ଟିକେଟରେ ସେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।
Comments are closed, but trackbacks and pingbacks are open.