ପାଟଣାରେ ବିହନ ଅଭାବ, ସମବାୟ ସମିତିରେ ଠେଲାପେଲା

Get real time updates directly on you device, subscribe now.

କେନ୍ଦୁଝର,(ବି.ବି.ନୁ୍ୟଜ୍): କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକରେ ବିହନ ଧାନର ଘୋର ଅଭାବ ପରିଲକ୍ଷିତ ହୋଇଛି।ଚାଷୀ ସମବାୟ ସମିତିକୁ ପ୍ରତିଦିନ ଦୌଡ଼ିଲେ ବି ଧାନ ବିହନ ନପାଇ ହତାଶ ହୋଇ ଫେରୁଛନ୍ତି।ଫଳରେ ଚାଷୀକୂଳ ଅସନ୍ତାଷ ପ୍ରକାଶ କରିଛନ୍ତି।ପାଟଣା ସମବାୟ ସମିତି ତରଫରୁ ପୁଟୁଳିଆ ଧାନ ବିହନ ବିକ୍ରି ସମୟରେ ଚାଷୀ ଙ୍କ ଦରକାରୀ ବିହନ ନମିଳିବାରୁ ଚାଷୀଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।
ଏଥିରେ ୫ଶହରୁ ଉର୍ଦ୍ଧ୍ଵ ଚାଷୀ ସାମଜିକ ଦୂରତାକୁ ମଧ୍ୟ ଉଲଙ୍ଘନ କରି ବିହନ ନେବା ପାଇଁ ଠେଲା ପେଲା କରିବା ସହ ଧାଡି ଭାଙ୍ଗିବା ଦେଖିବାକୁ ମିଳିଥିଲା। ଲଲାଟ, ସହଭାଗୀ, ପୂଜା, ପ୍ରତୀକ୍ଷା ଓ କଳା ଚମ୍ପା ଧାନ ବିହନ ଆବଶ୍ୟକ ଥିବା ବେଳେ ପାଟଣା ରେ ଏହା ମିଳୁ ନାହଁ। ଫଳରେ ଚାଷୀଙ୍କୁ ସରକାରୀ ରିହାତି ଦରରେ ବିହନ ନମିଳିବାରୁ ଘରୋଇ ବିକ୍ରେତାଙ୍କ ଠାରୁ ଉଚ୍ଚା ଦରରେ ଧାନ ବିହନ କିଣିବାକୁ ପଡୁଛି। ବ୍ଲକର ପାଟଣା ସମବାୟ ସମିତି ୫ ଶହ କ୍ୱିଣ୍ଟାଲ ଧାନ ବିହନ ଆବଶ୍ୟକ ଥିବା ବେଳେ ସିଡ୍ସ କର୍ପୋରେସନ ବାଲେଶ୍ୱର କେବଳ ୧ ଶହ କ୍ୱିଣ୍ଟାଲ ବିହନ ଯୋଗାଇଥିବାରୁ ଏଭଳି ପରିସ୍ଥିତି ଉପୁଜିଛି ବୋଲି ପାଟଣା ଲ୍ୟାମ୍ପ ଏମ,ଡି ହରମୋହନ ମହାନ୍ତ ସୂଚନା ଡେଇଛନ୍ତି ।
ଏନେଇ ପାଟଣା କୃଷି ଅଧିକାରୀ ପରେଶ କୁମାର ଦାଶଙ୍କ ମତାମତ ନେବାରୁ ବ୍ଲକରେ ୧୭ କ୍ୱିଣ୍ଟାଲ ଧାନ ବିହନ ର ଆବଶ୍ୟକତା ଥିବା ବେଳେ ଓଡିଶା ରାଜ୍ୟ ବିହନ ନିଗମ ମାତ୍ର ୪୭୫ କ୍ୱିଣ୍ଟାଲ ବିହନ ଯୋଗାଇ ଦେଇଥିବାରୁ ଏଭଳି ପରିସ୍ଥିତି ଉପୁଜିଛି। ଖୁବ ଶୀଘ୍ର ଚାଷୀ ଙ୍କୁ ଆବଶ୍ୟକ ଅନୁଯାୟୀ ବିହନ ଯୋଗାଇ ଦେବାକୁ ଚାଷୀଙ୍କ ପକ୍ଷରୁ ଦାବି ଜୋର ଧରିଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons