ପାରୁଲ ପଟୱାରୀ ଜଗତସିଂହପୁର ଓ ସଂଗ୍ରାମ କେଶରୀ ମହାପାତ୍ର ଖୋର୍ଦ୍ଧା ଜିଲ୍ଲାପାଳ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): କୃଷି ଉତ୍ପାଦନ କମିଶନର ଆର. କେ ଶର୍ମା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦାୟିତ୍ୱ ତୁଲାଇବେ । ପ୍ରଦୀପ୍ତ କମାର ମହାପାତ୍ର ଏ ପଦ ସମ୍ଭାଳୁଥିଲାବେଳେ କୌଣସି କାରଣରୁ ସେ ମାସେ ଛୁଟିରେ ରହିଥିଲେ । ସରକାର ଶ୍ରୀ ମହାପାତ୍ରଙ୍କୁ ଓଏଫ୍ଡିସି ଅଧ୍ୟକ୍ଷ ଭାବେ ଦାୟିତ୍ୱ ଦେବା ପରେ ଶ୍ରୀ ଶର୍ମାଙ୍କୁ ଅତିରିକ୍ତ ଭାବେ ଏ ପଦର ଭାର ଦେଇଛନ୍ତି । ଏ ସଂପର୍କରେ ସୋମବାର ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆଦେଶ ଜାରି ହୋଇଛି ।
ସେହିଭଳି ଖୋର୍ଦ୍ଧା ଓ ଜଗତସିଂହପୁର ଜିଲ୍ଲାପାଳଙ୍କୁ ସରକାର ବଦଳି କରିଛନ୍ତି । ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ଖୋର୍ଦ୍ଧା ଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଛି । ପୂର୍ତ୍ତ ବିଭାଗର ଉପସଚିବ ପାରୁଲ ପଟୱାରୀଙ୍କୁ ଜଗତସିଂହପୁର ଜିଲ୍ଲାପାଳ ଦାୟିତ୍ୱ ମିଳିଛି ।

ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତିଙ୍କୁ ବୈଷୟିକ ଶିକ୍ଷା ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ତାଲିମ ପରିଷଦର ନିଦେ୍ର୍ଧଶକ ଭାବେ ବଦଳି କରାଯାଇଛି । ସେ ମଧ୍ୟାହ୍ନଭୋଜନର ରାଜ୍ୟ ନୋଡାଲ ଅଫିସର ଭାବେ ଅତିରିକ୍ତ ଦାୟିତ୍ୱରେ ରହିବେ । ବୈଷୟିକ ଶିକ୍ଷା ନିର୍ଦ୍ଦେଶକ ଓ ମଧ୍ୟାହ୍ନଭୋଜନ ନୋଡାଲ ଅଫିସର ଗଙ୍ଗାଧର ସାହୁଙ୍କୁ ସାଧାରଣ ଅଭିଯୋଗର ନିର୍ଦ୍ଦେଶକ ଏବଂ ସାଧାରଣ ପ୍ରଶାସନ ବିଭାଗର ଏକ୍ସ ଅଫିସିଓ ଅତିରିକ୍ତ ସଚିବ ଦାୟିତ୍ୱ ଦେଇଛନ୍ତି ସରକାର ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons