ପାରାଦୀପରେ ଅଧିକ ବର୍ଷା ଓ ପବନ

Get real time updates directly on you device, subscribe now.

ଜଗତସିଂହପୁର/ପାରାଦୀପ,(ବି.ବି.ନୁ୍ୟଜ୍): ଅମ୍ଫାନ ବୁଧବାର ଅପରାହ୍ନରୁ ସନ୍ଧ୍ୟା ମଧ୍ୟରେ ସୁନ୍ଦରବନରେ ସ୍ଥଳଭାଗ ଛୁଇଁବାକୁ ଥିବା ବେଳେ ଏବେ ଏହା ପାରାଦୀପ ଠାରୁ ୧୨୫ କି.ମି. ଦୂରରେଅଛି । ସେହିଭଳି ପଶ୍ଚିମବଙ୍ଗ ଦୀଘାରୁ ୨୪୦ କି.ମି.ଓ ବାଂଲାଦେଶଠୁ ୩୯୫ କିମି ଦୂରରେ ଅଛି ଅମ୍ଫାନ । ଗତ ୬ ଘଣ୍ଟା ଧରି ପ୍ରତି ୧୪ କି.ମି. ବେଗରେ ଏହା ଗତି କରୁଛି ବୋଲି ଆଇଏମ୍ଡି ପକ୍ଷରୁ ସୂଚନା ଦିଆଯାଇଛି । ଅମ୍ଫାନ୍ ପ୍ରଭାବରେ ମଙ୍ଗଳବାର ଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଓ ପବନ ଲାଗି ରହିଥିବା ବେଳେ ସବୁଠୁ ଅଦିକ ପ୍ରଭାବିତ ହୋଇଛି ପାରାଦୀପ । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ନିଦେ୍ର୍ଧଶକ ଏଚ.ଆର୍. ବିଶ୍ୱାସଙ୍କ ସୂଚନା ଅନୁଯାୟୀ , ଏଠାରେ ଏଯାବତ୍ ସର୍ବାଧିକ ୧୯୭.୧ ମିମି ବର୍ଷା ରେକର୍ଡ କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons